ETV Bharat / state

Post Poll Violence: ବିରୋଧିଙ୍କୁ ସମର୍ଥନ କରିବାକୁ ତେନ୍ତୁଳିଖୁଣ୍ଟିରେ ଫୁଟିଲା ଗୁଳି

author img

By

Published : Feb 20, 2022, 8:52 AM IST

ନିର୍ବାଚନ ପରବର୍ତ୍ତୀ ହିଂସା ନେଇ ବିରୋଧୀ ସମର୍ଥକଙ୍କ ଘରକୁ ଫୁଟିଲା ଗୁଳି । ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ଦହଣା ଗାଁରେ ଦୁଇ ରାଉଣ୍ଡ ଫାଙ୍କା ଗୁଳି ଚାଳନା ହୋଇଥିବା ସୂଚନା ମିଳିଛି। ଅଧିକ ପଢ଼ନ୍ତୁ

firing on candidate supporter's house in nabarangpur
panchayat election violence: ସମର୍ଥକଙ୍କ ଘରକୁ ଗୁଳି ଚାଳନା କଲେ ବିରୋଧୀ ଦଳଙ୍କ

ନବରଙ୍ଗପୁର: ନିର୍ବାଚନ ପରବର୍ତ୍ତୀ ହିଂସା ନେଇ ପ୍ରାର୍ଥୀଙ୍କ ଘରକୁ ଗୁଳିମାଡ । ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ଦହଣା ଗାଁରେ ଦୁଇ ରାଉଣ୍ଡ ଫାଙ୍କା ଗୁଳି ଚାଳନା ହୋଇଥିବା ସୂଚନା ମିଳିଛି ।

ଘଟଣା ଅନୁଯାୟୀ, ନିର୍ବାଚନରେ ବିରୋଧୀ ଦଳକୁ ସମର୍ଥନ ନେଇ ଦହଣା ଗ୍ରାମର ଅଶ୍ବିନୀ ଦାସଙ୍କ ଘରକୁ ଫାଙ୍କା ଗୁଳି ଚାଳନା ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ରାତି ପ୍ରାୟ 8ଟା ସମୟରେ ନନ୍ଦାହାଣ୍ଡି ବ୍ଲକ ଜୋନ ୨ନଂର ଜିଲ୍ଲା ପରିଷଦ ପ୍ରାର୍ଥୀ ଅରୁଣ ମିଶ୍ର ଏବଂ ତାଙ୍କ କିଛି ସହଯୋଗୀ ମିଶି ଅଶ୍ବିନୀଙ୍କ ଘରକୁ ଯାଇ ତାଙ୍କୁ ଡାକିଥିଲେ। ସେ ଘରେ ନ ଥିବାରୁ ତାଙ୍କ ସହ କଥା କରାଇବା ପାଇଁ ସେମାନେ ଅଶ୍ବିନୀଙ୍କ ପୁଅକୁ କହିଥିଲେ। ତେବେ ଫୋନରେ କଥା ହେବାବେଳେ ବିଭିନ୍ନ ଅଶ୍ଲିଳ ଭାଷାରେ ଗାଳି ଗୁଲଜ କରିବା ଆରମ୍ଭ କରିଥିଲେ ।

ନିର୍ବାଚନରେ ତୁମେ ମାନେ ମୋ ବିରୋଧରେ ପ୍ରଚାର କରୁଥିଲ। ତେଣୁ ମୁଁ ତୁମକୁ ଜୀବନରେ ଛାଡ଼ିବିନି ବୋଲି କହିବା ସହ ଗୋଟିଏ ଗୁଳି ଚାଳନା ଏବଂ ଦୁଇ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରି ଘଟଣା ସ୍ଥଳରୁ ଚାଲିଯାଇଥିଲେ । ଏହି ଘଟଣାକୁ ନେଇ ଅଶ୍ବିନୀଙ୍କ ପୁଅ ଆଲୋକ ଦାଶ ତେନ୍ତୁଳିଖୁଣ୍ଟି ପୋଲିସକୁ ଫୋନ ଯୋଗେ ସୂଚନା ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୋଟ ତିନୋଟି ଗୁଳି ଜବତ କରିଥିଲା । ନିର୍ବାଚନ ନେଇ ହିଂସା ବୃଦ୍ଧି ପାଇବାକୁ ଲାଗିଥିବାବେଳେ ଏହାର ତଦନ୍ତ ଜାରି ରଖିଛି ତେନ୍ତୁଳିଖୁଣ୍ଟି ପୋଲିସ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.