ନବରଙ୍ଗପୁର: ଜିଲ୍ଲା ଡାବୁଗାଁ ବ୍ଲକର ବିଜେଡି ବିଧାୟକ ମନୋହର ରନ୍ଧାରୀ ୪ଜଣ ସଫେଇ କରୁଥିବା କର୍ମଚାରୀଙ୍କୁ ସମ୍ବର୍ଦ୍ଧନା କରିଛନ୍ତି । ଏମାନେ ବର୍ଷ ବର୍ଷ ଧରି ସଫେଇ କରୁଛନ୍ତି ହେଲେ ଏମାନଙ୍କ ପ୍ରତି କଣ କର୍ତ୍ତବ୍ୟ ତାହା ଆଜି ବିଧାୟକ ମନୋହର ରନ୍ଧାରୀ ଦେଖାଇଛନ୍ତି ।
୪ ଜଣ ସଫେଇ କର୍ମଚାରୀଙ୍କୁ ଏକ ଅଭିନବ ଉପାୟରେ ସମ୍ବର୍ଦ୍ଧନା କରିଛନ୍ତି । ଏକ ଥାଳିରେ ଗୋଡ଼ ରଖି ଜଣଙ୍କ ପରେ ଜଣେ କର୍ମଚାରୀଙ୍କ ପାଦ ଧୋଇ ଦେଇଥିଲେ ବିଧାୟକ । ଏହି ସଫେଇ କର୍ମଚାରୀ ହେଲେ ପାପଡାହାଣ୍ଡି ଓ ଡାବୁଗାଁର ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ତୁଳସା ଭତରା, ସୁନାମଣୀ ନାୟକ, ଯୁଗ ସିକ୍ରି ଓ ଦିଲ୍ଲୀପ ହରିଜନ । ଏହି ଘଟଣାକୁ ନେଇ ଏବେ ଚର୍ଚ୍ଚାରେ ଡାବୁଗାଁର ବିଧାୟକ ମନୋହର ରନ୍ଧାରୀ ।
ଏହି ସଫେଇ କର୍ମଚାରୀ ମାନେ କେତେ ବେଳେ ପାର୍କ ସଫା କରୁଛନ୍ତି ତ କେତେବେଳେ ବିଦ୍ୟାଳୟ । ବର୍ଷ ତମାମ ନିଜର କର୍ତ୍ତବ୍ୟକୁ ସଠିକ ରୂପେ ପରିଚାଳନା କରୁଥିବାରୁ ସେମାନଙ୍କ କାର୍ଯ୍ୟକୁ ନେଇ ସେ ପ୍ରଶଂସା କରିଛନ୍ତି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ନ୍ୟୁଜ୍