ETV Bharat / state

ଧାନ ମଣ୍ଡି ସମସ୍ୟା: ମିଲ ସିଲ କଲା ଜିଲ୍ଲା ପ୍ରଶାସନ - nabarangpur news

ମିଲକୁ ସିଲ୍ କଲା ଜିଲ୍ଲା ପ୍ରଶାସନ । ନବରଙ୍ଗପୁର ଜିଲ୍ଲାରେ ଧାନମଣ୍ଡିର ସମସ୍ୟା ନେଇ ଆକ୍ସନ ମୋଡ଼ରେ ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ...

ଧାନ ମଣ୍ଡି ସମସ୍ୟା: ମିଲ୍ ସିଲ୍ କଲା ଜିଲ୍ଲା ପ୍ରଶାସନ

author img

By

Published : Feb 6, 2021, 6:53 AM IST

ନବରଙ୍ଗପୁର: ମିଲକୁ ସିଲ୍ କଲା ଜିଲ୍ଲା ପ୍ରଶାସନ । ନବରଙ୍ଗପୁର ଜିଲ୍ଲାରେ ଧାନମଣ୍ଡିର ସମସ୍ୟା ନେଇ ଆକ୍ସନ ମୋଡ଼ରେ ଜିଲ୍ଲା ପ୍ରଶାସନ । ଗୋଟିଏ ପଟେ ଜିଲ୍ଲାରେ ମଣ୍ଡିରୁ ଧାନ ଉଠୁନଥିବା ବେଳେ ଅନେକ ସ୍ଥାନରେ ମଣ୍ଡିରେ ଧାନ ପଡ଼ିରହିଛି। ମିଲର୍ ମଣ୍ଡିକୁ ଯାଉ ନଥିବା ଯୋଗୁଁ ମଣ୍ଡିରେ ଧାନ ଉଠୁନଥିବା ଅଭିଯୋଗ ହୋଇଛି ।

ଧାନ ମଣ୍ଡି ସମସ୍ୟା: ମିଲ୍ ସିଲ୍ କଲା ଜିଲ୍ଲା ପ୍ରଶାସନ

ସମୟ ପୂର୍ବରୁ ଚାଷୀ ଧାନ ବିକ୍ରି କରିବା ଆଗରୁ ଧାନ ମିଲ ଗୁଡିକରେ ଧାନ ଗଚ୍ଛିତ ହୋଇସାରି ଥିବା ଅଭିଯୋଗ ଚାଷୀ ମାନେ କରିଥିଲେ। ଚାଷୀଙ୍କ ଅଭିଯୋଗ ଥିଲା ଯେ, ମଣ୍ଡିରେ ପ୍ରକୃତ ଚାଷୀଙ୍କ ଠାରୁ ଧାନ କ୍ରୟ ନକରି ବ୍ୟବସାୟୀଙ୍କ ଠାରୁ ଧାନ କିଣି ଗଚ୍ଛିତ ରଖିଛନ୍ତି । ଏହାର ଉପଯୁକ୍ତ ତଦନ୍ତ ପାଇଁ ପ୍ରାଥମିକ ଭାବେ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ବଣିଆ ଛକ ଠାରେ ନରସିଂମା ଇଣ୍ଡଷ୍ଟ୍ରି ରାଇସ୍ ମିଲ ଉପରେ ନବରଙ୍ଗପୁର ଉପ ଜିଲ୍ଲାପାଳ ଭାସ୍କର ରଇତଙ୍କ ନେତୃତ୍ବରେ ନନ୍ଦାହାଣ୍ଡି ତହସିଲଦାର ଓ ଯୋଗାଣ ବିଭାଗର ମିଳିତ ଚଢାଉ କରାଯାଇ ମିଲକୁ ସିଲ୍ କରାଯାଇଛି ।

ଚଢାଉ ସମୟରେ ଷ୍ଟକ୍ ସମ୍ବନ୍ଧୀୟ ଆବଶ୍ୟକୀୟ କାଗଜପତ୍ର ମିଲ୍ ମାଲିକ ଦେଖାଇ ପାରିନଥିଲେ ଫଳରେ ସିଲ୍ କରାଯାଇଥିବା ଜଣାପଡିଛି। ଆଜି(ଶନିବାର) ମଧ୍ୟରେ ମିଲ୍ ମାଲିକ ସମସ୍ତ କାଗଜପତ୍ର ଉପଜିଲ୍ଲାପାଳଙ୍କୁ ଦେଖାଇବେ ବୋଲି କହିଛନ୍ତି । ଅପରପକ୍ଷେ ତାଙ୍କୁ ଅଯଥାରେ ହଇରାଣ କରାଯାଉଥିବା ଅଭିଯୋଗ କରିଛନ୍ତି ମିଲ ମାଲିକ । ତାଙ୍କ ନିକଟରେ ସମସ୍ତ ଷ୍ଟକ ସଠିକ ରହିଛି ଏବଂ ଷ୍ଟକ୍ ସମ୍ବନ୍ଧୀୟ ସମସ୍ତ ତଥ୍ୟ ଅନଲାଇନରେ କରାଯାଉଥିବାରୁ ଅନଲାଇନରେ ଷ୍ଟକ୍ ଯାଞ୍ଚ କରିବା ଓ ମିଲ୍ ସମ୍ବନ୍ଧୀୟ ସମସ୍ତ ତଥ୍ୟ ଯାଞ୍ଚ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛନ୍ତି ମିଲ୍ ମାଲିକ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.