ETV Bharat / state

ତେନ୍ତୁଳିଖୁଣ୍ଟି ବ୍ଲକରେ ଦୁର୍ନୀତି ଅଭିଯୋଗ, କୋଷାଧ୍ୟକ୍ଷଙ୍କ କାର୍ଯ୍ୟାଳୟରେ ଝୁଲିଲା ତାଲା - କୋଷାଧ୍ୟକ୍ଷ

ଦୀର୍ଘ 6 ବର୍ଷ ଧରି ବ୍ଲକରେ ଦୁର୍ନୀତି ହେବା ସହ କୌଣସି ଉନ୍ନତିମୂଳକ କାର୍ଯ୍ୟ ହେଉନଥିବା ଅଭିଯୋଗ କରି ବ୍ଲକ କୋଷାଧ୍ୟକ୍ଷଙ୍କ ରୁମକୁ ତାଲା ପକାଇ ସିଲ କଲେ DRDA ପିଡି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର
author img

By

Published : Jun 28, 2019, 10:09 AM IST

Updated : Jun 28, 2019, 1:23 PM IST

ନବରଙ୍ଗପୁର: ବ୍ଲକ କୋଷାଧ୍ୟକ୍ଷଙ୍କ ନାମରେ ଦୁର୍ନୀତି ଅଭିଯୋଗ । ଦୀର୍ଘବର୍ଷ ଧରି କୋଷାଧ୍ୟକ୍ଷ ଦୁର୍ନୀତି କରିଥିବା ଅଭିଯୋଗ କରି କୋଷାଧ୍ୟକ୍ଷଙ୍କ ପ୍ରକୋଷ୍ଠକୁ ତାଲା ପକାଇଲେ ଡିଆରଡିଏ ପିଡି । ଏଭଳି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକରେ । ତେନ୍ତୁଳିଖୁଣ୍ଟି ବ୍ଲକ କୋଷାଧ୍ୟକ୍ଷ ମହେଶ ଦାସଙ୍କ ନାମରେ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ସୂଚନା ଅନୁଯାୟୀ, ମହେଶ ଦାସଙ୍କ ରାଇଘର ତହସିଲ କାର୍ଯ୍ୟାଳୟକୁ ବଦଳି ହୋଇଛି । ସେ ସମସ୍ତ କାର୍ଯ୍ୟ ବରିଷ୍ଠ କିରାଣୀଙ୍କୁ ହସ୍ତାନ୍ତର କରିବା ବେଳେ ହଠାତ୍ ଡିଆରଡିଏ ପିଡି ପହଞ୍ଚି କୋଷାଧ୍ୟକ୍ଷଙ୍କ ପ୍ରକୋଷ୍ଠକୁ ତାଲା ପକାଇ ଦେଇଥିଲେ । ତେବେ ଦୀର୍ଘ 6 ବର୍ଷ ଧରି ବ୍ଲକରେ ବିଭିନ୍ନ ଦୁର୍ନୀତି ସହିତ କୌଣସି ଉନ୍ନତିମୂଳକ କାର୍ଯ୍ୟ ହୋଇ ନଥିବାରୁ ସେ ଏପରି କରିଥିବା କହିଛନ୍ତି । ବର୍ତ୍ତମାନ ଘଟଣାର ତଦନ୍ତ ଚାଲିଥିବା ବେଳେ ତଦନ୍ତ ପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:Body:

q

Conclusion:
Last Updated : Jun 28, 2019, 1:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.