ETV Bharat / state

ଅସହାୟଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଇଲା ଡ୍ରିମ ଇଣ୍ଡିଆ ଟ୍ରାନ୍ସଫର୍ମେସନ - coronavirus news

ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ସ୍ଥିତ ଡ୍ରିମ ଇଣ୍ଡିଆ ଟ୍ରାନ୍ସଫର୍ମେସନ ନାମକ ଏକ ଘରୋଇ ସଂସ୍ଥା ଗରିବ ଲୋକମାନଙ୍କୁ ସାହାଯ୍ୟର ହାତ ବଢାଇଛି । ଗରିବ ଅସହାୟ ଲୋକ ମାନେ ଘରୁ ପଦାରେ ବାହାରି ନପାରି ନିଜର ଜୀବିକା ହରାଇ ବସିଛନ୍ତି। ଏହି ଭଳି ସମୟରେ ଲୋକଙ୍କ ପାଇଁ ଦେବଦୂତ ପାଲଟିଛି ସ୍ବେଚ୍ଛାସେବୀ ସଂଗଠନ ଡ୍ରିମ ଇଣ୍ଡିଆ ଟ୍ରାନ୍ସଫର୍ମେସନ । ଅଧିକ ପଢନ୍ତୁ...

Dream India Transformation provided food to the needy
ଅସହାୟଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଇଲା ଡ୍ରିମ ଇଣ୍ଡିଆ ଟ୍ରାନ୍ସଫର୍ମେସନ
author img

By

Published : May 3, 2020, 12:29 AM IST

ନବରଙ୍ଗପୁର: ସାରା ବିଶ୍ବରେ ମହାମାରୀ କୋରୋନା ଆତଙ୍କ ଖେଳାଉଛି । ଏହି ଭୂତାଣୁରୁ ମୁକ୍ତି ପାଇବା ପାଇଁ ଭାରତ ସରକାରଙ୍କ ଦ୍ବାରା ସାମାଜିକ ଦୂରତା ବଜାଇ ରଖିବା ଏବଂ ଲକଡାଉନ ପାଳନ କରାଯାଉଛି । ଗରିବ ଅସହାୟ ଲୋକ ମାନେ ଘରୁ ପଦାରେ ବାହାରି ନପାରି ନିଜର ଜୀବିକା ହରାଇ ବସିଛନ୍ତି । ଏହିଭଳି ସମୟରେ ଲୋକଙ୍କ ପାଇଁ ଦେବଦୂତ ପାଲଟିଛି ସ୍ବେଚ୍ଛାସେବୀ ସଂଗଠନ ଡ୍ରିମ ଇଣ୍ଡିଆ ଟ୍ରାନ୍ସଫର୍ମେସନ ।

ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ସ୍ଥିତ ଡ୍ରିମ ଇଣ୍ଡିଆ ଟ୍ରାନ୍ସଫର୍ମେସନ ନାମକ ଏକ ଘରୋଇ ସଂସ୍ଥା ଗରିବ ଲୋକମାନଙ୍କୁ ସାହାଯ୍ୟର ହାତ ବଢାଇଛି । ଏହି ସଂସ୍ଥା ଗତ ମାର୍ଚ୍ଚ ୨୮ ତାରିଖରୁ ଗ୍ରାମାଞ୍ଚଳରେ ଘର ଘର ବୁଲି ଲୋକମାନଙ୍କୁ ସାମାଜିକ ଦୂରତା ଅବଲମ୍ବନ କରିବା ସହ ବାରମ୍ବାରରେ ସାବୁନରେ ହାତ ଧୋଇବା, ମୁହଁରେ ମାସ୍କ ପିନ୍ଧିବା, ବାରମ୍ବାର ଆଖି, ନାକ ଆଉ ପାଟିକୁ ନ ଛୁଇଁବା ଭଳି ଉପଦେଶ ଦେଇ ଜନସାଧାରଣଙ୍କୁ ସଚେତନ କରୁଛି । କାମତା ଗ୍ରାମପଞ୍ଚାୟତର ସମାଜସେବୀ ସରୋଜ ଖୁରାଙ୍କ ନେତୃତ୍ବରେ ଶନିବାର ତେନ୍ତୁଳିଖୁଣ୍ଟି ବ୍ଲକର ୨୦୧ ଟି ଗରିବ ଓ ଅସହାୟ ପରିବାରଙ୍କୁ ରିଲିଫ ବଣ୍ଟନ କରାଯାଇଛି । ଏହି ସମୟରେ ଲୋକ ମାନଙ୍କୁ ଗୋଟିଏ ପରିବାର ପିଛା ୧୦ କିଲୋ ଚାଉଳ, ୫ କିଲୋ ଡାଲି, ଅଟା, ଆଳୁ, ପିଆଜ, ଲୁଣ, ତେଲ, ସୋୟାବିନ ବଡ଼ି, ମସଲା, ପନିପରିବା, ସାବୁନ ଭଳି ଅନ୍ୟ ଆବଶ୍ୟକୀୟ ସାମଗ୍ରୀକୁ ରିଲିଫ ଆକାରରେ ବଣ୍ଟନ କରାଯାଉଛି । ଏହି ରିଲିଫ ପାଇ ଅସହାୟ ପରିବାର ବର୍ଗ ଡ୍ରିମ ଇଣ୍ଡିଆ ଟ୍ରାନ୍ସଫର୍ମେସନକୁ ଭୂୟସୀ ପ୍ରସଂଶା କରିବା ସହ ଧନ୍ୟବାଦ ଅର୍ପଣ କରିଛନ୍ତି ।

ଅସହାୟଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଇଲା ଡ୍ରିମ ଇଣ୍ଡିଆ ଟ୍ରାନ୍ସଫର୍ମେସନ

ସେହିପରି ଡ୍ରିମ ଇଣ୍ଡିଆ ଟ୍ରାନ୍ସଫର୍ମେସନ ପ୍ରତିଦିନ ୩୦୦ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଉଥିବା ଜଣାପଡିଛି ।ଆଗାମୀ ଦିନରେ ମଧ୍ୟ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ରିଲିଫ ବଣ୍ଟନ କରାଯିବ ବୋଲି ଡ୍ରିମ ଇଣ୍ଡିଆର ମୁଖ୍ୟ ପଙ୍କଜ ସିପା ସୂଚନା ଦେଇଛନ୍ତି ।

ନବରଙ୍ଗପୁର ତପନ କୁମାର ବିଷୟୀ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.