ETV Bharat / state

ଚାଷୀ ମୁଣ୍ଡରେ ଚକଡା ଚଡକ, କୃଷି ବିଭାଗ ପାଖରେ ନାହିଁ ତଥ୍ୟ

ନବରଙ୍ଗପୁର ଜିଲ୍ଲାରେ ଫସଲ ହେବା ବେଳକୁ ଲାଗିଲେଣି ଚକଡା ପୋକ । ଏଭଳି ସ୍ଥିତିରେ କୃଷି ବିଭାଗ ପାଖରେ ନାହିଁ କୌଣସି ତଥ୍ୟ । ଚାଷୀଙ୍କୁ ମିଳୁଛି ସହାୟତା ନା ମିଳୁଛି କିଟନାଶକ ଔଷଧ ପ୍ରୟୋଗ ପାଇଁ ପରାମର୍ଶ । ଅଧିକ ପଢନ୍ତୁ...

author img

By

Published : Oct 23, 2020, 8:04 PM IST

ଜମିରେ ଲାଗିଛି ପୋକ ଚାଷୀ ହତାଶ, କୃଷି ବିଭାଗ ପାଖରେ ନାହିଁ ତଥ୍ୟ

ନବରଙ୍ଗପୁର: ମୁଣ୍ଡର ଝାଳ ତୁଣ୍ଡରେ ମାରି ଧାର କରଜ କରି କ୍ଷେତରେ ସୁନା ଫଳାଉଛି ଚାଷୀ l ଧାନ ଗଛରେ କେଣ୍ଡା ଧରିଲାଣି l ଏବେ କ୍ଷୀର ଓ ଧାନ ଧରିବା ବେଳକୁ ମୂଳରୁ ରସ ଶୋଷି ନେଉଛି ପୋକ l ଫଳରେ ଧାନ ଗୁଡିକ ଅଗାଡି ହୋଇଯାଇଛି l ନବରଙ୍ଗପୁର ଜିଲ୍ଲା ଚାଷୀଙ୍କୁ ଚକଡା ପୋକ କରୁଛି କଲବଲ l ଏହି ରୋଗ ଗୋଟିଏ ଜମିରୁ ଆଉ ଗୋଟିଏ ଜମିକୁ ସଂକ୍ରମଣ ବ୍ୟାପିବାରେ ଲାଗିଛି l ସେପଟେ ନବରଙ୍ଗପୁର ବ୍ଲକ ସଦର ମହକୁମା ଓ କିଛି ପଞ୍ଚାୟତ ସଦର ମହକୁମାକୁ ଛାଡି ଦେଲେ ଚାଷୀଙ୍କୁ ରୋଗପୋକ ନିରାକରଣ ପାଇଁ ନା ମିଳୁଛି ଔଷଧ l ଏଭଳି ସ୍ଥିତରେ ଚାଷୀ ମାନେ ଅସହାୟ ହୋଇ ପଡିଛନ୍ତି l ନବରଙ୍ଗପୁର ଜିଲ୍ଲାରେ ଗ୍ରାମାଞ୍ଚଳରେ ରହୁଥିବା ଚାଷୀମାନେ ନା ପାଉଛନ୍ତି ପରାମର୍ଶ ନା ମିଳୁଛି ରିହାତି ଦରରେ କୀଟନାଶକ ଔଷଧ l ବିଶେଷ କରି ଗ୍ରାମାଞ୍ଚଳର ଚାଷୀମାନେ ବହୁ ହଇରାଣ ହେଉଛନ୍ତି l ଔଷଧ ଦୋକାନ ନିକଟକୁ ଧାନ ଗଛ ନେଇ ଗଲେ ଦୋକାନୀ ଯେଉଁ ଔଷଧ ଦେଉଛନ୍ତି ତାକୁ ଭରସା କରି ଜମିରେ ପକାଉଛନ୍ତି l

ଜିଲ୍ଲାରେ ମୋଟ ଏକ ଲକ୍ଷ ତିନି ହଜାର ହେକ୍ଟର ଜମିରେ ଧାନ ଚାଷ ହୋଇଥିଲା l ଜୁନ ଓ ଜୁଲାଇ ମାସରେ ଧାନ ରୋଇବା ପରେ ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ଭଲ ବର୍ଷା ହୋଇଥିବାରୁ ଚଳିତ ବର୍ଷ ପ୍ରାୟତଃ ଜିଲ୍ଲାରେ ଭଲ ଫସଲ ହୋଇଥିଲା l ଜିଲ୍ଲାରେ ସାଧାରଣତଃ ଛୋଟ କିସମର ଧାନ ଯାହାକି 4ରୁ 5ମାସରେ ଅମଳ ହୋଇଯିବ ସେଭଳି ଧାନ ଚାଷୀ ଜମିରେ ଚାଷ କରିଥାନ୍ତି l ଏବେ ଧାନ କ୍ଷୀର ଧରି ପାକଳ ହେବା ସମୟରେ ଅର୍ଥାତ ପ୍ରାୟ 15 ଦିନ ହେବ ଧାନ ଫସଲରେ ପୋକ ଲାଗି ଚାଷୀଙ୍କୁ ଚିନ୍ତାରେ ପକାଇଛି l ଏଭଳି ସମୟରେ ଧାନ ଗଛର ମୂଳରେ ମାଟିଆଗୁଣ୍ଡି ପୋକ ଲାଗି ମୂଳର ରସକୁ ଶୋସି ଦେଉଛି l ଫଳରେ ଧାନ ଗଛ ଶୁଖିଯିବା ସହ ଧାନ ଅଗାଡିରେ ପରିଣତ ହେଉଛି l ଆଖି ଆଗରେ ହସୁଥିବା ଧାନ ଫସଲ ଉଜୁଡିଯାଉଥିବାରୁ ଚିନ୍ତାରେ ପଡିଛି ଚାଷୀ l ଧାନ କେଣ୍ଡା ଧରି ଚାଷୀ ବିଭିନ୍ନ କୀଟନାଶକ ଔଷଧ ଦୋକାନ କୃଷି ବିଭାଗର ଗ୍ରାମସେବକଙ୍କ ନିକଟକୁ ଦୌଡ଼ିବାରେ ଲାଗିଛନ୍ତି l

ଜିଲ୍ଲାରେ ନବରଙ୍ଗପୁର, ନନ୍ଦାହାଣ୍ଡି, କୋଷାଗୁମୁଡା, ପାପଡାହାଣ୍ଡି, ଡାବୁଗାଁ, ଉମରକୋଟ, ଝରିଗାଁ ଓ ଚନ୍ଦାହାଣ୍ଡି ଆଦି ସମସ୍ତ ବ୍ଲକରେ ଧାନ ଗଛରେ ପୋକ ଲାଗିଛି l ସେପଟେ ବିଭାଗ କହୁଛି ଚାଷୀମାନେ 50 ପ୍ରତିଶତ ରିହାତି ଦରରେ କୃଷି ବିଭାଗ ଔଷଧ ଦେବା ପାଇଁ ନିଷ୍ପତି କରିଛି l ହେଲେ ଏହି ଘୋଷଣା ଗ୍ରାମାଞ୍ଚଳରେ ପହଞ୍ଚିପାରୁ ନାହିଁ l ଜିଲ୍ଲାରେ କେତେ ପରିମାଣ ଜମିରେ ରୋଗପୋକ ଲାଗିଛି ସେ ନେଇ ଦାୟିତ୍ବରେ ଥିବା ଜଣେ କୃଷି ଅଧିକାରୀଙ୍କ ସହ ଯୋଗାଯୋଗ କରିବାରୁ ବିଭିନ୍ନ ବ୍ଲକରେ କୃଷି ଅଧିକାରୀମାନେ କ୍ଷେତ୍ର ପରିଦର୍ଶନରେ ଯାଇ ଆକଳନ କରୁଛନ୍ତି l ସମସ୍ତ ବ୍ଲକରୁ ରିପୋର୍ଟ ଆସିଲେ ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି l ବିଭାଗ ପକ୍ଷରୁ ପ୍ରତି ବ୍ଲକରେ ଗୋଟିଏ ପଞ୍ଜିକୃତ କୀଟନାଶକ ଔଷଧ ଦୋକାନରୁ ଚାଷୀ ଚାଷ ପ୍ରମାଣପତ୍ର ଦେଖାଇ 50 ପ୍ରତିଶତ ରିହାତି ଦରରେ ଔଷଧ ନେଇପାରିବେ ବୋଲି କହିଛନ୍ତି ଗ୍ରାମସେବକ l

ନବରଙ୍ଗପୁର ଓ ନନ୍ଦାହାଣ୍ଡି ବ୍ଲକରେ ବିଳମ୍ବରେ ଚାଷୀ ରିହାତି ଦଳରେ ଔଷଧ ପାଇଥିବା ବେଳେ ଏବେ ବି ଡାବୁଗାଁ, କୋଷାଗୁମୁଡା, ଚନ୍ଦାହାଣ୍ଡି ଆଦି ବ୍ଲକରେ ଚାଷୀ ମାନେ ରିହାତି ଦରରେ କୀଟନାଶକ ଔଷଧ ପାଇପାରୁ ନଥିବା ଅଭିଯୋଗ କରିଛନ୍ତି l ଡାବୁଗାଁ ବ୍ଲକର ଅଞ୍ଚଲା ଗ୍ରାମକୁ କୃଷି ଅଧିକାରୀ ମାନେ ଗସ୍ତ କରିଥିଲେ ମଧ୍ୟ ରିହାତି ଦରରେ କୀଟନାଶକ ଔଷଧ ମିଳୁଥିବା ନେଇ ସେମାନ ଅଜ୍ଞ ବୋଲି କହିଛନ୍ତି ଚାଷୀ l ତେବେ ଏନେଇ କୃଷି ବିଭାଗ ର ସଫେଇ ମଳିପାରିନାହିଁ

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.