ETV Bharat / state

ଜିଲ୍ଲାପାଳଙ୍କ ମାନବିକତା, ମାନସିକ ଭିନ୍ନକ୍ଷମ ମହିଳାଙ୍କ ପାଇଁ ପଠାଇଲେ ମେଡିସିନ - medicine to a mentally ill woman home

ନବରଙ୍ଗପୁର ଜଣେ ମାନସିକ ଭିନ୍ନକ୍ଷମଙ୍କ ଚିକିତ୍ସା ପାଇଁ ମେଡିସିନ ପହଞ୍ଚାଇ ମାନବିକତା ଦେଖାଇଛନ୍ତି ନବରଙ୍ଗପୁର ଜିଲ୍ଲାପାଳ ଡଃ.ଅଜିତ କୁମାର ମିଶ୍ର ।

collector send  the medicine
ମାନସିକ ଭିନ୍ନକ୍ଷମ ମହିଳାଙ୍କ ପାଇଁ ପଠାଇଲେ ମେଡିସିନ
author img

By

Published : Apr 13, 2020, 7:48 PM IST

ନବରଙ୍ଗପୁର: ଏବେ ମହାମାରୀ କୋରୋନାକୁ ନେଇ ସବୁଠି ଜାରି ରହିଛି କଟକଣା । ଏହି ସମୟରେ ଜଣେ ମାନସିକ ଭିନ୍ନକ୍ଷମଙ୍କ ଚିକିତ୍ସା ପାଇଁ ମେଡିସିନ ପହଞ୍ଚାଇ ମାନବିକତା ଦେଖାଇଛନ୍ତି ନବରଙ୍ଗପୁର ଜିଲ୍ଲାପାଳ ଡଃ.ଅଜିତ କୁମାର ମିଶ୍ର । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକର ନାଗଯୋଡି ଗାଁର ଜଣେ ମାନସିକ ଭିନ୍ନକ୍ଷମ ମହିଳାଙ୍କ ଘରେ ଔଷଧ ପହଞ୍ଚାଇଛନ୍ତି।

ମାନସିକ ଭିନ୍ନକ୍ଷମ ମହିଳାଙ୍କ ପାଇଁ ପଠାଇଲେ ମେଡିସିନ

ଝରିଗାଁ ବ୍ଲକ ଧାମନାଗୁଡା ପଞ୍ଚାୟତ ନାଗଯୋଡି ଗାଁର ହାଡିବନ୍ଧୁ ସମରଥଙ୍କ ସ୍ତ୍ରୀ ମାନସିକ ରୋଗରେ ଆକ୍ରାନ୍ତ। ଏଥିପାଇଁ ହାଡିବନ୍ଧୁ ଗରୀବ ଶ୍ରେଣୀର ହୋଇଥିଲେ ମଧ୍ୟ ସେ ପ୍ରତି ମାସରେ କୌଣସି ମତେ ନବରଙ୍ଗପୁରରୁ ଔଷଧ କିଣି ପତ୍ନୀଙ୍କୁ ଖୁଆଉଥିଲେ। ମାତ୍ର ଏବେ ତାଲାବନ୍ଦ ଯୋଗୁଁ ସେ ମେଡିସିନ ପାଇଁ ନବରଙ୍ଗପୁରକୁ ଯାଇପାରି ନଥିଲେ।

ଆଉ ଶେଷରେ କୌଣସି ଉପାୟ ନପାଇ ହାଡିବନ୍ଧୁ ଜିଲ୍ଲାପାଳ ଡଃ.ଅଜିତ କୁମାର ମିଶ୍ରଙ୍କୁ ସହାୟତା ପାଇଁ ଗୁହାରି କରିଥିଲେ । ଜିଲ୍ଲାପାଳ ହାଡିବନ୍ଧୁଙ୍କ ଦୁଃଖକୁ ବୁଝି ସିଡିଏମଓଙ୍କ ସହ ଆଲୋଚନା କରିବା ପରେ ଜୟପୁରରୁ ଉକ୍ତ ଔଷଧ ମଗାଇ ଆଜି(ସୋମବାର) ଜିଲ୍ଲା ମଙ୍ଗଳ ଅଧିକାରୀ ପବିତ୍ର ମୋହନ ପ୍ରଧାନଙ୍କ ଜରିଆରେ ଏହି ଔଷଧ ହାଡିବନ୍ଧୁଙ୍କ ଘରେ ପହଞ୍ଚାଇବାର ବ୍ୟବସ୍ଥା କରିଥିଲେ। ପରେ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ପ୍ରଧାନ ଯେତେବେଳେ ଔଷଧ ନେଇ ତାଙ୍କ ଘରେ ପହଞ୍ଚାଇଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.