ETV Bharat / state

କୋରୋନା ମୁକାବିଲା: ନବରଙ୍ଗପୁରବାସୀଙ୍କୁ ସତର୍କ-ସଚେତନ କଲେ ବିଡିଓ-ତହସିଲଦାର - କୋରୋନା ସତର୍କତା

ନବରଙ୍ଗପୁରର ତେନ୍ତୁଳିଖୁଣ୍ଟି ବ୍ଲକ ରେ ମଧ୍ୟ ଠିକଠାକ ରେ ଚାଲିଛି ସାମାଜିକ ଦୂରତା କାର୍ଯ୍ୟକ୍ରମ । ବିଡ଼ିଓ ଅକ୍ଷମିତା କାର୍ତ୍ତିକଙ୍କ ନିର୍ଦ୍ଦେଶରେ ସମସ୍ତ କାର୍ଯ୍ୟ ଠିକ ଭାବେ ଚାଲୁଥିବା ବେଳେ ସେ ନିଜେ ପ୍ରତି ପଞ୍ଚାୟତ ବୁଲି ବୁଲି କାର୍ଯ୍ୟ ତଦାରଖ କରିବା ଜଣାପଡ଼ିଛି ।

Bdo-Tahsildar
Bdo-Tahsildar
author img

By

Published : Apr 4, 2020, 12:03 AM IST

ନବରଙ୍ଗପୁର: କୋରୋନା ସଂକ୍ରମଣ ବିସ୍ତାରକୁ ରୋକିବା ପାଇଁ କେନ୍ଦ୍ର ଠାରୁ ଆରମ୍ଭ କରି ରାଜ୍ୟ ସରକାର ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ଓଡିଶା ସରକାର 21 ଦିନିଆ ଲକଡାଉନ ଘୋଷଣା ସମୟର ପ୍ରତି ପଞ୍ଚାୟତ ମାନଙ୍କରେ ମାଗଣାରେ ଖାଇବା ବ୍ୟବସ୍ଥା କରିଛନ୍ତି । ନବରଙ୍ଗପୁରର ତେନ୍ତୁଳିଖୁଣ୍ଟି ବ୍ଲକରେ ମଧ୍ୟ ଠିକଠାକରେ ଚାଲିଛି ସାମାଜିକ ଦୂରତା କାର୍ଯ୍ୟକ୍ରମ । ବିଡ଼ିଓ ଅକ୍ଷମିତା କାର୍ତ୍ତିକଙ୍କ ନିର୍ଦ୍ଦେଶରେ ସମସ୍ତ କାର୍ଯ୍ୟ ଠିକ ଭାବେ ଚାଲୁଥିବା ବେଳେ ସେ ନିଜେ ପ୍ରତି ପଞ୍ଚାୟତ ବୁଲି ବୁଲି କାର୍ଯ୍ୟ ତଦାରଖ କରିବା ଜଣାପଡ଼ିଛି ।

ଜିଲ୍ଲାରେ ଯଦି କିଏ କୋରୋନା ରୋଗୀ ଚିହ୍ନଟ ହୁଅନ୍ତି କିମ୍ବା ରାଜ୍ୟ ବାହାରୁ ଆସିଥିବା ବ୍ୟକ୍ତି ମାନଙ୍କୁ ଚିହ୍ନଟ କରିବାକୁ ସରପଞ୍ଚ, ଆଶା ଦିଦି ଏବଂ ସ୍ବାସ୍ଥ୍ୟ କର୍ମୀ ମାନଙ୍କୁ ଦାୟିତ୍ବ ଦେଇଛନ୍ତି । ଏହାସହ ଯଦି ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହେଲେ ସେମାନଙ୍କ ପାଇଁ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର କରାଯାଇ, ଥଇଥାନର ବ୍ୟବସ୍ଥା କରାଯାଇଛି ବୋଲି ବିଡ଼ିଓ କାର୍ତ୍ତିକ ସୂଚନା ଦେଇଛନ୍ତି ।

ଅନ୍ୟପଟେ ତହସିଲଦାର ପ୍ରଦୀପ କୁମାର କର ମଧ୍ୟ ବୁଲି ବୁଲି କୋରୋନାକୁ କିପରି ରୋକାଯାଇ ପାରିବ ସେହି ବିଷୟରେ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି । ସେ ଗ୍ରାମ ଗ୍ରାମ ବୁଲି ଲୋକଙ୍କ ଦୁଃଖସୁଖ ବୁଝିବା ସହ ସମାଜିକ ଦୂରତା ବଜାଇ ରଖିବାକୁ ଅନୁରୋଧ କରିଛନ୍ତି । ଘରେ ରହି ଜୁଆ ନଖେଳିବା, ମଦ ନ ପିଇବା ଭଳି ଅସାମାଜିକ କାର୍ଯ୍ୟରୁ ଦୂରରେ ରହିବାକୁ ପ୍ରବର୍ତ୍ତାଇଛନ୍ତି ।

ନବରଙ୍ଗପୁର ବାସୀଙ୍କୁ ସତର୍କ -ସଚେତନ କରୁଛନ୍ତି ବିଡିଓ-ତହସିଲଦାର

ଜଣେ ମଦ ବେପାରୀ ମଦ ନେଇ ଯାଉଥିବା ବେଳେ ବାଟରେ ଏକ ପାଣି ପାଉଚ୍ ମଦବସ୍ତା ଜବତ କରି ତେନ୍ତୁଳିଖୁଣ୍ଟି ଥାନା SI ଅଭିମନ୍ୟୁ ଦୁର୍ଗାଙ୍କୁ ଜିମା ଦେଇଥିବା ସୂଚନା ରହିଛି । ତେନ୍ତୁଳିଖୁଣ୍ଟି ଚେୟାରମାନ ଦେବକୀ ନାୟକ ମଧ୍ୟ ପ୍ରତି ପଞ୍ଚାୟତ ବୁଲି ମାସ୍କ ପିନ୍ଧିବା, ସାବୁନରେ ହାତ ଧୋଇବା, ଦୂରତା ବଜାଇ କଥାବାର୍ତ୍ତା କରିବା, ବାରମ୍ବାର ଆଖି,ମୁହଁ, ନାକକୁ ନଛୁଇଁବା ଇତ୍ୟାଦି ଲୋକମାନଙ୍କୁ ସଚେତନ କରିବା ଦେଖିବାକୁ ମିଳିଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ , ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.