ନବରଙ୍ଗପୁର: ଉଦଯାପିତ ହୋଇଯାଇଛି ଏସ୍ଏସ୍ ସାହା ଆନ୍ତଃ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ । ରାଇଘର ବ୍ଲକ ଅନ୍ତର୍ଗତ ଛାତାବେଡ଼ ଠାରେ ଦୁଇ ଦିନ ଧରି ଚାଲୁରହିଥିଲା ମ୍ୟାଚ । ଏହି ଫୁଟବଲ୍ ଟୁର୍ଣ୍ଣାମେଣ୍ଟରେ ଆଫ୍ରିକାନ ଏଫସି କଲିକତା, ନାଗପୁର ସମା ୟୁନିଟେଡ଼ , ସତ କେରଳ, ଭୁବନେଶ୍ବର ଜଗା ୟୁନିଟେଡ଼, ବରଗଡ଼ ୟୁନିଟେଡ଼ , ଏସ୍ଏସ୍ ସାହା ସ୍କ୍ବାର୍ଡ, ସୁନାବେଡା ଆଟାକ୍ ଭଳି ଆଠଟି ଦଳ ଅଂଶ ଗ୍ରହଣ କରିଥିଲେ ।
ଉପସ୍ଥିତ ଥିବା ସମସ୍ତ ଖେଳାଳୀ ଭାରତୀୟ ଜାତୀୟ ସଙ୍ଗୀତ ଗାନ କରି ଖେଳ ଆରମ୍ଭ କରିଥିଲେ । ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଠଟି ଦଳ ମଧ୍ୟରୁ ସତ କେରଳ ଓ ବରଗଡ଼ ୟୁନିଟେଡ଼ ଫାଇନାଲକୁ ପ୍ରବେଶ କରିଥିଲେ । ବରଗଡ଼ ୟୁନିଟେଡ଼ (୧-୦ )ଗୋଲ କରି ସାତକେରଲକୁ ପରାସ୍ତ କରିବା ସହ ଫାଇନାଲରେ ବିଜୟ ହାସଲ କରିଛି ।
ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଛନ୍ତି ବିଜେଡି ସାଂସଦ ରମେଶ ଚନ୍ଦ୍ର ମାଝୀ । ସେହିପରି ସମ୍ମାନୀୟ ଅତିଥି ଭାବେ ଯୋଗଦେଇଥିଲେ ବିଜେପି ବିଧାୟକ ନିତ୍ୟାନାଦ ଗଣ୍ଡ । ଟୁର୍ଣ୍ଣାମେଣ୍ଟରେ ବିଜୟ ଲାଭ କରିଥିବା ଟିମକୁ ୩୦ ହଜାର ଓ ପରାଜିତ ଦଳକୁ ୨୦ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଛି ।
ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ