ETV Bharat / state

ଶାଶୂ ପରେ ଶ୍ବଶୁର ପାଲଟିଲେ ପ୍ରେରଣା, ବିଧବା ବୋହୂର କରାଇଲେ ବିବାହ

ତାଳଚେରରେ ଶାଶୂ ନିଜର ବିଧବା ବୋହୂକୁ ଅନ୍ୟତ୍ର ବିବାହ କରାଇବା ଘଟଣା ସାମ୍ନାକୁ ଆସିଥିବାବେଳେ ନବରଙ୍ଗପୁରରେ ଶ୍ବଶୂର ବିଧବା ବୋହୂକୁ ବିବାହ କରାଇ ଉଦାହରଣ ସୃଷ୍ଟି କରିଛନ୍ତି । ଏକୋରି ସମିତି ସଭ୍ୟ ତଥା ଶ୍ବଶୂର କମଳଲୋଚନ ମାଝୀ ନିଜ ବିଧବା ବୋହୂ ନୟନା ମାଝୀଙ୍କୁ ପୁଣି ଥରେ ବିବାହ କରାଇଛନ୍ତି ।

author img

By

Published : Sep 18, 2019, 12:12 PM IST

ଡିଜାଇନ ଫଟୋ

ନବରଙ୍ଗପୁର: ଶାଶୂ ପରେ ଶ୍ବଶୁର ପାଲଟିଲେ ଉଦାହରଣ, ବିଧବା ବୋହୂକୁ କରାଇଲେ ବିବାହ । ଅନୁଗୋଳର ତାଳଚେର ପରେ ନବରଙ୍ଗପୁରରେ ଦେଖିବାକୁ ମିଳିଛି ଏଭଳି ଘଟଣା । ତାଳଚେରରେ ଶାଶୂ ନିଜର ବିଧବା ବୋହୂକୁ ଅନ୍ୟତ୍ର ବିବାହ କରାଇବା ଘଟଣା ସାମ୍ନାକୁ ଆସିଥିବାବେଳେ ନବରଙ୍ଗପୁରରେ ଶ୍ବଶୂର ବିଧବା ବୋହୂକୁ ବିବାହ କରାଇ ଉଦାହରଣ ସୃଷ୍ଟି କରିଛନ୍ତି ।

ଭିଡିଓ ସୌଜନ୍ଯ: ସମ୍ବାଦଦାତା, ନବରଙ୍ଗପୁର

ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଏକୋରି ଗାଁରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଏକୋରି ସମିତି ସଭ୍ୟ ତଥା ଶ୍ବଶୂର କମଳଲୋଚନ ମାଝୀ ନିଜ ବିଧବା ବୋହୂ ନୟନା ମାଝୀଙ୍କୁ ପୁଣି ଥରେ ବିବାହ କରାଇଛନ୍ତି । ନିଜେ କନ୍ୟା ଦାନ କରି ତାଙ୍କୁ ଆଉ ଏକ ନୂଆ ଜୀବନ ଦେଇଛନ୍ତି ।

କମଳ ଲୋଚନଙ୍କ ପୁଅ ପୋଲିସ ବିଭାଗରେ ଚାକିରି କରିଥିଲେ । 7 ବର୍ଷ ତଳେ ସେ ବାରିଗୁଡା ଗ୍ରାମର ନଇନାଙ୍କୁ ବିବାହ କରିଥିଲେ । ତାଙ୍କର ପୁଅଟିଏ ମଧ୍ୟ ଅଛି । ତେବେ ଦୂର୍ଘଟଣାରେ ତାଙ୍କର ମୃତ୍ୟୁ ପରେ କମଳଙ୍କୁ ଘାରିଥିଲା ବୋହୂ ଓ ନାତୀର ଚିନ୍ତା । ପରେ ବିଧବା ବୋହୂକୁ ଅନ୍ୟତ୍ର ବିବାହ କରିବା ପାଇଁ ସ୍ଥିର କରି ଜଣେ ସମ୍ପର୍କୀୟ ଯୁବକଙ୍କ ସହ ତାଙ୍କର ବିବାହ କରାଇଛନ୍ତି ।

ଜଣେ ଲୋକପ୍ରତିନିଧି ଭାବେ କମଳ କେବଳ ନିଜ ବୋହୂକୁ ବିବାହ କରାଇ ଉଦାହରଣ ସୃଷ୍ଟି କରିନାହାଁନ୍ତି ଉପାନ୍ତ ଅଞ୍ଚଳରେ ଏପରି କରି ଲୋକଙ୍କ ମଧ୍ୟରେ ସଚେତନତା ବାର୍ତ୍ତା ପହଞ୍ଚାଇଛନ୍ତି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:ସ୍ଲୋଗ:- ବିଧବା ଵୋହୁକୁ ବିଭାଦେଲେ ସମିତି ସଭ୍ୟ
ଫୋର୍ମାଟ୍:- ଏଭିବି,୧୭/୦୯/୧୯
ରିପୋର୍ଟ:-ତପନ ବିଷୋୟୀ, ନବରଙ୍ଗପୁର।
----------------------------------------------
ଆଙ୍କର:- ସମାଜ ପାଇଁ ଉଦାହରଣ ସାଜିଲେ , ନିଜ ବିଧବା ବୋହୁ କୁ ବିଭାଦେଲେ ଶଶୁର ( ସମିତି ସଭ୍ୟ ) । ଏଭଳି ଏହ ହୃଦୟସ୍ପର୍ଶୀ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଅନ୍ତର୍ଗତ ଏକୋରି ଗାଁରେ । ଆସନ୍ତ ଦେଖିବା ଏହି ରିପୋର୍ଟ ...।ଜୀବନର ଶେଷ ସମୟରେ ସହାରା ସାଜିବା ରୋଜଗାରିଆ ପୁଅ ସଂସାର ଦେଖିବା ଆଗରୁ ଅକାଳରେ ଆରପାରିକୁ ଚାଲିଗଲା । ଆଉ ଅଭାଗା ବାପାଙ୍କ ପାଖରେ ସ୍ତ୍ରୀ ଓ ବର୍ଷକର ପୁଅକୁ ଛାଡ଼ିଦେଇ ଗଲା । ରୋଜଗାରିଆ ପୁଅକୁ ହରାଇ ସାରା ପରିବାର୍ ଭାଙ୍ଗି ପଡିଥିବା ବେଳେ । ବିଧବା ବହୁ ଓ ନାତିର ଭବିଷ୍ୟତ ପାଇଁ ଚିନ୍ତାରେ ବୁଡିରହିଥିଲେ ମାଁ ଓ ବାପା । ଆଉ ମନ ସ୍ଥିର କରିବା ସହ ଛାତି ଦୃଢ଼ କରି ଶେଷରେ ବିଧବା ବହୁକୁ ସଙ୍ଖା ସିନ୍ଦୁର ପିନ୍ଧାଇ ପର ଘରକୁ ବିଦାକରିବା ସହ ସମାଜ ପାଇଁ ସୃଷ୍ଟି କଲେ ଉଦାହରଣ । ବିଧବା ବୋହୁକୁ କନ୍ୟାଦାନ କରି ମହତ କାମ କରିଥିବା ବ୍ୟକ୍ତି ଜଣେ ନିର୍ବାଚିତ ଲୋକପ୍ରତିନିଧି ତଥା ସମିତି ସଭ୍ୟ । ଯାହାଙ୍କର ଏଭଳି କାମ ଏବେ ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । କୋଷାଗୁମଡା ବ୍ଲକ ଅନ୍ତର୍ଗତ ଏକୋରି ପଞ୍ଚାୟତ ର ସମିତି ସଭ୍ୟ କୋମଳ ଲୋଚନ ମାଝୀ ଏମିତି ମହତ କାମ କରିବା ସହ ବିଧବା ବୋହୂକୁ ବିଭାଦେଇ ସାରା ଜିଲ୍ଲାରେ ବିରଳ ଉଦାହରଣ ପାଲଟିଛନ୍ତି । କୋମଳ ଲୋଚନ ଙ୍କ ପୁଅ ପୋଲିସ ବିଭାଗରେ SPO ଭାବେ କାର୍ଯ୍ୟ କରି ଆସୁଥିଲେ । ଗତ 7 ବର୍ଷ ତଳେ ଲଳିତ ପାପଡାହାଣ୍ଡି ବ୍ଲକର ବାରିଗୁଡା ଗ୍ରାମର ନଇନା କୁ ବିବାହ କରିଥିଲେ। ବିବାହର ଏକ ବର୍ଷ ପରେ ଲଳିତ ତାଙ୍କ ଶଶୁର ଘରକୁ ଯାଉଥିବାବେଳେ ରାସ୍ତାରେ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ତେବେ ବୋହୁ ଓ ନାତି ର ଭବିଷ୍ୟତ କୁ ନେଇ ଚିନ୍ତାରେ ବୁଡିରହିଥିବା କୋମଳ ଲୋଚନ ଶେଷରେ ବିଧବାବୋହୁ କୁ ବିଭାଦେବା ପାଇଁ ମନ ସ୍ଥିର କରିବା ସହ ତାଙ୍କ ସମ୍ପର୍କୀୟା ଜଣେ ଯୁବକଙ୍କ ସହ ପାରମ୍ପାରିକ ରୀତିନୀତି ରେ ବିବାହ ସମ୍ପନ୍ନ କରି କନ୍ୟାଦାନ କରିବା ସହ ଶଶୁର କୋମଳ ଲୋଚନ ନିଜର 2 ଏକର ଜମି ମଧ୍ୟ ଦାନ କରିଥିଲେ । ନଇନା କୁ ଆପଣେଇ ନେଇଥିବା ଯୁବକ କହ୍ନେଇ ତାଙ୍କ 6 ବର୍ଷର ପୁଅ କୁ ମଧ୍ୟ ଆପଣେଇ ନେବା ସହ ପିତୃ ପରିଚୟ ଦେଇଛନ୍ତି । ଜଣେ ନିର୍ବାଚିତ ଲୋକପ୍ରତିନିଧି ସମିତି ସଭ୍ୟ କୋମଳ ଲୋଚନ ଙ୍କ ଏମିତି ପ୍ରୟାସ ଏକ ବିରଳ ଉଦାହରଣ ସୃଷ୍ଟି କରିଛି।Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.