ETV Bharat / state

ସେମରଡିହି ଜଙ୍ଗଲରେ ହାତୀ ଆତଙ୍କ - ନବରଙ୍ଗପୁର ସେମରଡିହି ଜଙ୍ଗଲରେ ହାତୀ

ସେମରଡିହି ଜଙ୍ଗଲରେ ହାତୀ ଆତଙ୍କ । ଦୀର୍ଘ ଦିନ ବ୍ୟବଧାନରେ ପୁଣି ଏହି ଜଙ୍ଗଲରେ ହାତୀପଲଙ୍କ ଦୌରାତ୍ମ୍ୟ ଦେଖିବାକୁ ମିଳିଛି । ଏହି ହାତୀପଲ ଛତିଶଗଡ଼ ଅଞ୍ଚଳରୁ ଆସିଛନ୍ତି । ଅଧିକ ପଢ଼ନ୍ତୁ

ସେମରଡିହି ଜଙ୍ଗଲରେ ହାତୀ ଆତଙ୍କ
ସେମରଡିହି ଜଙ୍ଗଲରେ ହାତୀ ଆତଙ୍କ
author img

By

Published : Dec 11, 2022, 4:13 PM IST

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସୀମାନ୍ତ କୁନ୍ଦେଇ ପଞ୍ଚାୟତର ସେମରଡିହି ଜଙ୍ଗଲରେ ହାତୀ ଆତଙ୍କ (Elephant terror in Semardihi forest)। ଦୀର୍ଘ ଦିନ ବ୍ୟବଧାନରେ ପୁଣି ଏହି ଜଙ୍ଗଲରେ ହାତୀପଲଙ୍କ ଦୌରାତ୍ମ୍ୟ ଦେଖିବାକୁ ମିଳିଛି । ଏହି ହାତୀପଲ ଛତିଶଗଡ଼ ଅଞ୍ଚଳରୁ ଆସିଛନ୍ତି । ହାତୀପଲରେ ଛୋଟବଡ଼ ମିଶାଇ ମୋଟ ୩୨ ଗୋଟି ହାତୀ ଏହି ସେମରଡିହି ଅଞ୍ଚଳରେ ରହିଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ତେବେ ଏହି ହାତୀପଲ ଅନେକ ଅସ୍ଥାୟୀ କୁଡ଼ିଆ ଗୁଡିକୁ ଭାଙ୍ଗି ଦେଇଥିବା ସୂଚନାରୁ ପ୍ରକାଶ ।

ସେମରଡିହି ଜଙ୍ଗଲରେ ହାତୀ ଆତଙ୍କ

ଏ ସମ୍ପର୍କରେ ନବରଙ୍ଗପୁର ACF ଧନଞ୍ଜୟ ମହାପାତ୍ର କହିଛନ୍ତି ''ନବରଙ୍ଗପୁରରେ ହାତୀ ଆତଙ୍କ ଏକ ସାଧାରଣ କଥା । ପ୍ରାୟ ବେଳେ ଏଠାକୁ ହାତୀପଲ ପଶିଆସିଥାନ୍ତି । ଯେହେତୁ ପଶ୍ଚମ ଓଡ଼ିଶା ସେମାନଙ୍କ ବାସସ୍ଥଳୀ । ଅନ୍ୟପକ୍ଷରେ ବର୍ତ୍ତମାନ ନବରଙ୍ଗପୁରରେ ମକା ଓ ଧାନ ଚାଷକୁ ଖାଇବା ପାଇଁ ସେମାନେ ଓଡ଼ିଶାମୁହାଁ ହୋଇଛନ୍ତି । ତେବେ ହାତୀପଲ ଯେପରି କାହାରି କିଛି କ୍ଷତି ନକରନ୍ତି ସେଥିପାଇଁ ଆମ ବନବିଭାଗ କର୍ମଚାରୀ ସବୁ ବେଳେ ସଜାଗ ହୋଇ ରହିଥାନ୍ତି । ଏପରିକି ହାତୀ ପାଇଁ ଗ୍ରାମବାସୀଙ୍କର ଯେପରି କିଛି କ୍ଷତି ନହୁଏ ସେଥିପାଇଁ ବନବିଭାଗର କର୍ମଚାରୀ ବାଣ ଫୁଟାଇ ହାତୀ ଗୁଡିକୁ ଘଉଡ଼ାଇଥାନ୍ତି । ଏହାସହ ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ମଧ୍ୟ ସତର୍କ କରାଇଥାନ୍ତି । ଏବେ ମଧ୍ୟ କୁନ୍ଦେଇ ବନବିଭାଗ ପକ୍ଷରୁ ପହରା ଦିଆଯାଉଛି । ବର୍ତ୍ତମାନ ମକା ଓ ଧାନ ଫସଲ ଅମଳ ହୋଇ ସାରିଛି । ଖାଦ୍ୟ ନିମନ୍ତେ ଚାଷ ହୋଇଥିବା ବିରି, କୋଳଥ, ହରଡ଼ ଚାଷ ଉପରେ ଏବେ ଏହିି ହାତୀପଲର ନଜର ରହିଛି ।''

ଅନ୍ୟପକ୍ଷରେ ଗାଁରେ ହାତୀପଲଙ୍କ ଆତଙ୍କ ଦେଖା ଦେଇଥିବା ବେଳେ ଗାଁ ଲୋକେ ଭୟରେ ଘରୁ ବାହାରୁ ନାହାଁନ୍ତି । ଏପରିକି କୌଣସି ଜରୁରୀ କାମ ପଡ଼ିଲେ ଲୋକେ ହାତରେ ଠେଙ୍ଗା, ବାଡ଼ି ଧରି ବାହାରକୁ ଯାଉଛନ୍ତି । ଛୋଟ ଛୁଆ ମଧ୍ୟ ଘର ଭିତରେ ୨୪ ଘଣ୍ଟା ବନ୍ଦ ହୋଇ ରହୁଛନ୍ତି । ଗାଁ ଭିତରକୁ ହାତୀପଲ ପଶି ଗାଁ ଭିତରେ ବୁଲୁଛି । ଦିନ ସମୟରେ ବି ଗାଁରେ ବୁଲୁଛି ହାତୀ । ଗାଁ ଭିତରେ ହାତୀ ପ୍ରବେଶ ନେଇ ବନ ବିଭାଗ ବି ଚିନ୍ତାରେ ପଡ଼ିଛି । କିପରି ଲୋକଙ୍କୁ ସୁରକ୍ଷା ଦେବ ତାହାକୁ ନେଇ ଏବେ ବନ ବିଭାଗ ଚିନ୍ତାରେ । ଯେପରି କାହାର କୌଣସି କ୍ଷତି ନହେଉ ସେଥିପ୍ରତି ସଜାଗ ରହିଛି ବନବିଭାଗ । ବାରମ୍ବାର ଡାକବାଜି ଯନ୍ତ୍ରରେ ସତର୍କ କରାଉଛି ଗ୍ରାମବାସୀଙ୍କୁ । ଅନ୍ୟପକ୍ଷରେ ହାତୀପଲକୁ ଗାଁରୁ ଘଉଡ଼ାଇବା ପାଇଁ ଚେଷ୍ଟା ଜାରି ରଖିଛି ବନବିଭାଗ । ଅନେକ ପ୍ରକାରର ବାଣ ଫୁଟାଇବା ସହ ନିଆଁ ଜଳାଇ ହାତୀକୁ ଘଉଡ଼ାଇବାରେ ଲାଗିଛନ୍ତି ବନ କର୍ମଚାରୀ ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.