ନବରଙ୍ଗପୁର: ଜିଲ୍ଲାର କୋଭିଡ ମେଡିକାଲରୁ ଚମ୍ପଟ ମାରିଲେ ଚିକିତ୍ସାଧୀନ ଆକ୍ରାନ୍ତ । ଏସମ୍ପର୍କରେ ନବରଙ୍ଗପୁର କୋଭିଡ ମେଡିକାଲ ଦାୟିତ୍ୱରେ ମୁଖ୍ୟ ଡାକ୍ତର ସନ୍ତୋଷ ନାଗ ନବରଙ୍ଗପୁର ଥାନାରେ ଏତଲା ଦାଏର କରିଛନ୍ତି ।
ଡାକ୍ତର ସନ୍ତୋଷ ଦାଏର କରିଥିବା ଏତଲାର କପି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଡାକ୍ତରଙ୍କ ଦ୍ବାରା ଦାଏର ହୋଇଥିବା ଏତଲା ଅନୁସାରେ ରବିବାର ସକାଳେ ମେଡିକାଲର ନର୍ସମାନେ କୋଭିଡ ମେଡିକାଲରେ ଚିକିତ୍ସାଧୀନ ଥିବା ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ୱାର୍ଡ ରୁ ଓ୍ବାର୍ଡ ବୁଲି ଯାଞ୍ଚ କରିବା ସମୟରେ ମେଡିକାଲରେ ସମସ୍ତ ରୋଗୀ ଉପସ୍ଥିତ ଥିଲେ ।
ହେଲେ ଏହି ସମୟରେ ନର୍ସମାନେ ଉମରକୋଟ ବ୍ଲକର ଜଣେ କୋରୋନା ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରି ଅନ୍ୟ ଆକ୍ରାନ୍ତଙ୍କ ନିକଟକୁ ଯାଇଥିଲେ । ପରେ ମେଡିକାଲ ପକ୍ଷରୁ ସକାଳ ଜଳଖିଆ ପ୍ରସ୍ତୁତ କରି ଆଣିବା ସମୟରେ ଉମରକୋଟ ବ୍ଲକର ଉକ୍ତ ଆକ୍ରାନ୍ତ ନିଜ ବେଡ଼ରେ ନଥିଲେ । ବହୁ ଖୋଜାଖୋଜି ପରେ ମଧ୍ୟ ତାଙ୍କ ଖବର ମିଳିନଥିଲା । ତେଣୁ ବାଧ୍ୟ ହୋଇ ମେଡିକାଲ ମୁଖ୍ୟ ଡାକ୍ତର ସନ୍ତୋଷ ନାଗ ନବରଙ୍ଗପୁର ଥାନାରେ ଏତଲା ଦାଏର କରିଛନ୍ତି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ