ETV Bharat / state

ଆବାସଗୃହ ନାଁରେ ଟଙ୍କା ହଡପ, ଠକ ଠିକାଦାରକୁ ବାନ୍ଧିଲା ପୋଲିସ - ଠିକାଦାର ଗିରଫ

ଆବାସ ଗୃହ ତିଆରି କରାଇ ଦେବାକୁ କହି ଲକ୍ଷାଧିକ ଟଙ୍କା ହଡପ କରିଥିବା ଅଭିଯୋଗରେ ଦ୍ବିତୀୟ ଥର ପାଇଁ ଗିରଫ ହେଲେ ଝରିଗାଁ ରୋଡର ଠିକାଦାର ସଞ୍ଜୀବ ସୁବୁଦ୍ଧି । ଅଧିକ ପଢନ୍ତୁ..

ଆବାସ ଗୃହ କରାଇ ଦେବାକୁ କହି ଟଙ୍କା ଠକେଇ ଅଭିଯୋଗରେ ଠିକାଦାର ଗିରଫ

author img

By

Published : Aug 28, 2021, 1:44 PM IST

ନବରଙ୍ଗପୁର: ଆବାସ ଗୃହ ତିଆରି କରାଇ ଦେବାକୁ କହି ଲକ୍ଷାଧିକ ଟଙ୍କା ହଡପ । ଏଭଳି ଅଭିଯୋଗ ଆସିଛି ଉମରକୋଟ ଝରିଗାଁ ରୋଡର ଠିକାଦାର ସଞ୍ଜୀବ ସୁବୁଦ୍ଧିଙ୍କ ନାଁରେ । ଅଭିଯୋଗ ପରେ ଗିରଫ ହୋଇଛନ୍ତି ସଞ୍ଜୀବ ସୁବୁଦ୍ଧି । ତେବେ ଏହା ପୂର୍ବରୁ ଏହିପରି ଠକେଇ କରିଥିବା ଅଭିଯୋଗରେ ପୂର୍ବରୁ ମଧ୍ୟ ତାଙ୍କୁ ଗିରଫ କରାଯାଇଥିଲା ।

ଉମରକୋଟ ବ୍ଲକ କିରାପାଣି ଗ୍ରାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କା ଘର ଯୋଜନାରେ ଅନେକ ହିତାଧିକାରୀଙ୍କ ନାଁରେ ଆସିଥିବା ଅନୁଦାନକୁ ଚଞ୍ଚକତା କରି ସେମାନଙ୍କ ଟଙ୍କା ହଡ଼ପ କରିଥିଲେ ସଞ୍ଜୀବ । ପୂର୍ବରୁ ଜୁଲାଇ ମାସ ୯ ତାରିଖରେ ଉମରକୋଟ ବ୍ଲକ୍ କୁର୍ଷି ଗ୍ରାମର ୫ ଜଣ ହିତାଧିକାରୀଙ୍କ ସମାନ ଅଭିଯୋଗ ଗ୍ରହଣ କରି କେସ ନମ୍ୱର୍ ୨୭୦/ ୧୬.୦୭.୨୦୨୧ ଆଧାରରେ ଉମରକୋଟ ପୋଲିସ ସଞ୍ଜୀବଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା । ପ୍ରାୟ ଏକ ମାସ ଜେଲରେ ରହିବା ପରେ ସେ ଜାମିନରେ ବାହାରିଥିଲେ।

ଠକ ଠିକାଦାରଙ୍କ ବିରୋଧରେ ଆଇପିସିର ଧାରା ୪୨୦, ୨୯୪, ୫୦୬ ଓ ୪୦୬ ଏବଂ ଆଟ୍ରସିଟି ଆକ୍ଟ ମଧ୍ୟ ଲାଗିଛି । ଆଉ ୭ଟି କେସରେବି ରିମାଣ୍ଡ ଦିଆଯିବ ବୋଲି ସୂଚନା ଦେଇଛନ୍ତି ଉମରକୋଟ ଥାନା ଅଧିକାରୀ ନରେଶ ପ୍ରଧାନ। ତେବେ ସେ ରାଉରକେଲାରେ ଥିବାବେଳେ ପୋଲିସ ସେଠାରୁ ତାଙ୍କୁ ଗିରଫ କରିଛି । ତେବେ ଅଦାଲତରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଉମରକୋଟ ଜେଲକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.