ନବରଙ୍ଗପୁର: ପୁଣି ଚର୍ଚ୍ଚାରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ । କେତେବେଳେ ନିଜର ନିଆରା କାର୍ଯ୍ୟଶୈଳୀ ପାଇଁ ତ ଆଉ କେତେବେଳେ ନିଜର ନିଆରା ଜନସମ୍ପର୍କ ଅଭିଯାନ ପାଇଁ । ଏଥର କିନ୍ତୁ କୌଣସି ଗଳିକନ୍ଦି ନୁହେଁ କି ଲୋକଙ୍କ ସମସ୍ୟା ନୁହେଁ ସ୍କୁଲକୁ ଏଣ୍ଟ୍ରି କରିଛନ୍ତି ଡାବୁଙ୍ଗା ବିଧାୟକ । ବିଦ୍ୟାଳୟ ଯାଇ ଛାତ୍ରଛାତ୍ରୀଙ୍କୁ ଖାଦ୍ୟ ସାମଗ୍ରୀ ବିସ୍କୁଟ ଓ ଖାତା କଲମ ବାଣ୍ଟୁଥିବା ଦେଖିବାକୁ ମିଳିଛି ।
ନବରରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକର ସରଗୁଡ଼ା ପଞ୍ଚାୟତର ଝାଲିଆଗୁଡା ସରକାରୀ ପ୍ରାଥମିକ ବିଦ୍ୟାଳୟ ଗସ୍ତ କରିଛନ୍ତି ବିଧାୟକ । ପିଲାଏ କେମିତି ପାଠ ପଢୁଛନ୍ତି ପଚାରି ବୁଝିଛନ୍ତି । ପିଲାଙ୍କୁ ଖାତା, ପେନ୍ ଓ ଚକଲେଟ୍ ବାଣ୍ଟିଛନ୍ତି । ପୁଣି ଭଲ ପାଠ ପଢିବାକୁ ବି ପରାମର୍ଶ ଦେଇଛନ୍ତି । ଆଉ ଆସନ୍ତା ମାସରେ ପୁଣି ଆସି ତମମାନଙ୍କ ପାଠ ବିଷୟରେ ପଚାରିବି ବୋଲି କହିଛନ୍ତି ବିଧାୟକ ରନ୍ଧାରୀ ।
ସମସ୍ତ ଗଳିକନ୍ଦି, ଗାଁ ରେ ବୁଲି ସାଧାରଣ ଲୋକଙ୍କ ସମସ୍ୟା ବୁଝିବା ସହ ବିଦ୍ୟାଳୟରେ ପିଲାଙ୍କ କଥା ମଧ୍ୟ ବୁଝିଛନ୍ତି ବିଧାୟକ । ନିଜର ଏହି ଖାସ ଅନ୍ଦାଜ ପାଇଁ ଲୋକ ମାନଙ୍କ ନିକଟରେ ବେସ ଆଦୃତ ହୋଇପାରିଛନ୍ତି ବିଧାୟକ ରନ୍ଧାରୀ । ତାଙ୍କର ଏଭଳି କାମକୁ ବୁଦ୍ଧିଜୀବୀ ମାନେ ପ୍ରଶଂସା କରିଛନ୍ତି ।
ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ