ETV Bharat / state

5 ଘଣ୍ଟା ପଡ଼ିରହିଲା କୋରୋନା ଆକ୍ରାନ୍ତଙ୍କ ମୃତଦେହ, ବାଉଁଶ ବାଡ ଦେଇ ରାସ୍ତାବନ୍ଦ କଲେ ଗ୍ରାମବାସୀ

author img

By

Published : Sep 20, 2020, 10:17 PM IST

5 ଘଣ୍ଟା ଧରି ପଡ଼ିରହିଲା କୋରୋନା ଆକ୍ରାନ୍ତଙ୍କ ମୃତଦେହ । ହେଲେ ମୃତଦେହ ଉଠାଇବାକୁ ଆସିଲେନି କେହି । ଲୋକଙ୍କୁ ପରିବାର ଲୋକେ ନେହୁରା ହେଲେ ସୁଦ୍ଧା କେହି ଶୁଣିଲେନି । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ପଣସପଦର ଗାଁରେ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

5 ଘଣ୍ଟା ଧରି ପଡ଼ିରହିଲା କୋରୋନା ଆକ୍ରାନ୍ତଙ୍କ ମୃତଦେହ

ନବରଙ୍ଗପୁର: 5 ଘଣ୍ଟା ଧରି ପଡ଼ିରହିଲା କୋରୋନା ଆକ୍ରାନ୍ତଙ୍କ ମୃତଦେହ । ହେଲେ ମୃତଦେହ ଉଠାଇବାକୁ ଆସିଲେନି କେହି । ଲୋକଙ୍କୁ ପରିବାର ଲୋକେ ନେହୁରା ହେଲେ ସୁଦ୍ଧା କେହି ଶୁଣିଲେନି । ଗାଁର ପାଖ ପଡୋଶୀଙ୍କୁ ମୃତକକୁ କାନ୍ଧ ଦେଲେ କାଳେ କୋରୋନା ହୋଇଯିବ ଭାବି କେହି ମୃତକଙ୍କ ଘର ପାଖ ମଧ୍ୟ ମାଡିଲେନି । ଭୟରେ ଗାଁ ଲୋକେ ମୃତକଙ୍କ ଘରକୁ ଯାଉଥିବା ଚାରିପଟ ବାଟକୁ ମଧ୍ୟ ବାଉଁଶ ବାଡ଼ ଦେଇ ବନ୍ଦ କରିଦେଲେ । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ପଣସପଦର ଗାଁରେ ।

5 ଘଣ୍ଟା ଧରି ପଡ଼ିରହିଲା କୋରୋନା ଆକ୍ରାନ୍ତଙ୍କ ମୃତଦେହ,

ସୂଚନା ଅନୁସାରେ ତେନ୍ତୁଳିଖୁଣ୍ଟି ବ୍ଲକ ପଣସପଦର ଗାଁର ଜଣେ ମହିଳା କୃପାଦାନି ସୁନାଙ୍କର ରବିବାର କୋରୋନାରେ ନିଜ ଘରେ ମୃତ୍ୟୁ ହୋଇଥିଲା । ସେ 14 ତାରିଖରେ କୋରୋନାରେ ଆକ୍ରାନ୍ତ ହୋଇ ଘରେ ଚିକିତ୍ସିତ ହେଉଥିଲେ । ଆଜି ମୃତ୍ୟୁ ହେବାପରେ ତାଙ୍କ ଶେଷକ୍ରିୟା ପାଇଁ କେହି ସାହାଯ୍ୟ କରିବାକୁ ମନା କରିଦେଇଥିଲେ । ପରିବାର ଲୋକେ ଗାଁ ଲୋକଙ୍କୁ ସହଯୋଗ ମାଗିବାରୁ ଗାଁ ଲୋକେ କୋରୋନା ଭୟରେ ଆସିନଥିଲେ । ଏପରିକି ମୃତକଙ୍କ ଘରକୁ ଯାଉଥିବା ସମସ୍ତ ବାଟକୁ ମଧ୍ୟ ବନ୍ଦ କରିଦେଇଥିଲେ ଗ୍ରାମବାସୀ ।

ଯାହାଫଳରେ ସତ୍କାର କରିବା ପାଇଁ ମଶାଣିକୁ ମୃତଦେହ ନେଇପାରି ନଥିଲେ ପରିବାର ଲୋକେ । ଦୀର୍ଘ 5 ଘଣ୍ଟାରୁ ଅଧିକ ସମୟ ମୃତ ଦେହ ଘରେ ପଡିରହିଥିଲା । ତେବେ ଏ ସମ୍ପର୍କରେ ପରିବାର ଲୋକେ ମେଡିକାଲକୁ ଖବର ଦେବାପରେ ମେଡିକାଲ କର୍ତ୍ତୃପକ୍ଷ 4 ଟି ପିପିଇ କିଟ ଦେଇ ଚାଲିଯାଇଥିଲେ । ଖବର ପାଇ ଶେଷରେ ତେନ୍ତୁଳିଖୁଣ୍ଟି ତହସିଲଦାର ଏବଂ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ରାସ୍ତା ବନ୍ଦ କରିଥିବା ସ୍ଥାନରୁ ବାଡ଼ ହଟାଇଥିଲେ । ଶେଷରେ ସମ୍ପର୍କୀୟ ମାନେ ପହଁଚିବା ପରେସତ୍କା ର କରାଯାଇଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.