ETV Bharat / state

ଟାଙ୍ଗିଆ ଆକ୍ରମଣରେ ଜଣେ ଗୁରୁତର

ଜମି ଜମା ବିବାଦ । ଜଣେ ଗୁରୁତର । ଗୁରୁତରଙ୍କ ପୁଅ ଆକ୍ରମଣକାରୀଙ୍କ ନାଁରେ ତେନ୍ତୁଳିଖୁଣ୍ଟି ଥାନାରେ ଏତଲା ଦାୟର କରିଛି । ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି।

author img

By

Published : Jul 22, 2019, 2:12 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ନବରଙ୍ଗପୁର: ଜମି ବିବାଦକୁ ନେଇ ଟାଙ୍ଗିଆରେ ଆକ୍ରମଣ, ଜଣେ ଗୁରୁତର । ତେନ୍ତୁଳିଖୁଣ୍ଟି ଥାନା କଣ୍ଟାଗାଁ ପଞ୍ଚାୟତର ଗୁମରଦୋରା ଗାଁରେ ଅଭାବନୀୟ ଘଟିଛି । ଗୁରୁତର ଜଣକ ହେଲେ ସୁନାଧର ଜାନୀ। ଏନେଇ ଗୁରୁତର ସୁନାଧରଙ୍କର ପୁଅ ତେନ୍ତୁଳିଖୁଣ୍ଟି ଥାନାରେ ଏତଲା ଦାୟର କରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ସୂଚନାନୁଯାୟୀ, ରବିବାର ପ୍ରାୟ ଗୋଟେ ବେଳେ ସୁନାଧର ତାଙ୍କ ପତ୍ନୀଙ୍କ ସହ ଗାଁ ପାଖରେ ଥିବା ତାଙ୍କ ନିଜ ଚାଷ ଜମିରେ ହଳ କରିବାକୁ ଯାଇଥିଲେ । ଏହି ସମୟରେ ଗଣ୍ଡିଗୁଡା ଗାଁର ନରେନ୍ଦ୍ର ଗୌଡ ନାମକ ବ୍ୟକ୍ତି ଆସି ମୋ ଜମିରେ ହଳ କରୁଛୁ କହି ହଠାତ ସୁନାଧରକୁ ଟାଙ୍ଗିଆରେ ଆକ୍ରମଣ କରି ସେଠାରୁ ତୁରନ୍ତ ପଳାଇଥିଲେ । ଏହାପରେ ସୁନାଧରଙ୍କ ପତ୍ନୀ ପାଖରେ ଥିବା ଲୋକଙ୍କ ସାହାଯ୍ୟରେ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା କରିବା ପରେ ତାଙ୍କ ଅବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ଡାକ୍ତର ତାଙ୍କୁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଛନ୍ତି ।

ଏନେଇ ଗୁରୁତର ସୁନାଧରଙ୍କ ପୁଅ ତେନ୍ତୁଳିଖୁଣ୍ଟି ଥାନାରେ ଏତଲା ଦେବା ପରେ ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:ସ୍ଲଗ-ଟାଙ୍ଗିଆ ଚୋଟରେ ଜଣେ ଗୁରୁତର।
ଫର୍ମାଟ-ଏଭିଓ,୨୧/୦୭/୧୯
ରିପୋର୍ଟ-ତପନ ବିଷୋୟୀ,ନବରଙ୍ଗପୁର।
-----------------------------------------------------------
ଆଙ୍କର:-ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା କଣ୍ଟାଗାଁ ପଂଚାୟତର ଗୁମରଦୋରା ଗାଁ ରେ ଜମି ବିବାଦକୁ ନେଇ ଟାଙ୍ଗିଆରେ ଆକ୍ରମଣ,ଜଣେ ଗୁରୁତର ହୋଇଥିବା ଜଣାପଡିଛି।ଗୁରୁତର ଜଣକ ହେଲେ ସୁନାଧର ଜାନୀ।ସୂଚନାନୁଯାୟୀ ଆଜି ଦିନ ପ୍ରାୟ ୧ ଟା ସମୟରେ ସୁନାଧର ତାଙ୍କ ପତ୍ନୀ ଙ୍କ ସହ ଗାଁ ପାଖରେ ଥିବା ତାଙ୍କ ନିଜ ଚାଷ ଜମିରେ ହଳ କରିବା କୁ ଯାଇଥିବା ବେଳେ ଗଣ୍ଡିଗୁଡ଼ା ଗ୍ରାମର ନରେନ୍ଦ୍ର ଗୌଡ଼ ନାମକ ବ୍ୟକ୍ତି ଆସି ମୋ ଜମିରେ ହଳ କରୁଛୁ କହି ହଠାତ ସୁନାଧର କୁ ଟାଙ୍ଗିଆ ରେ ଆକ୍ରମଣ କରି ରକ୍ତାକ୍ତ କରି ପଳେଇ ଯାଇଥିଲେ।ପରେ ତାଙ୍କ ପତ୍ନୀ ପାଖରେ ଥିବା ଲୋକଙ୍କ ସାହାଯ୍ୟ ରେ ସୁନାଧର କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।ସେଠାରେ ପ୍ରାଥମିକ ଚିକିତ୍ସା କରିବା ପରେ ଅବସ୍ଥାରେ ଅଧିକା ସଙ୍କଟାପନ୍ନ ହେବାରୁ ଡାକ୍ତର ତାଙ୍କୁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ।ଏନେଇ ଗୁରୁତର ସୁନାଧର ର ପୁଅ ତେନ୍ତୁଳିଖୁଣ୍ଟି ଥାନାରେ ଏତଲା ଦେବା ପରେ ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି।Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.