ନବରଙ୍ଗପୁର: ତାରାଗାଁ ପଞ୍ଚାୟତରେ ଚାରି ମାସର ଅଗ୍ରୀମ ଭତ୍ତା ପ୍ରଦାନ । ଭୟାନକ ମହାମାରୀ କୋରୋନକୁ ମୁକାବିଲା ଓ ପ୍ରତିହତ କରିବା ପାଇଁ ସାମାଜିକ ଦୂରତ୍ବ ବ୍ୟତୀତ କୌଣସି ବ୍ୟବସ୍ଥା ନାହିଁ । ତେଣୁ ରାଜ୍ୟ ସରକାର ଜନଗହଳି ଏଡାଇ ରଖିବା ନିମନ୍ତେ ଚାରି ମାସର ଭତ୍ତା ଟଙ୍କା ଅଗ୍ରୀମ ଦେବା ପାଇଁ ଘୋଷଣା କରିଥିଲେ ।
ଏନେଇ ଗୁରୁବାର ନବରଙ୍ଗପୁର ସଦର ବ୍ଲକ ଅନ୍ତର୍ଗତ ତାରାଗାଁ ପଞ୍ଚାୟତର ଗାଁ ଗାଁରେ ସ୍ଥାନୀୟ ଶିକ୍ଷକଙ୍କ ଜରିଆରେ ବୃଦ୍ଧ, ବୃଦ୍ଧା, ବିଧବା ଏବଂ ଭିନ୍ନକ୍ଷମଙ୍କୁ ଚାରି ମାସର ଅଗ୍ରୀମ ଭତ୍ତା ୨୦୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି ।
ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ