ETV Bharat / state

SHG ଗ୍ରୁପର ମିଟର ରିଡିଂକୁ ବିରୋଧ

ଅଲଓଡିଶା ମିଟର ରିଡର ଆସୋସିଏସନର ଜରୁରୀ ବୈଠକ ନବରଙ୍ଗପୁରଠାରେ ଅନୁଷ୍ଠିତ । ଆୟୋଜିତ ବୈଠକରେ ସମସ୍ତ ବିଦ୍ୟୁତ ଯୋଗାଣ ସଂସ୍ଥାରେ କାର୍ଯ୍ୟରତ ମିଟର ରିଡର କର୍ମଚାରୀ ଯୋଗ ଦେଇଛନ୍ତି ।

author img

By

Published : Jul 2, 2019, 3:01 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା ନବରଙ୍ଗପୁର

ନବରଙ୍ଗପୁର: ଅଲ୍ଓଡିଶା ମିଟର ରିଡର ଆସୋସିଏସନର ଜରୁରୀ ବୈଠକ ନବରଙ୍ଗପୁରଠାରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସୌରସାହି କଲ୍ୟାଣି ମଣ୍ଡପରେ ଆୟୋଜିତ କାର୍ଯ୍ୟକ୍ରମରେ ସମସ୍ତ ବିଦ୍ୟୁତ ଯୋଗାଣ ସଂସ୍ଥାରେ କାର୍ଯ୍ୟରତ ମିଟର ରିଡର କର୍ମଚାରୀ ଯୋଗ ଦେଇଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ନବରଙ୍ଗପୁର

ବୈଠକରେ ମିଟର ରିଡର ଭାବେ କାର୍ଯ୍ୟରତ କର୍ମୀ ସମସ୍ୟା ଗୁଡିକ ବିଷୟରେ ଆଲୋଚନା କରିଥିଲେ । ଏହାସହିତ ମୁଖ୍ୟତଃ ସରକାର ମିଟର ରିଡିଂ କାର୍ଯ୍ୟ ଏସଏସଜି ଗ୍ରୁପ ହାତରେ ଦେବାକୁ ନିଷ୍ପତ୍ତି ନେଇଥିବାରୁ ତାହାକୁ ବିରୋଧ କରାଯାଇଥିଲା । ମିଟର ରିଡିଂ ଏକ ସ୍ଥାୟୀ କାର୍ଯ୍ୟ ହୋଇଥିବା ବେଳେ ସରକାର ଉକ୍ତ କାମକୁ ବେଆଇନ ଭାବେ ବିଭିନ୍ନ ଏଜେନ୍ସି ମାନଙ୍କ ଦ୍ବାରା କରୁଛନ୍ତି ।

ଗତ ୧୫ ବର୍ଷ ଧରି ଉକ୍ତ ଏଜେନ୍ସି ମାନଙ୍କରେ ମିଟର ରିଡର ଭାବେ କାର୍ଯ୍ୟରତ କର୍ମଚାରୀଙ୍କୁ ସେହି ଏଜେନ୍ସି ମାନେ ମାନସିକ, ଶାରୀରିକ ଭାବେ ନିର୍ଯ୍ୟାତନା ଦେଉଛନ୍ତି । ଏହାସହ ବର୍ତ୍ତମାନ ଛଟେଇ କରିବାକୁ ଚକ୍ରାନ୍ତ କରୁଥିବା ଅଭିଯୋଗ କରୁଥିବାରୁ ସରକାରଙ୍କ ଏହି ନିଷ୍ପତ୍ତିକୁ ବୈଠକରେ ଦୃଢ଼ ବିରୋଧ କରାଯାଇଛି ।

ଖବର ଅନୁଯାୟୀ, ମିଟର ରିଡର ଭାବେ ଦୀର୍ଘ ୧୦ ବର୍ଷ ଧରି ରାଜ୍ୟରେ ଛଅ ହଜାର କର୍ମଚାରୀ କାର୍ଯ୍ୟ କରୁଛନ୍ତି । ବର୍ତ୍ତମାନ ଏସଏସଚଜି ଗ୍ରୁପକୁ ମିଟର ରିଡିଂ ଦାୟିତ୍ବ ଦେବା ଦ୍ବାରା କର୍ମଚାରୀ ତଥା ତାଙ୍କ ପରିବାରର 30 ହଜାର ସଦସ୍ୟ ପରୋକ୍ଷରେ ପ୍ରଭାବିତ ହେବେ ବୋଲି ସଂଘର କର୍ଯ୍ୟକର୍ତ୍ତାମାନେ ପ୍ରକାଶ କରିଛନ୍ତି ।

ଏନେଇ ସରକାର ତାଙ୍କ ନିଷ୍ପତ୍ତିର ପୁନର୍ବିଚାର କରି ମିଟର ରିଡିଂ ଦାୟିତ୍ବ ଏସଏସଜି ଗ୍ରୁପକୁ ନଦେବାପାଇଁ କର୍ମଚାରୀମାନେ ଅନୁରୋଧ କରିଛନ୍ତି । ଯଦି ସରକାର ତାଙ୍କ ନିଷ୍ପତ୍ତିର ପୁନର୍ବିଚାର ନକରନ୍ତି ତେବେ ଆଗାମୀ ଦିନରେ ଆନ୍ଦୋଳନ ତଥା ପ୍ରତିବାଦକୁ ଜୋରଦାର କରାଯିବ ବୋଲି ଧମକ ବୈଠକରେ ଖୋଲା ଧମକ ଦିଆଯାଇଛି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:ସ୍ଲଗ - ଏସହେଚଜି ଗ୍ରୁପ କୁ ମିଟର ରିଡିଙ୍ଗ କୁ ବିରୋଧ
ଫର୍ମାଟ- ଏଭିଓ, ୦୨/୦୭/୧୯
ରିପୋର୍ଟ - ତପନ ବିଷୋୟୀ, ନବରଙ୍ଗପୁର
-----------------------------------------------------------------
ଆଙ୍କର - ଅଲଓଡିଶା ମିଟର ରିଡର ଆସୋସିଏସନ ର ଜରୁରୀ ବୈଠକ ନବରଙ୍ଗପୁର ଠାରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସୌରସାହି କଲ୍ୟାଣି ମଣ୍ଡପ ରେ ଆୟୋଜିତ କାର୍ଯ୍ୟକ୍ରମରେ ସମସ୍ତ ବିଦ୍ୟୁତ ଯୋଗାଣ ସଂସ୍ଥାରେ କାର୍ଯ୍ୟରତ ମିଟର ରିଡର କର୍ମଚାରୀ ମାନେ ଯୋଗ ଦେଇଥିଲେ । ବୈଠକରେ ମିଟର ରିଡର ଭାବେ କାର୍ଯ୍ୟରତ ସମସ୍ୟା ଗୁଡିକ ବିଷୟରେ ଆଲୋଚନା କରାଯିବା ସହିତ ମୁଖ୍ୟତଃ ସରକାର ମିଟର ରିଡିଙ୍ଗ କାର୍ଯ୍ୟ ଏସହେଚଜି ଗ୍ରୁପ ହାତରେ ଦେବାକୁ ନିଷ୍ପତି ନେଇଥିବାରୁ ତାହାକୁ ବିରୋଧ କରାଯାଇଥିଲା । ମିଟର ରିଡିଙ୍ଗ ଏକ ସ୍ଥାୟୀ କାର୍ଯ୍ୟ ହୋଇଥିବା ବେଳେ ସରକାର ଉକ୍ତ କାମକୁ ବେଆଇନ ଭାବେ ବିଭିନ୍ନ ଏଜେନ୍ସି ମାନଙ୍କ ଦ୍ୱାରା କରୁଛନ୍ତି । ଗତ ୧୫ ବର୍ଷ ଧରି ଉକ୍ତ ଏଜେନ୍ସି ମାନଙ୍କରେ ମିଟର ରିଡର ଭାବେ କାର୍ଯ୍ୟରତ କର୍ମଚାରୀ ମାନଙ୍କୁ ସେହି ଏଜେନ୍ସି ମାନେ ମାନସିକ, ଶାରୀରିକ ଭାବେ ନିର୍ଯ୍ୟାତନା ଦେଇଥିବା ବେଳେ ସବୁ ନିର୍ଯ୍ୟାତନା କୁ କର୍ମଚାରୀ ମାନେ ସହି ବର୍ତ୍ତମାନ ଛଟେଇ କରିବାକୁ ଚକ୍ରାନ୍ତ କରୁଥିବା ଅଭିଯୋଗ କରାଯାଇଥିଲା ଏବଂ ସରକାର ଙ୍କ ଏହି ନିଷ୍ପତ୍ତି କୁ ବୈଠକରେ ଦୃଢ଼ ବିରୋଧ କରାଯାଇଥିଲା । ମିଟର ରିଡର ଭାବେ ଦୀର୍ଘ ୧୦ ବର୍ଷ ଧରି ରାଜ୍ୟରେ ଛଅ ହଜାର କର୍ମଚାରୀ କାର୍ଯ୍ୟ କରୁଥିବାବେଳେ ବର୍ତ୍ତମାନ ଏସହେଚଜି ଗ୍ରୁପ କୁ ମିଟର ରିଡିଙ୍ଗ ଦାୟିତ୍ୱ ଦେବା ଦ୍ୱାରା କର୍ମଚାରୀ ତଥା ତାଙ୍କ ପରିବାରର ତିରିଶ ହଜାର ସଦସ୍ୟ ପରୋକ୍ଷରେ ପ୍ରଭାବିତ ହୋଇ ବେରଜୋଗାର ହୋଇଯିବେ ବୋଲି ସଂଘ ର କର୍ଯ୍ୟକର୍ତା ମାନେ ପ୍ରକାଶ କରିବା ସହିତ ସରକାର ତାଙ୍କ ନିଷ୍ପତିର ପୁନର୍ବିଚାର କରି ମିଟର ରୋଡିଙ୍ଗ ଦାୟିତ୍ୱ ଏସହେଚଜି ଗ୍ରୁପ କୁ ନ ଦେବାପାଇଁ ଅନୁରୋଧ କରିଥିଲେ । ଯଦି ସରକାର ତାଙ୍କ ନିଷ୍ପତିର ପୁନର୍ବିଚାର ନ କରନ୍ତି ତେବେ ଆଗାମୀ ଦିନରେ ଆନ୍ଦୋଳନ ତଥା ପ୍ରତିବାଦ କୁ ଜୋରଦାର କରାଯିବ ବୋଲି ଧମକ ଦେଇଥିଲେ ।Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.