ETV Bharat / state

ମହାମାୟୀଙ୍କ ମହାସପ୍ତମୀ; ଜୀବନ୍ୟାସ ପରେ ମଣ୍ଡପରେ ପୂଜା ପାଉଛନ୍ତି ମା' - JHARPADA DURGA PUJA

ଆଜି ମହାସପ୍ତମୀ । ମନ୍ତ୍ର ଧ୍ବନୀରେ ପ୍ରକମ୍ପିତ ହେଉଛି ଗଗନ-ପବନ । ସେପଟେ ଝାରପଡା ପୂଜା ମଣ୍ଡପର 'ଇମ୍ପେରିଆଲ ପ୍ୟାଲେସ୍ ସମସ୍ତଙ୍କୁ ଆକର୍ଷିତ କରୁଛି ।

JHARPADA DURGA PUJA
JHARPADA DURGA PUJA (ETV Bharat Odisha)
author img

By ETV Bharat Odisha Team

Published : Oct 10, 2024, 4:41 PM IST

ଭୁବନେଶ୍ବର: ଆଜି ମହାମାୟୀଙ୍କ ମହାସପ୍ତମୀ । ଜୀବନ୍ୟାସ ପରେ ମଣ୍ଡପରେ ପୂଜା ପାଉଛନ୍ତି ମା',ଭକ୍ତଙ୍କୁ କରୁଛନ୍ତି ଆଶୀର୍ବାଦ । ମା'ଦୁର୍ଗାଙ୍କ ଆଗମନକୁ ନେଇ ଜୀଇଁ ଉଠିଛି ଗଗନ ପବନ । ଭୁବନେଶ୍ୱରରେ ଥିବା ବିଭିନ୍ନ ପୂଜା ମଣ୍ଡପରେ ଆରମ୍ଭ ହୋଇଯାଇଛି ପୂଜାର୍ଚ୍ଚନା । ଝାରପଡା ପୂଜା ମଣ୍ଡପରେ 'ଇମ୍ପେରିଆଲ ପ୍ୟାଲେସ'ରେ ଶୋଭାପାଉଛନ୍ତି ମା' ।

ଜୀବନ୍ୟାସ ପାଇଲେ ମା':

ମହାମାୟୀଙ୍କ ମହାସପ୍ତମୀ (ETV Bharat Odisha)

ମହାମାୟୀଙ୍କ ମହାସପ୍ତମୀରେ ମନ୍ତ୍ରଧ୍ବନୀରେ ପ୍ରକମ୍ପିତ ହେଉଛି ପୁରା ପରିବେଶ । ସପ୍ତମୀର ନୀତିକାନ୍ତି ପରେ ଚକ୍ଷୁଦାନ ନୀତି ସମାପନ ହୋଇଛି । ଏହାପରେ ମା' ଜୀବନ୍ୟାସ ପାଇଛନ୍ତି । ମହାସପ୍ତମୀର ପୂଜାକୁ ନେଇ ଚଳଚଞ୍ଚଳ ଝାରପଡା ପୂଜା ମଣ୍ଡର । ଘଣ୍ଟା ଘଣ୍ଟା ହୁଳହୁଳି ସହ ବ୍ରାହ୍ମଣଙ୍କ ମନ୍ତ୍ରଧ୍ୱନିରେ ପରିବେଶ ପ୍ରକମ୍ପିତ ହେଉଛି । ମା'ଙ୍କ ଦର୍ଶନ କରି ଆଶୀର୍ବାଦ ନେଉଛନ୍ତି ରାଜଧାନୀବାସୀ ।

ମନ ମୋହୁଛି 'ଇମ୍ପେରିଆଲ ପ୍ୟାଲେସ୍':

JHARPADA DURGA PUJA
JHARPADA DURGA PUJA (ETV Bharat Odisha)
ଝାରପଡା ଦୁର୍ଗାପୂଜା ସମିତି ଦ୍ୱାରା ଆୟୋଜିତ ଦୁର୍ଗାପୂଜା ଚଳିତବର୍ଷ ୧୪ ବର୍ଷରେ ପଦାର୍ପଣ କରିଛି । ସବୁ ବର୍ଷ ଭଳି ଏଥର ମଧ୍ୟ କିଛି ନୂଆ କରିବାର ପ୍ରୟାସ କରିଛି । ଗତ ୧୩ ବର୍ଷ ଧରି ଝାରପଡ଼ା ଦୁର୍ଗାପୂଜା ମଣ୍ଡପର ସାଜସଜ୍ଜା ରାଜଧାନୀବାସୀଙ୍କୁ ଆକର୍ଷିତ କରିବା ସହ ଓଡ଼ିଶାର ତଥା ଅନ୍ୟ ରାଜ୍ୟମାନଙ୍କରେ ବହୁ ଆଦୃତ ଓ ପ୍ରଶଂସିତ ହୋଇଛି । ଚଳିତ ବର୍ଷ 'ଇମ୍ପେରିଆଲ ପ୍ୟାଲେସ୍' ନିର୍ମାଣ କରାଯାଉଛି । ପଶ୍ଚିମବଙ୍ଗର କାରିଗର ସ୍ୱପନ ମାନାଙ୍କ ସହ ୫୦ ଜଣ ସହଯୋଗୀ କାରିଗର ଦେଢ ମାସ ଧରି ତୋରଣ ନିର୍ମାଣ ଦାୟିତ୍ୱରେ ରହିଛନ୍ତି । ତୋରଣର ଉଚ୍ଚତା ୮୫ଫୁଟ୍ ଓ ଚଉଡ଼ା ୧୫୦ ଫୁଟ୍ ରହିଛି । ଓଡ଼ିଶାର ମୂର୍ତ୍ତି କାରିଗର ମାନସ ରଞ୍ଜନ ବେହେରାଙ୍କ ଦ୍ୱାରା ୧୨ ଫୁଟ ଉଚ୍ଚତାର ମା'ଦୁର୍ଗାଙ୍କ ମୁଣ୍ମୟୀ ମୂର୍ତ୍ତି ନିର୍ମାଣ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ .....କାହିଁକି ହୁଏ ବେଲବରଣୀ ? ଷଷ୍ଠୀ ପୂଜାର ବିଶେଷତ୍ବ ଜାଣନ୍ତୁ

ଏହା ମଧ୍ୟ ପଢନ୍ତୁ .....ଏମିତି ଏକ ପୂଜା ମଣ୍ଡପ, ନିସ୍ତବ୍ଧ ରାତିରେ ଶୁଣାଯାଏ ପାଉଁଜିର ଶବ୍ଦ !

ଏହା ମଧ୍ୟ ପଢନ୍ତୁ .....ମହାସପ୍ତମୀ; କାହିଁକି ନବପତ୍ରିକା ପୂଜା କରାଯାଏ, କ'ଣ ରହିଛି ପରମ୍ପରା ?

ଦଶମୀ ତିଥି ସନ୍ଧ୍ୟାରେ ରାବଣ ପୋଡ଼ି:

JHARPADA DURGA PUJA
JHARPADA DURGA PUJA (ETV Bharat Odisha)

ଚଳିତ ବର୍ଷ ‘ମା ଦୁର୍ଗାଙ୍କ ରୂପା ମୁକୁଟ ସହ ପାର୍ଶ୍ଵଦେବତା ମାନେ ଭକ୍ତ ମାନଙ୍କୁ ରୂପା ଅଳଙ୍କାରରେ ଦର୍ଶନ ଦେବେ । ସେହିପରି ଦଶମୀତିଥି ସଂନ୍ଧ୍ୟା ୭ଟାରେ ସମିତି ତରଫରୁ ୪୦ ଫୁଟ ଉଚ୍ଚତାର ରାବଣ ପୋଡ଼ି ସାଙ୍ଗକୁ ବିଭିନ୍ନ ପ୍ରକାର ଆତସ ବାଜି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଗତବର୍ଷ ଭଳି ଝାରପଡ଼ାର ଦୋଳମେଳଣ ପଡ଼ିଆରେ ରାବଣ ପୋଡ଼ି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ନେଇ କହିଛନ୍ତୁ ସମ୍ପାଦକ ଧରଣୀଧର ଜେନା ।

JHARPADA DURGA PUJA
JHARPADA DURGA PUJA (ETV Bharat Odisha)

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.