ନବରଙ୍ଗପୁର: ସମଗ୍ର ବିଶ୍ୱକୁ ଆତଙ୍କିତ କରିଥିବା ମହାମାରୀ କୋରୋନା ଭୂତାଣୁକୁ ନେଇ ସମଗ୍ର ଭାରତକୁ ଲକଡାଉନ ଘୋଷଣା କରାଯାଇଛି । ଏହି ଘଡିସନ୍ଧି ମୁହୂର୍ତ୍ତରେ ସ୍ବାସ୍ଥ୍ୟ ବିଭାଗ ଓ ସାମ୍ବାଦିକମାନେ କୋରୋନାକୁ ଖାତିର ନକରି ନିଜ ନିଜ କ୍ଷେତ୍ରରେ କର୍ମ କରି ଚାଲିଛନ୍ତି ଓ ସମାଜର ମଙ୍ଗଳ କରୁଛନ୍ତି ।
ଏପରି ସ୍ଥିତିରେ ସୋମବାର ଭାରତୀୟ ଜନତା ପାର୍ଟି ନବରଙ୍ଗପୁର ଶାଖା ତରଫରୁ ସ୍ବାସ୍ଥ୍ୟ କର୍ମୀ ଓ ସାମ୍ବାଦିକ ମାନଙ୍କୁ ଫୁଲ ଚନ୍ଦନ ଲଗାଇ ପୂଜା କରିବା ସହ ସମ୍ବର୍ଦ୍ଧିତ କରିଥିଲେ ବିଧାୟକ ନିତ୍ୟାନନ୍ଦ ଗଣ୍ଡ । ଏହି ମାହାମାରୀ ପରିସ୍ଥିତିରେ କୋରୋନା ଭୂତାଣୁ ସହ ଦିନରାତି ଲଢ଼େଇ କରୁଥିବା ସ୍ଵାସ୍ଥ୍ୟବିଭାଗର ସମସ୍ତ କର୍ମଚାରୀ ଏବଂ ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି ବିଧାୟକ ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ