ETV Bharat / state

ରାଇଘର ସୀମାରେ ଗୁଳି ବିନିମୟ, ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ - ଏସ୍‌ଓଜି ଯବାନଙ୍କ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ

ଏସ୍‌ଓଜି ଯବାନଙ୍କ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ । ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ । ଅଧିକ ପଢନ୍ତୁ

encounter between naxal and jawan
encounter between naxal and jawan
author img

By

Published : Apr 27, 2023, 1:02 PM IST

ନବରଙ୍ଗପୁର: ରାଇଘର ସୀମାନ୍ତ ଛତିଶଗଡ଼ରେ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଏସ୍‌ଓଜି ଯବାନଙ୍କ ଆକ୍ରମଣକୁ ସାମ୍ନା କରିନପାରି ପଛଘୁଞ୍ଚା ଦେଲେ ମାଓବାଦୀ । ଏନକାଉଣ୍ଟରରେ କେହି ମୃତାହତ ହୋଇନଥିବା ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କଲେ ସୁରକ୍ଷାକର୍ମୀ ।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି(ବୁଧବାର) ଗରିୟାବନ୍ଧ ଜିଲ୍ଲା ଶୋଭା ଥାନା ଅଞ୍ଚଳରେ ମାଓବାଦୀ ଲୁଚିରହିଥିବା ନେଇ ସୁରକ୍ଷାକର୍ମୀଙ୍କୁ ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ଯୋଜନା ପ୍ରସ୍ତୁତ କରି ଏସ୍‌ଓଜି ଯବାନଙ୍କ ଦୁଇଟି ଟିମ୍‌ କମ୍ବିଂ ଅପରେସନ ଆରମ୍ଭ କରିଥିଲେ । ମାଓବାଦୀ ମାନେ ଲୁଚି ରହିଥିବା ସ୍ଥାନରେ ପହଞ୍ଚିବା ମାତ୍ର ଗୁଳିବିନିମୟ ଆରମ୍ଭ ହୋଇଥିଲା । ଏହି ସମୟରେ ମାଓବାଦୀ ଖସିଯିବାକୁ ଉଦ୍ୟମ କରି ଆଖିବୁଜା ଗୁଳି ଚଳାଇଥିଲେ । କିନ୍ତୁ ଶେଷରେ ଯବାନଙ୍କ ଗୁଳି ବିନିମୟରେ ଲଢ଼ିବା ପାଇଁ ସକ୍ଷମ ହୋଇନପାରି ପଛଘୁଞ୍ଚା ଦେଇଥିଲେ ମାଓବାଦୀ ।

ପ୍ରାୟ ୨୦ରୁ ୨୫ଜଣ ମାଓବାଦୀ ଉକ୍ତ ସ୍ଥାନରେ ଲୁଚି ରହିଥିବା ଅନୁମାନ କରାଯାଉଥିବା ବେଳେ ଅଧଘଣ୍ଟା ଧରି ଗୁଳି ବିନିମୟ ହୋଇଥିଲା । ମାଓବାଦୀ ସ୍ଥାନ ଛାଡ଼ିବା ପରେ ସୁରକ୍ଷାକର୍ମୀ ସର୍ଚ୍ଚ ଅପେରସନ ଆରମ୍ଭ କରିଥିଲେ । ଏହାପରେ ଉକ୍ତ ସ୍ଥାନରୁ ଦୈନନ୍ଦିନ ବ୍ୟବହାର ସାମଗ୍ରୀ ସହ ‌ଗୁଳିଗୋଳା ଘଟଣାସ୍ଥଳରୁ ଜବତ କରିଛି ସୁରକ୍ଷାକର୍ମୀ । ସିସିଏମ୍‌ ମୁରଲୀ, ଏସ୍‌ସିଏମ୍‌ କାର୍ତ୍ତିକ, ଏସ୍‌ସିଏମ୍‌ ଗୁଡୁ, ଏସିଏମ୍ ଆକାଶ, ଏସିଏମ୍‌ ନନ୍ଦାଲ ପ୍ରମୁଖ ଏଠାରେ କ୍ୟାମ୍ପ କରିଥିଲେ । ଗରିୟାବନ୍ଧ ଜିଲ୍ଲା ଶୋଭା ଥାନା ଅନ୍ତର୍ଗତ ଉଦନ୍ତି ଜଙ୍ଗଲର ସାଇବିନକାଚର ଗାଁର କିଛି ଜଣ ମଧ୍ୟ କ୍ୟାମ୍ପରେ ରହିଥିଲେ ବୋଲି ଜଣାପଡ଼ିଛି । ବରିଷ୍ଠ ଅଧିକାରୀ ମାନେ ଘଟଣା ଉପରେ ନଜର ରଖିଥିବା ବେଳେ କମ୍ବିଂ ଅପରେସନ ଜାରି ରହିଥିବା ସୂଚନା ମିଳିଛି ।

ଗତକାଲି(ଏପ୍ରିଲ 26) ଦନ୍ତେୱାଡା ଆରନପୁର ଅଞ୍ଚଳରେ ଆଇଡି ବିସ୍ଫୋରଣ ହୋଇଥିଲା । ଯବାନଙ୍କୁ ନେଇ ଯାଉଥିବା ଗାଡି ଆଇଡି ବିସ୍ଫୋରଣର ଶିକାର ହୋଇଥିଲା । ନକ୍ସଲମାନେ ଜଙ୍ଗଲ ରାସ୍ତାରେ ଆଇଡି ଖଞ୍ଜିଥିବା ବେଳେ ଜିଲ୍ଲା ରିଜର୍ଭ ଫୋର୍ସର ଯବାନଙ୍କୁ ନେଇ ସେହି ବାଟ ଦେଇ ଯାଉଥିଲା । ଆଇଡି ବିସ୍ଫୋରଣ ହେବାମାତ୍ରେ ଉକ୍ତ ଗାଡିଟି ଉଡି ଯାଇଥିଲା । ଏଥିରେ 10 ଜଣ ଯବାନ ଶହୀଦ ହୋଇଥିବା ବେଳେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିଲା । ଆଜି ମୁଖ୍ୟମନ୍ତ୍ରୀ ବାଘେଲ ଦନ୍ତେୱାଡା ପୋଲିସ ପେରେଡ ଗ୍ରାଉଣ୍ଡ ଠାରେ ପହଞ୍ଚି ଶହୀଦଙ୍କୁ ଗାର୍ଡ ଅଫ୍ ଅନର ସହିତ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଏଥିସହ ବାଘେଲ ଶହୀଦଙ୍କ ପରିବାର ଲୋକଙ୍କ ସହ କଥା ହୋଇ ସେମାନଙ୍କୁ ସାନ୍ତ୍ବନା ଦେଇଥିଲେ ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.