ନବରଙ୍ଗପୁର: ଲକ୍ଷାଧିକ ଟଙ୍କାର ଧାନ ଗଦା ପୋଡି ପାଉଁଶ । ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ନିଶନାହାଣ୍ଡି ଗ୍ରାମରେ 4 ଜଣ ଚାଷୀଙ୍କ ଧାନ ଗଦା ନିଆଁ ଲାଗି ସମସ୍ତ ଧାନ ପୋଡି ପାଉଁଶ ହୋଇଥିବା ଜଣାଯାଇଛି l
ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଥିବାବେଳେ ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିଛି l ଗ୍ରାମର ଜଗନ୍ନାଥ ହରିଜନ, ଅର୍ଜୁନ ମାଝୀ, ଦମ୍ବୁରୁ ଭତରା ଓ ଜଗନ୍ନାଥ ଭତରାଙ୍କ ମୋଟ 7 ଏକର ଗଚ୍ଛିତ ଧାନ ଗଦାରେ ନିଆଁ ଲାଗିଯାଇଛି l ଘଟଣାକୁ ନେଇଁ ନନ୍ଦାହାଣ୍ଡି ତହସିଲଦାର କ୍ଷୟକ୍ଷତିର ଆକଳନ କରିଥିବା ଜଣାପଡିଛି l
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ