ETV Bharat / state

ଖଡ଼କା ଜଙ୍ଗଲରୁ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର - ଖଡ଼କା ଜଙ୍ଗଲରୁ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର

ଖଡ଼କା ଜଙ୍ଗଲରୁ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଧିକ ପଢନ୍ତୁ

deadbody
deadbody
author img

By

Published : Feb 15, 2023, 1:58 PM IST

deadbody recovered from khadka jungle

ନବରଙ୍ଗପୁର: ଭାଲେଣ୍ଟାଇନ ଡେ'ରେ ସନ୍ଦେହଜନକ ଅବସ୍ଥାରେ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର ହୋଇଛି । ଏଭଳି ଅଭାବନୀୟ ଘଟଣା ସମ୍ନାକୁ ଆସିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ସୀମାନ୍ତ ମଇଦଲପୁର ଥାନା ଅନ୍ତର୍ଗତ ଆମପାଣି ଘାଟିର ଖଡ଼କା ଜଙ୍ଗଲରୁ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଆଜି(ବୁଧବାର) ଆମପାଣି ଘାଟିର ଖଡ଼କା ଜଙ୍ଗଲରୁ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମୁଖ୍ୟ ରାସ୍ତାର ୧୦୦ମିଟର ଦୂରରେ ରହିଛି ଏହି ଜଙ୍ଗଲ । ଉଭୟଙ୍କ ମୃତଦେହକୁ ମହୁଲ ଗଛରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଛି ପୋଲିସ । ମୃତ ଦୁଇ ପ୍ରେମୀଯୁଗଳ ହେଲେ ମାଝୀଗୁଡା ପଞ୍ଚାୟତ ଭାଲୁଝର ଗ୍ରାମର ବେଲ ମୁଦୁଲି ଏବଂ ମଇଦଲପୁର ପଞ୍ଚାୟତ ନୀଳାଦ୍ରୀଗୁଡା ଗ୍ରାମର ତ୍ରିପତି ମାଝୀ ବୋଲି ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ: ପ୍ରେମ ସପ୍ତାହରେ ରକ୍ତରଞ୍ଜିତ ହେଲା ପ୍ରେମ: ଲିଭ୍-ଇନ ପାର୍ଟନରକୁ ହତ୍ୟା କରି ଗଦି ଭିତରେ ଲୁଚାଇଲା ପ୍ରେମିକ

ତେବେ ସୂଚନାଅନୁସାରେ, ଉଭୟେ ଗତକାଲି(ମଙ୍ଗଳବାର) ସନ୍ଧ୍ୟାରୁ ଘରୁ ବାହାରି ଆସିଥିଲେ । ତେବେ ପରିବାର ଲୋକେ ବହୁ ଖୋଜୋଖୋଜି କରିଥିଲେ । ତେବେ ଆଜି ଦୁହିଁଙ୍କ ମୃତଦେହ ଆମପାଣି ଘାଟିର ଖଡ଼କା ଜଙ୍ଗଲରେ ଥିବା ମହୁଲ ଗଛରେ ଝୁଲୁଥିବା ଅବସ୍ଥାରେ ଦେଖିଥିଲେ ସ୍ଥାନୀୟ ବାସିନ୍ଦା । ଏହାପରେ ପେଲିସକୁ ଖବର ଦିଆଯାଇଥିଲା । ତେବେ ଦୁହିଁଙ୍କର ଆତ୍ମହତ୍ୟା ଜନିତ ମୃତ୍ୟୁ ହୋଇଥିବା ନେଇ ଅନୁମାନ କରାଯାଉଥିବା ବେଳେ ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ହସ୍ପିଟାଲକୁ ପଠାଇଛି । ଏହାସହ ପାରିପାର୍ଶ୍ବିତ ସ୍ଥିତି ଅନୁଧ୍ୟାନ କରିବା ସହ ତଦନ୍ତ ଆରମ୍ଭ କରିଛି ପୋଲିସ । ତଦନ୍ତ ପରେ ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ଜଣାପଡିଛି ।

ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଆତ୍ମହତ୍ୟାଜନିତ ମୃତ୍ୟୁସଂଖ୍ୟା । ସେଥି ମଧ୍ୟରୁ ପ୍ରେମଜନିତ ମୃତ୍ୟୁ ସଂଖ୍ୟା ଅଧିକ ରହିଛି । କିଏ ବେକରେ ଫାସି ଦେଉଛି ତ କିଏ ବିଷ ପିଇ ଜୀବନ ହାରୁଛି । ଫଳରେ ଅକାଳରେ ଝଡିପଡୁଛି ଅନେକ ଜୀବନ । ବାହାଘର ପାଇଁ ମନା କରିବା ଦ୍ବାରା କିଏ ଜୀବନ ହାରୁଥିବା ବେଳେ ପ୍ରେମରେ ଧୋକା ଖାଇ ଆତ୍ମହତ୍ୟା କରୁଛନ୍ତି । ତେବେ ଆଜି ନବରଙ୍ଗପୁରରୁ ଏମିତି ଏକ ଖବର ସାମ୍ନାକୁ ଆସିଛି । ଆମପାଣି ଘାଟିର ଖଡ଼କା ଜଙ୍ଗଲରୁ ମୃତଦେହ କରାଯାଇଥିବା ବେଳେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିନାହିଁ ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.