ETV Bharat / state

ପୂର୍ବ ଶତୃତାକୁ କେନ୍ଦ୍ର କରି ହତ୍ୟା, ପାରିବାରିକ ଶତୃତା ନେଲା ଜୀବନ

author img

By

Published : Aug 1, 2022, 4:20 PM IST

ପାରିବାରିକ ଶତୃତା ନେଲା ଜୀବନ । ପୂର୍ବ ଶତୃତାକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ । ଅଧିକ ପଢ଼ନ୍ତୁ

ପୂର୍ବ ଶତୃତାକୁ କେନ୍ଦ୍ର କରି ହତ୍ୟା, ପାରିବାରିକ ଶତୃତା ନେଲା ଜୀବନ
ପୂର୍ବ ଶତୃତାକୁ କେନ୍ଦ୍ର କରି ହତ୍ୟା, ପାରିବାରିକ ଶତୃତା ନେଲା ଜୀବନ

ନବରଙ୍ଗପୁର : ପ୍ରଶାସନିକ ଅଧିକାରୀଙ୍କ ହସ୍ତକ୍ଷେପ ଯୋଗୁଁ ଦୀର୍ଘ ଆଠ ଘଣ୍ଟା ପରେ ରାସ୍ତାରୁ ହଟିଲା ମୃତଦେହ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ମାଝିଗୁଡ଼ାର ୨୬ ନମ୍ୱର ଜାତୀୟ ରାଜପଥରେ । ମୃତ ଯୁବକ ଜଣକ ହେଲେ ସେକ ନିଜାମ । ସେକ ନିଜାମଙ୍କୁ ସ୍ଥାନୀୟ କେତେକ ଯୁବକ ସଂଘବଦ୍ଧ ଭାବେ ମାରଣାନ୍ତକ ଆକ୍ରମଣ କରି ହତ୍ୟା କରିଥିଲେ । ତେବେ ଏହି ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ ଦାବିରେ ନବରଙ୍ଗପୁର ମାଝିଗୁଡା ଠାରେ ୨୬ ନମ୍ୱର ଜାତୀୟ ରାଜପଥରେ ମୃତଦେହ ରଖି ରାସ୍ତା ଅବରୋଧ କରିଥିଲେ ପରିବାର ବର୍ଗ ।

ସୂଚନାନୁସାରେ ଗତ ରାତି ପ୍ରାୟ ୯.୦୦ଟାରେ ନବରଙ୍ଗପୁର ସହର ଆର.ଓ ଯିବା ରାସ୍ତା ସାହିଲ ହୋଟେଲ ନିକଟରେ ସେକ ନିଜାମଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥଲା । ଛ, ସାତ ଜଣ ଦୁର୍ବୃତ୍ତ ଖଣ୍ଡା, କାତି, ଲୁହାଛଡ଼ ଧରି ସେକ ନିଜାମଙ୍କୁ ବିଚ୍ ରାସ୍ତାରେ ମରଣାନ୍ତକ ଆକ୍ରମଣ କରି ଫେରାର ହୋଇଯାଇ ଥିଲେ। ପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସେକ ନିଜାମ ପଡି ଛଟପଟ ହେଉଥିବା ଦେଖି ଲୋକେ ପୋଲିସକୁ ଫୋନ କରିଥିଲେ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।

ଏହି ଘଟଣାରେ ସେକ ନିଜାମଙ୍କ ଡାହାଣ ହାତକୁ ଦୁର୍ବୃତ୍ତମାନେ ଖଣ୍ଡାରେ କାଟିଥିବା ବେଳେ ଗୋଡ଼, ପେଟ, ଛାତି, ପିଠି, ମୁଣ୍ଡରେ ମଧ୍ୟ ଗଭୀର ଆଘାତ ଲାଗିଥିଲା । ପ୍ରାଥମିକ ଚିକିତ୍ସା ପରେ ଗୁରୁତର ସେକ ନିଜାମଙ୍କୁ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ମେଡିକାଲ କଲେଜକୁ ନେବା ରାସ୍ତାରେ ସେକ ନିଜାମଙ୍କ ମୃତ୍ୟୁ ହୋଇଥିଲା ।

ତେବେ ପୂର୍ବ ଶତୃତାକୁ କେନ୍ଦ୍ର କରି ଏହି ଆକ୍ରମଣ ହୋଇଥିବା ନେଇ କହିଛନ୍ତି ପରିବାର ଲୋକେ । ପୂର୍ବ ଶତୃତା ଯୋଗୁଁ ପରିବାରର ଜୀବନ ପ୍ରତି ବିପଦ ରହିଥିବା ନେଇ ପରିବାର ଲୋକେ ପୂର୍ବରୁ ନବରଙ୍ଗପୁର ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଏଥିପାଇଁ ପୋଲିସର ଅବହେଳାକୁ ଦାୟୀ କରିଛନ୍ତି ପରିବାର ଲୋକେ । ସେପଟେ ଏହି ଘଟଣାରେ ପୋଲିସ ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅନ୍ୟ ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ପ୍ରତିଶୃତି ଦିଆଯିବା ପରେ ରାସ୍ତା ଅବରୋଧ ହଟିଥିଲା ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.