ETV Bharat / state

ବିବାହ ପାଇଁ ବିବାଦ, ପୁଅର ଆକ୍ରମଣରେ ବାପ ମୃତ - ବାହ ପାଇଁ ବିବାଦ,

ନବରଙ୍ଗପୁର ବାଘ ସିଉନି ଗ୍ରାମରେ ଅଭାବନୀୟ ଘଟଣା । ପୁଅର ଆକ୍ରମଣରେ ବାପର ମୃତ୍ୟୁ । ଅଧିକ ପଢନ୍ତୁ...

ବିବାହ ପାଇଁ ବିବାଦ, ପୁଅର ଆକ୍ରମଣରେ ବାପ ମୃତ
ବିବାହ ପାଇଁ ବିବାଦ, ପୁଅର ଆକ୍ରମଣରେ ବାପ ମୃତ
author img

By

Published : Jul 25, 2021, 7:27 AM IST

ନବରଙ୍ଗପୁର: ବିବାହ ପାଇଁ ବିବାଦ । ପୁଅର ଆକ୍ରମଣରେ ବାପର ମୃତ୍ୟୁ । ନବରଙ୍ଗପୁର ବାଘ ସିଉନି ଗ୍ରାମରେ କମଳଲୋଚନ ଅମାନାତ୍ୟଙ୍କ ପୁଅ କେଶବ ଅନ୍ୟଜାତିରେ ବିବାହ କରିଥିଲେ । ଏଥିପାଇଁ ଜାତି ଲୋକ ବାସନ୍ଦ କରି ଦେଇଥିଲେ । ଏଇ କଥାରେ ବାପ ପୁଅଙ୍କ ମଧ୍ୟରେ ବିବାଦ ହୋଇଥିଲା ।

ପରେ ପୁଅ ସ୍ତ୍ରୀକୁ ନେଇ ଶଶୁର ଘରେ ଛାଡି ଦେଇକି ଆସିଥିଲା । ରାତିରେ ବାପ ମଦ୍ୟପାନ କରି ପୁଅକୁ ଗାଳି ଦେଇଥିବା ଅଭିଯୋଗ ହେବା ପରେ ଦୁଇ ଜଣଙ୍କ ମଧ୍ୟରେ ମାରପିଟ୍‌ ଆରମ୍ଭ ହୋଇଯାଇଥିଲା । ପୁଅ ବାପ କମଳଲୋଚନଙ୍କୁ ଠେଲିଦେବାରୁ ତାଙ୍କ ମୁଣ୍ଡ ଝରକାରେ ପିଟି ହୋଇଯାଇଥିଲା । ଫଳରେ ଘଟଣାସ୍ଥଳରେ କମଳଲୋଚନଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ପୋଲିସ ଏବେ ଘଟଣାର ତଦନ୍ତ କରୁଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.