ନବରଙ୍ଗପୁର: ଡାକ୍ତରଖାନାରେ ରୋଗୀ ତଳେ ହେଲେ ବେଡ୍ ଉପରେ କୁକୁର । ଏକଥା ଆପଣ ମାନଙ୍କୁ ବିଶ୍ୱାସ ନ ହେଲେ ବି ସତ । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ।
ନବରଙ୍ଗପୁର ଜିଲ୍ଲାର ଅଧିକାଂଶ ହସ୍ପିଟାଲରେ ବେଡ୍ ଅଭାବରୁ ତଳେ ଶୋଇ ଚିକିତ୍ସିତ ହେଉଛନ୍ତି ରୋଗୀ । କେବଳ ସେତିକି ନୁହେଁ ବେଳେ ବେଳେ ରୋଗୀ ବେଡ୍ ନପାଇ ତଳେ ଶୋଇ ଛଟପଟ ହୋଇ ମୃତ୍ୟୁ ବରଣ ମଧ୍ୟ କରୁଛନ୍ତି । କିନ୍ତୁ ଏହି ଦୃଶ୍ୟକୁ ଦେଖି ଡାବୁଗାଁ ବ୍ଲକବାସୀଙ୍କ ମଧ୍ୟରେ ଏକ ସତର୍କ ସୂଚନା ଜାଗରଣ ହେଉଛି ।
ଯେଉଁଠି କୁକୁର କାମୁଡ଼ିଲେ ଇଂଜେକସନ ଦିଆଯାଏ ସେଠାରେ କୁକୁରଙ୍କ ଆଶ୍ରୟ ବହୁତ ମଜାଦାର କଥା ବୋଲି ବ୍ଲକବାସୀ କହିବା ସହ ଡାକ୍ତରଖାନା ପ୍ରତି ଲୋକଙ୍କ ବିଶ୍ୱାସ ତୁଟି ଯାଉଛି । ସେପଟେ ରୋଗୀଙ୍କ ବେଡ ଉପରେ କୁକୁର ଶୋଉଥିବା କଥା ଜାଣି ସୁଦ୍ଧା ଚୁପ ରହିଛନ୍ତି ଡାକ୍ତର କର୍ତ୍ତୃପକ୍ଷ । ଏହି ଦୃଶ୍ୟ ଦେଖିଲା ପରେ କେମିତି ଚାଲିଥିବ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତାହା ଏବେ ଲୋକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ନବରଙ୍ଗପୁରରୁ ତପନ ବିଶୋଇ, ଇଟିଭି ଭାରତ