ETV Bharat / state

ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ଦିବ୍ୟାଂଶ, ଚକିତ କରୁଛି ବିଚକ୍ଷଣ ସ୍ମରଣ ଶକ୍ତି

ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇଲେ ନବରଙ୍ଗପୁର ଡାବୁଙ୍ଗାର 2 ବର୍ଷୀୟ ଶିଶୁ ଦିବ୍ୟାଂଶ ପଣ୍ଡା । ଦିବ୍ୟାଂଶଙ୍କ ବିଚକ୍ଷଣ ସ୍ମରଣ ଶକ୍ତି ସମସ୍ତଙ୍କୁ ଚକିତ କରିଛି । ଅଧିକ ପଢନ୍ତୁ

author img

By

Published : May 26, 2022, 7:54 PM IST

ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ଦିବ୍ୟାଂଶ, ଚକିତ କରୁଛି ବିଚକ୍ଷଣ ସ୍ମରଣ ଶକ୍ତି
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ଦିବ୍ୟାଂଶ, ଚକିତ କରୁଛି ବିଚକ୍ଷଣ ସ୍ମରଣ ଶକ୍ତି

ନବରଙ୍ଗପୁର: ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ପୁରସ୍କୃତ ହୋଇ ଡାବୁଗାଁ ପାଇଁ ଗର୍ବ ଓ ଗୌରବ ଆଣିଲେ ୨ ବର୍ଷର ବାଳକ ଦିବ୍ୟାଂଶ ପଣ୍ଡା । ବୟସ ମାତ୍ର ୨ ବର୍ଷ, କିନ୍ତୁ ବିଚକ୍ଷଣ ବୁଦ୍ଧି ତଥା ଅସୀମ ସ୍ମରଣ ଶକ୍ତି ଯୋଗୁଁ ସେ ଇଣ୍ଡିଆ ବୁକ ଅଫ ରେକର୍ଡରେ ନିଜ ନାମ ସ୍ଥାନିତ କରି ପାରିଛନ୍ତି । ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସଦର ଜୟନ୍ତୀନଗରରେ ରହୁଥିବା ଶିକ୍ଷକ ହେମନ୍ତ କୁମାର ପଣ୍ଡା(ପପ୍ପୁ) ଓ ଶିକ୍ଷୟତ୍ରୀ ଶୁଭସ୍ମିତା ପାଢ଼ୀଙ୍କ ଦୁଇ ବର୍ଷର ସନ୍ତାନ ଦିବ୍ୟାଂଶ । କଥା ମଧ୍ୟ ସ୍ପଷ୍ଟ ଭାଷାରେ କହି ପାରୁନାହାନ୍ତି ମାତ୍ର ୨ ବର୍ଷରୁ ଦିବ୍ୟାଂଶଙ୍କ ପ୍ରଖୋର ସ୍ମୃତି ଶକ୍ତି ପରିବାର ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଗତ ୨୦୨୨ ମାର୍ଚ୍ଚରେ ଶିକ୍ଷକ ହେମନ୍ତ ପଣ୍ଡା ନୂଆଦିଲ୍ଲୀ ସ୍ଥିତ ଇଣ୍ଡିଆ ବୁକ ଅଫ ରେକର୍ଡ ସଂସ୍ଥା ଦ୍ଵାରା ପରିଚାଳିତ ପ୍ରତିଭା ଅନ୍ଵେଷଣ ପାଇଁ ଅନଲାଇନରେ ଖବର ଜାଣିବା ପରେ ଦିବ୍ୟାଂଶର ନାମ ପଞ୍ଜିକୃତ କରିଥିଲେ । ନାମ ପଞ୍ଜିକୃତ ପରେ ପୁଅର ଆବଶ୍ୟକ ତଥ୍ୟ ସଂପୃକ୍ତ ସଂସ୍ଥାକୁ ପ୍ରଦାନ କରିଥିଲେ । ପରେ ଉକ୍ତ ସଂସ୍ଥା ପିଲାର ବିଭିନ୍ନ କାର୍ଯ୍ୟକଳାପର ଭିଡିଓ ମାଗିଥିଲେ । ପିତାମାତା ବିଚକ୍ଷଣ ପୁଅ ଦିବ୍ୟାଂଶର ୨୦ଟି ଛୋଟ ଛୋଟ ଭିଡିଓ ପ୍ରସ୍ତୁତ କରି ଉକ୍ତ ସଂସ୍ଥାକୁ ପଠାଇଥିଲେ । ଯେଉଁଥିରେ ୪୦ ଟି ପଶୁ ପକ୍ଷୀର ନାମ, ୧୦ଟି କୀଟ ପତଙ୍ଗ, ୧୨ଟି ପନିପରିବା, ୧୨ଟି ବସ୍ତୁର ରଙ୍ଗ, ୨୦ଟି ଯାନ ବାହାନର ନାମ, ୧୫ ଫଳର ନାମ, ସପ୍ତାହର ସାତବାରର ନାମ, ଜାତୀୟ ସଙ୍କେତ, ଇଂରାଜୀ ଓ ଓଡ଼ିଆ ଭାଷାକୁ ନେଇ ଶବ୍ଦ ଓ ସଂଖ୍ୟା ଗଠନ, ଜ୍ୟାମିତିକ ଆକୃତି ଚିହ୍ନଟ, ଆଦି ରହିଥିଲା ।

ଏଥିରୁ ସଂସ୍ଥା ୮ଟି ଭିଡିଓ ଚୟନ କରି ଦୁଇ ବର୍ଷର ବୁଦ୍ଧିମାନ ବାଳକ ଦିବ୍ୟାଂଶକୁ ଇଣ୍ଡିଆ ବୁକ ଅଫ ରେକର୍ଡ ପାଇଁ ସ୍ଥାନିତ କରିବା ସହ ପୁରସ୍କୃତ କରିଥିଲେ । ଇଣ୍ଡିଆ ରେକର୍ଡ ବୁକ୍ ସଂସ୍ଥା ତରଫରୁ ବାଳକ ଦିବ୍ୟାଂଶକୁ ମାନପତ୍ର, ମେଡାଲ, ସଂସ୍ଥାର ପରିଚୟପତ୍ର ସହ ସଂସ୍ଥାର ଲୋଗୋ ଥିବା ବହି ଓ ପେନ୍ ମିଳିଛି ।

ଏଥିସହିତ ଦିବ୍ୟାଂଶ ଇଣ୍ଟର ନ୍ୟାସନାଲ ବୁକ୍ ଅଫ ରେକର୍ଡରେ ସୁପର ଟେଲେଣ୍ଟଡ କିଡସ ଆୱାର୍ଡ଼ ପାଇଁ ମନୋନୀତ ହୋଇଛନ୍ତି । ଡାବୁଗାଁ ପାଇଁ ଜଣେ ଦୁଇ ବର୍ଷର ବିଚକ୍ଷଣ ବାଳକ ଏହି ପୁରସ୍କାର ହାସଲ ପରେ ସ୍ଥାନୀୟ ବୁଦ୍ଧିଜୀବୀ ଓ ଜନ ସାଧାରଣ ତରଫରୁ ଶିକ୍ଷକ ହେମନ୍ତ ପଣ୍ଡା ଓ ଶିକ୍ଷୟତ୍ରୀ ସୁଭସ୍ମିତା ପାଢ଼ୀଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.