ETV Bharat / state

ଧାନ ଖଳାରେ ନିଆଁ ଲାଗି ଜଳିଗଲା ସୁନାର ଫସଲ

author img

By

Published : Jan 8, 2021, 8:10 AM IST

ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ କାମତା ଗ୍ରାମରେ ତିନିଟି ଧାନ ଗଦାରେ ନିଆଁ ଲାଗି ଜଳି ପୋଡି ପାଉଁଶ ହୋଇଯାଇଛି ସୁନାର ଫସଲ । ଅଧିକ ପଢନ୍ତୁ...

ଧାନ ଖଳାରେ ନିଆଁ
ଧାନ ଖଳାରେ ନିଆଁ

ନବରଙ୍ଗପୁର: ଧାନ ଗଦାରେ ନିଆଁ ଲାଗି ଜଳିଗଲା ସୁନାର ଫସଲ । ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ କାମତା ଗ୍ରାମରେ ତିନିଟି ଧାନ ଗଦାରେ ନିଆଁ ଲାଗି ନଷ୍ଟ ହୋଇଯାଇଛି ଲକ୍ଷାଧିକ ଟଙ୍କାର ଧାନ ।

ଧାନ ଖଳାରେ ନିଆଁ

ସୂଚନାଅନୁଯାୟୀ, କାମତା ଗ୍ରାମର କିଶୋର ସୁନା ଓ ସଦା ଛାତି ନିଜ ଘର ପାଖରେ ଥିବା ଧାନ ଖଳାରେ ଅମଳ ଧାନ ଓ ମକା ରଖିଥିଲେ । ସଂନ୍ଧ୍ୟା ୫ଟା ସମୟରେ ହଠାତ କିଶୋର ସୁନାଙ୍କ ଧାନ ଗଦାରେ ନିଆଁ ଲାଗି ଯାଇଥିଲା । ଫଳରେ ଖଳାରେ ରଖାଯାଇଥିବା ସଦା ଛାତିଙ୍କ ୧୦ବସ୍ତା ମକା ଓ ଧାନ ସମ୍ପୂର୍ଣ୍ଣ ଜଳିପୋଡି ପାଉଁଶ ହୋଇଯାଇଛି । ଘଟଣାରେ ଖବର ପାଇଁ ସଙ୍ଗେ ସଙ୍ଗେ ଗ୍ରାମବାସୀ ଅଗ୍ନିଶମ ବିଭାଗକୁ ଖବର ଦେବାରୁ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ ।

ତେବେ କେଉଁ କାରଣରୁ ଧାନ ଗଦାରେ ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇନାହିଁ । କ୍ଷତିଗ୍ରସ୍ତ ଦୁଇ ଗରିବ ଚାଷୀଙ୍କୁ ସରକାରଙ୍କ ପକ୍ଷରୁ କ୍ଷତିପୂରଣ ଯୋଗାଇ ଦେବାକୁ ଦାବି କରିଛନ୍ତି ଗ୍ରାମବାସୀ ।

ନବରଙ୍ଗପୁରରୁ ତପନ କୁମାର ବିଷେୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.