ETV Bharat / state

ବିଦ୍ୟୁତ ବିଭ୍ରାଟ ଯୋଗୁଁ ଜଳ ଯୋଗାଣ ବନ୍ଦ, ହନ୍ତସନ୍ତ ଲୋକେ - ନବରଙ୍ଗପୁର ଖବର

କୋଷାଗୁମୁଡା ଅଞ୍ଚଳରେ ବିଦ୍ୟୁତ ବିଭ୍ରାଟ ଯୋଗୁଁ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଗୁଡ଼ିକ ସଂପୂର୍ଣ୍ଣ ବନ୍ଦ । ଅଧିକ ପଢନ୍ତୁ...

ବିଦ୍ୟୁତ ବିଭ୍ରାଟ ଯୋଗୁଁ ପାନୀୟ ଜଳ ଯୋଗାଣ ବନ୍ଦ

author img

By

Published : Jun 7, 2021, 7:54 AM IST

ନବରଙ୍ଗପୁର: ଜିଲ୍ଲା କୋଷାଗୁମୁଡା ବ୍ଲକର ଗ୍ରାମାଞ୍ଚଳ ଗୁଡ଼ିକରେ ବିଦ୍ୟୁତ୍ ବିଭ୍ରାଟ ଯୋଗୁଁ ଆଜିକୁ ୫ ଦିନ ଧରି ଲୋକେ ପିଇବା ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି । ପ୍ରକାଶ ଥାଉକି ବିଦ୍ୟୁତ୍ ବିଭାଗର ଜେଇଙ୍କ ମନମୁଖୀ କାର୍ଯ୍ୟ ଓ କର୍ମଚାରୀ ମାନଙ୍କର ଅବହେଳା ଯୋଗୁଁ ଗ୍ରାମାଞ୍ଚଳ ଗୁଡ଼ିକରେ ବର୍ଷ ତମାମ ବିଦ୍ୟୁତ୍ ଯୋଗାଣ ଠିକ୍ ରୂପେ ହୋଇପାରୁନାହିଁ ବୋଲି ଅଭିଯୋଗ ହୋଇଛି ।

ବିଦ୍ୟୁତ ବିଭ୍ରାଟ ଯୋଗୁଁ ପାନୀୟ ଜଳ ଯୋଗାଣ ବନ୍ଦ

ଯାହା ଫଳରେ ଗ୍ରାମାଞ୍ଚଳରେ ଥିବା ପାନୀୟ ଜଳ ପ୍ରକଳ୍ପ ଗୁଡ଼ିକରୁ ପାନୀୟ ଜଳ ଯୋଗାଣ ସଠିକ୍ ରୂପେ ହୋଇପାରୁ ନଥିବାରୁ ନଦୀ ଓ କୂପର ଅପରିଷ୍କାର ପାଣିକୁ ବାଧ୍ୟ ହୋଇ ଲୋକେ ପାନୀୟ ଜଳ ରୂପେ ବ୍ୟବହାର କରୁଛନ୍ତି । ବି.ଏମ୍ ସେମଳା ଗ୍ରାମ ପଞ୍ଚାୟତର ଦୁରାଗାଁ, ବାକ୍ଟିଗୁଡା, ଝାଡସେମଳା ଓ କଷମଡଙ୍ଗରୀ ଗ୍ରାମର ଲୋକେ ଏପରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଏଥିପ୍ରତି ତୁରନ୍ତ ଜିଲ୍ଲାପ୍ରଶାସନକୁ ଦୃଷ୍ଟିଦେବା ପାଇଁ ଅଞ୍ଚଳବାସୀଙ୍କ ତରଫରୁ ଦାବି ହେଉଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.