ETV Bharat / state

ବିସ୍ଥାପିତଙ୍କୁ କନ୍ଦାଉଛି ଇନ୍ଦ୍ରାବତୀ ପ୍ରକଳ୍ପ କାର୍ଯ୍ୟାଳୟ - displaced protest

୯ ଦଫା ଦାବି ନେଇ ଉପର ଇନ୍ଦ୍ରାବତୀ ପ୍ରକଳ୍ପ କାର୍ଯ୍ୟାଳୟକୁ ଘେରାଉ କଲେ ବିସ୍ଥାପିତ । ଅନୁଦାନ ଟଙ୍କା, ଜମିପଟ୍ଟା, ବିଦ୍ୟୁତ ସଂଯୋଗ, ରାସ୍ତା, ପାଣି ଏପରି ଅନେକ ସମସ୍ୟା ନେଇ ଦାବି କରିଛନ୍ତି ବିସ୍ଥାପିତ ପରିବାର ।

ଫଟୋ ସୌଜନ୍ୟ: ସମ୍ବାଦଦାତା,ନବରଙ୍ଗପୁର
author img

By

Published : Aug 16, 2019, 7:43 PM IST

ନବରଙ୍ଗପୁର: ଇନ୍ଦ୍ରାବତୀ ବିସ୍ଥାପିତ ଅଞ୍ଚଳବାସୀ ଆଜି ୯ ଦଫା ଦାବି ନେଇ ଉପର ଇନ୍ଦ୍ରାବତୀ ପ୍ରକଳ୍ପ କାର୍ଯ୍ୟାଳୟକୁ ଘେରାଉ କରିବା ସହ ଦାବିପତ୍ର ପ୍ରଦାନ କରିଛନ୍ତି । ଇନ୍ଦ୍ରାବତୀ ବୁଡି ଅଞ୍ଚଳୀୟ ଗଣପରିଷଦ ସହ ସମ୍ପାଦକ ସୁଧୀର ସୁନାଙ୍କ ନେତୃତ୍ବରେ ଏକ ବିରାଟ ପଦଯାତ୍ରା ଖାତିଗୁଡ଼ା ଛକ ଠାରୁ ବାହାରି ଉପର ଇନ୍ଦ୍ରାବତୀ ପ୍ରକଳ୍ପ କାର୍ଯ୍ୟାଳୟରେ ପହଞ୍ଚିଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା,ନବରଙ୍ଗପୁର

ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ଦ୍ବାରା ବିସ୍ଥାପିତ ହୋଇଥିବା ପରିବାର ପାଇଥିବା ଅନୁଦାନ ଟଙ୍କା, ଜମିପଟ୍ଟା ,ବିଦ୍ୟୁତ ସଂଯୋଗ, ରାସ୍ତା,ପାଣି ଏପରି ଅନେକ ସମସ୍ୟା ଦାବି ବିସ୍ଥାପିତ ପରିବାରର ପୂରଣ ହୋଇନଥିବା ଅଭିଯୋଗ କରିଛନ୍ତି ବିସ୍ଥାପିତ ମାନେ ।

ପ୍ରକଳ୍ପ ପ୍ରଶାସନଙ୍କ ଦାୟିତ୍ବରେ ଥିବା ଅଧିକାରୀ ମାନେ କେତେକ ଦଲାଲଙ୍କ ସହ ମିଶି ବିସ୍ଥାପିତଙ୍କ ଠାରୁ ଲୁଟ କରିଛନ୍ତି। ତେଣୁ ଏହାର ତଦନ୍ତ ସହ ଅତିଶୀଘ୍ର ଉଚ୍ଚସ୍ତରୀୟ ବୈଠକ କରି ବିସ୍ଥାପିତ ପରିବାରର ସମସ୍ୟାର ସମାଧାନ ଦାବି କରିଛନ୍ତି । ଏନେଇ ଉପର ଇନ୍ଦ୍ରାବତୀ ପ୍ରକଳ୍ପ ସିସି ଗୋପାଳ ଚନ୍ଦ୍ର ଦାସ ଓ ପିଡି ଅକ୍ଷମିତା କାର୍ତ୍ତିକଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି।

ଏପରି ବାରମ୍ବାର ବିସ୍ଥାପିତ ମାନେ ଦାବି ଜଣେଇ ଆସୁଥିଲେ ମଧ୍ୟ ଅଣଦେଖା କରାଯାଉଛି । ବିସ୍ଥାପିତଙ୍କ ଦାବି ପୂରଣ ନ ହୁଏ ତାହେଲେ ଆଗାମୀ ଦିନରେ ଇନ୍ଦ୍ରାବତୀ ବୁଡ଼ି ଅଞ୍ଚଳୀୟ ଗଣପରିଷଦ ରାଜ ରାସ୍ତାରେ ଓହ୍ଲେଇବ ବୋଲି ଚେତାବନୀ ଦେଇଛନ୍ତି।

ନବରଙ୍ଗପୁରରୁ ତପନ ବିଷୋୟୀ,ଇଟିଭି ଭାରତ

Intro:ସ୍ଲୋଗ-ଇନ୍ଦ୍ରାବତୀ ବିସ୍ଥାପିତ ମାନଙ୍କ ପ୍ରକଳ୍ପ ଘେରାଉ ସହ ଦାବି ପତ୍ର ପ୍ରଦାନ।
ଫର୍ମାଟ-ଏଭିଓ,୧୬/୦୮/୧୯
ରିପୋର୍ଟ-ତପନ ବିଷୋୟୀ,ନବରଙ୍ଗପୁର।
----------------------------------------------------
ଆଙ୍କର:-ନବରଙ୍ଗପୁର ଜିଲ୍ଲା ଇନ୍ଦ୍ରାବତୀ ବିସ୍ଥାପିତ ଅଞ୍ଚଳର ଲୋକମାନେ ଆଜି ୯ ଦଫା ଦାବି ନେଇ ଉପର ଇନ୍ଦ୍ରାବତୀ ପ୍ରକଳ୍ପ କାର୍ଯ୍ୟାଳୟ କୁ ଘେରାଉ କରିବା ସହ ଦାବିପତ୍ର ପ୍ରଦାନ କରିଛନ୍ତି।ଇନ୍ଦ୍ରାବତୀ ବୁଡି ଅଞ୍ଚଳିୟ ଗଣପରିଷଦ ସହ ସମ୍ପାଦକ ସୁଧୀର ସୁନା ଙ୍କ ନେତୃତ୍ୱରେ ଏକ ବିରାଟ ପଦଯାତ୍ରା ଖାତିଗୁଡ଼ା ଛକ ଠାରୁ ବାହାରି ଉପର ଇନ୍ଦ୍ରାବତୀ ପ୍ରକଳ୍ପ କାର୍ଯ୍ୟାଳୟ ରେ ପହଞ୍ଚି ଥିଲା।ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ଦ୍ୱାରା ବିସ୍ଥାପିତ ହୋଇଥିବା ପରିବାର ପାଇଥିବା ଅନୁଦାନ ଟଙ୍କା, ଜମିପଟ୍ଟା ,ବିଦ୍ୟୁତ ସଂଯୋଗ, ରାସ୍ତା,ପାଣି ଏପରି ଅନେକ ସମସ୍ୟା ଦାବି ବିସ୍ଥାପିତ ପରିବାର ର ପୂରଣ ହୋଇନଥିବା ଅଭିଯୋଗ କରିଛନ୍ତି ବିସ୍ଥାପିତ ଲୋକମାନେ ।ପ୍ରକଳ୍ପ ପ୍ରଶାସନ ଙ୍କ ଦାୟିତ୍ୱରେ ଥିବା ଅଧିକାରୀ ମାନେ କେତେକ ଦଲାଲ ମାନଙ୍କ ସହିତ ମିଶି ବିସ୍ଥାପିତ ପରିବାରଙ୍କୁ ଲୁଟ କରିଛନ୍ତି।ତେଣୁ ଏହାକୁ ତଦନ୍ତ କରାଯାଉ ଏବଂ ଅତିଶୀଘ୍ର ଗୋଟିଏ ଉଚ୍ଚସ୍ତରୀୟ ବୈଠକ କରି ବିସ୍ଥାପିତ ପରିବାର ର ସମସ୍ୟା ର ସମାଧାନ କରିବା ନିମନ୍ତେ ଉପର ଇନ୍ଦ୍ରାବତୀ ପ୍ରକଳ୍ପ ସିସି ଗୋପାଳ ଚନ୍ଦ୍ର ଦାସ ଓ ପିଡି ଅକ୍ଷମିତା କାର୍ତ୍ତିକ ଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି।ଏପରି ବାରମ୍ବାର ବିସ୍ଥାପିତ ମାନେ ଦାବି ଜଣେଇ ଆସୁଥିଲେ ମଧ୍ୟ ଅଣଦେଖା କରାଯାଉଛି।ତେଣୁ ଏଥରକ ବିସ୍ଥାପିତ ମାନଙ୍କ ଦାବି ପୂରଣ ନ ହୁଏ ତାହେଲେ ଆଗାମୀ ଦିନରେ ଇନ୍ଦ୍ରାବତୀ ବୁଡ଼ି ଅଞ୍ଚଳିୟ ଗଣପରିଷଦ ରାଜ ରାସ୍ତାରେ ଓହ୍ଲେଇବ ବୋଲି ଚେତାବନୀ ଦେଇଛନ୍ତି।Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.