ETV Bharat / state

ନବରଙ୍ଗପୁର ଜିଲ୍ଲାରେ ବୁଷ୍ଟର ଡୋଜର ଶୁଭାରମ୍ଭ

author img

By

Published : Jul 15, 2022, 5:00 PM IST

ନବରଙ୍ଗପୁର ଜିଲ୍ଲାରେ ଆରମ୍ଭ ହୋଇଛି ବୁଷ୍ଟର ଡୋଜ । 18ରୁ 59 ବର୍ଷ ବୟସ୍କଙ୍କ ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବୁଷ୍ଟର ଡୋଜର ଶୁଭାରମ୍ଭ କରିଛନ୍ତି ଜିଲ୍ଲାପାଳ ଡ଼. କୋମଳ ଲୋଚନ ମିଶ୍ର । ଅଧିକ ପଢନ୍ତୁ

ନବରଙ୍ଗପୁରରେ 18ରୁ 59 ବର୍ଷ ବୟସ୍କଙ୍କ ପାଇଁ ଆରମ୍ଭ ହେଲା ବୁଷ୍ଟର ଡୋଜ

ନବରଙ୍ଗପୁର: ଆଜି(ଶୁକ୍ରବାର) ଠାରୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ 18ରୁ 59 ବର୍ଷ ବୟସ୍କଙ୍କୁ ନିମନ୍ତେ ବୁଷ୍ଟର ଡୋଜ ଦିଆଯାଇଛି । ଏହାର ଶୁଭାରମ୍ଭ କରିଛନ୍ତି ଜିଲ୍ଲାପାଳ ଡ଼. କୋମଳ ଲୋଚନ ମିଶ୍ର । ଏହି କାର୍ଯ୍ୟକ୍ରମ ସେପ୍ଟେମ୍ବର 27 (75 ଦିନ) ଯାଏଁ ଜିଲ୍ଲାର ବିଭିନ୍ନ ବ୍ଲକରେ ଚାଲିବାର ବ୍ୟବସ୍ଥା କରାଯାଇଛି । ଜିଲ୍ଲାରେ ବର୍ତ୍ତମାନ ଦ୍ଵିତୀୟ ଡୋଜ ନେଇସାରିଥିବା 7 ଲକ୍ଷ 42 ହଜାର 86 ଜଣଙ୍କୁ ଜିଲ୍ଲାର 43ଟି ଭ୍ୟାକ୍‌ସିନ ସେଣ୍ଟରରେ ବୁଷ୍ଟର ଡୋଜ ଦିଆଯିବ । ସେଥିମଧ୍ୟରୁ 3ଟି କେନ୍ଦ୍ର ନବରଙ୍ଗପୁର ସହର ମଧ୍ୟରେ କରାଯାଇଛି । ସେହିପରି ଅନ୍ୟାନ୍ୟ ବ୍ଲକର 40ଟି କେନ୍ଦ୍ରରେ ଆଜିଠାରୁ ଏହି ଟୀକା ପ୍ରଦାନ କରିବାର ବ୍ୟବସ୍ଥା କରିଛି ଜିଲ୍ଲା ପ୍ରଶାସନ ।

ବର୍ତମାନ ଜିଲ୍ଲାରେ କୋଭିଡ ସ୍ଥିତି ନିଯନ୍ତ୍ରଣରେ ରହିଛି । ଜିଲ୍ଲାରେ ଆଜି ସୁଦ୍ଧା 9 ଜଣ ଆକ୍ଟିଭ କୋଭିଡ ସଂକ୍ରମିତ ଥିବା ବେଳେ ପ୍ରଶାସନ ସେମାନଙ୍କୁ ସମସ୍ତ ଚିକିତ୍ସା ସୁବିଧା ଯୋଗାଇ ଦେଇଛି । ଜିଲ୍ଲାରେ ଭ୍ୟାକସିନର ଅଭାବ ନାହିଁ ତେଣୁ, ସମସ୍ତ ଜନସାଧାରଣ ଆଗେଇ ଆସି ବୁଷ୍ଟର ଡୋଜ ନେବାକୁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.