ETV Bharat / state

ନନ୍ଦାହାଣ୍ଡିରେ ବ୍ୟାପୁଛି ଝାଡାବାନ୍ତି, ୭ ଆକ୍ରାନ୍ତ

author img

By

Published : Jul 25, 2022, 9:13 AM IST

ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଧଣ୍ଡରା ପଞ୍ଚାୟତ ଅନ୍ତର୍ଗତ ଖଡିଆଗୁଡ଼ା ଗ୍ରାମରେ ଅଣାୟତ୍ତ ହେଉଛି ଡାଇରିଆ । ଶନିବାର ଏହାର ସଂଖ୍ୟା ୬ରେ ଥିବା ବେଳେ ରବିବାର ଏହା ୭ରେ ପହଁଞ୍ଚିଛି । ଅଧିକ ପଢ଼ନ୍ତୁ

ନନ୍ଦାହାଣ୍ଡି ବ୍ଲକରେ ଝାଡାବାନ୍ତି ଅଣାୟତ, ୭ ଆକ୍ରାନ୍ତ

ନବରଙ୍ଗପୁର: କାଶୀପୁର କୋରାପୁଟ ପରେ ନବରଙ୍ଗପୁରରେ ବ୍ୟାପୁଛି ଝାଡାବାନ୍ତି । ନନ୍ଦାହାଣ୍ଡି ବ୍ଲକ ଧଣ୍ଡରା ପଞ୍ଚାୟତରେ ଖଡିଆଗୁଡ଼ା ଗ୍ରାମରେ 7 ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ଗତକାଲି ଖଡ଼ିଆଗୁଡ଼ା ଗ୍ରାମର ମାଝୀ ସାହିର ପ୍ରାୟ ୧୫ରୁ ଊର୍ଦ୍ଧ୍ବ ଜଣ ଝାଡ଼ାବାନ୍ତି ଓ ଜ୍ଵରରେ ଆକ୍ରାନ୍ତ ହୋଇଥିଲେ । ଆଜି ପୁଣି ୭ଜଣ ଏଥିରେ ଆକ୍ରାନ୍ତ ହୋଇଛନ୍ତି ।

ସୂଚନାନୁସାରେ ଗତ ୪ଦିନ ତଳେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ସୁଭଦ୍ରା ମାଝୀ (୮୦)ଙ୍କ ମୃତ୍ୟୁ ହୋଇଥିଲା । ସେହିପରି ଗତ ଶୁକ୍ରବାର ସକାଳେ ଥବିର ମାଝୀ (୭୦)ଙ୍କ ନବରଙ୍ଗପୁର ଜିଲ୍ଲା ମୁଖ୍ୟାଳୟରେ ମୃତ୍ୟୁ ଘଟିଥିଲା । ସମସ୍ତ ୧୫ ଜଣ ଆକ୍ରାନ୍ତ ମଧ୍ୟରୁ ୧୪ଜଣ ସୁସ୍ଥ‌ ଓ ଜଣେ ଆକ୍ରାନ୍ତ ସୁସ୍ଥ ହେଇନଥିବା ଉପସ୍ଥିତ ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି ।

ତେବେ ଏହାକୁ ନେଇ ବର୍ତ୍ତମାନ ପରିସ୍ଥିତି ଅଣାୟତ୍ତ ହେବାରେ ଲାଗିଛି । ବ୍ଲକର ଖଡିଆ ଗୁଡା ଗ୍ରାମରେ ପୁଣି ୬ ଜଣ ଓ ଅପରିଷ୍କାର ଓ ଦୁର୍ଗନ୍ଧମୟ ପରିବେଶ ଯୋଗୁଁ ପିତାକୁମୁଲି ଗ୍ରାମରେ ଜଣେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅଛନ୍ତି । ସେଥିମଧ୍ୟରୁ ଜଣଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଥିବା ବେଳେ ଅନ୍ୟ 2 ଜଣଙ୍କୁ ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

ଅନ୍ୟ 3 ଜଣ ଗ୍ରାମରେ ହିଁ ଚିକିତ୍ସିତ ହେଉଛନ୍ତି । ଗ୍ରାମରେ ଝାଡାବାନ୍ତି ପରିସ୍ଥିତକୁ ଦୃଷ୍ଟିରେ ରଖି ରବିବାର ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡଃ ମଳୟ ରଞ୍ଜନ ତ୍ରିପାଠୀଙ୍କ ନେତୃତ୍ଵରେ ଏକ 10 ଜଣିଆ ଡାକ୍ତରୀ ଦଳ ଗାଁକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିଛନ୍ତି । ଗାଁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଏକ ଅସ୍ଥାୟୀ କ୍ୟାମ୍ପ କରାଯାଇ ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଉଛି । ଗ୍ରାମର ପାଣି ନମୁନା ସଂଗ୍ରହ କରାଯିବା ସହ ଆକ୍ରାନ୍ତଙ୍କ ନମୁନା ମଧ୍ୟ ସଂଗ୍ରହ କରାଯାଇଛି । ଏଥିସହ ଗ୍ରାମରେ ବିଶୋଧନ ସିଂଚନ ସହ ପାଣି ଫୁଟାଇ ପିଇବା ପାଇଁ ଲୋକଙ୍କୁ ପରାମର୍ଶ ଦିଆଯାଇଛି ।

ତେବେ ଜିଲ୍ଲାରେ ସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି ବୋଲି ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡଃ ମଳୟ ରଞ୍ଜନ ତ୍ରିପାଠୀ ପ୍ରକାଶ କରିବା ସହ ଡାଇରିଆ ସ୍ଥିତିକୁ ନେଇ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସଜାଗ ରହିଛି ବୋଲି କହିଛନ୍ତି । ଅନ୍ୟପକ୍ଷରେ ଖଡିଆ ଗୁଡାରେ ରାଜନେତାମାନେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ଗତକାଲି ବିଜେପି ନେତା ଗୌରୀ ମାଝୀ ଓ କଂଗ୍ରେସ ସଭାପତି ମୁନା ତ୍ରିପାଠୀ ଓ ଆଜି ନନ୍ଦାହାଣ୍ଡି ଜୋନ୍ ୨ର ଜିଲ୍ଲା ପରିଷଦ ସଭ୍ୟ ଅରୁଣ କୁମାର ମିଶ୍ର ଖଡିଆ ଗୁଡାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.