ETV Bharat / state

ମୁଖ୍ୟମନ୍ତ୍ରୀଙ୍କ ସ୍ବଚ୍ଛ ଶାସନକୁ କଂଗ୍ରେସର ଟାର୍ଗେଟ - ନବରଙ୍ଗପୁର

ନବରଙ୍ଗପୁର ଜିଲ୍ଲାର ଆରଟିଓଙ୍କ ବିରୋଧରେ ଲାଞ୍ଚ ନେବା ଅଭିଯୋଗର ଭିଡିଓ ଭାଇରଲ ହେବା ସହ ଗଣମାଧ୍ୟମରେ ଖବର ପ୍ରସାରଣ ହେବା ପରେ ନବରଙ୍ଗପୁର ଜିଲ୍ଲା କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କ ସ୍ବଚ୍ଛ ଶାସନକୁ ଟାର୍ଗେଟ କରିଛି । ଅଧିକ ପଢନ୍ତୁ...

ମୁଖ୍ୟମନ୍ତ୍ରୀଙ୍କ ସ୍ବଚ୍ଛ ଶାସନକୁ କଂଗ୍ରେସର ଟାର୍ଗେଟ

author img

By

Published : Feb 22, 2020, 11:38 PM IST

ନବରଙ୍ଗପୁର: ଜିଲ୍ଲାର ଆରଟିଓ ଙ୍କ ବିରୋଧରେ ଲାଞ୍ଚ ନେବା ଅଭିଯୋଗର ଭିଡିଓ ଭାଇରଲ ହେବା ସହ ଗଣମାଧ୍ୟମରେ ଖବର ପ୍ରସାରଣ ହେବା ପରେ ନବରଙ୍ଗପୁର ଜିଲ୍ଲା କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କ ସ୍ବଚ୍ଛ ଶାସନକୁ ଟାର୍ଗେଟ କରିଛି । ମୁଖ୍ୟମନ୍ତ୍ରୀ ସ୍ବଚ୍ଛ ଶାସନର ନାରା ଦେଉଥିବା ବେଳେ ରାଜ୍ୟ ସରକାର ଅଧିନସ୍ଥ କର୍ମଚାରୀ ମାନେ ଦୁର୍ନୀତିରେ ଜଡିତ ରହି ମୁଖ୍ୟମନ୍ତ୍ରୀଙ୍କ ସ୍ବଚ୍ଛ ଶାସନକୁ ହସରେ ଉଡାଇଛନ୍ତି । ଏହାର ସଦ୍ୟତମ ଉଦାହରଣ ନବରଙ୍ଗପୁର ଆରଟିଓ ବୋଲି ନବରଙ୍ଗପୁର ଜିଲ୍ଲା କଂଗ୍ରେସ ଅଭିଯୋଗ କରିଛି ।

ମୁଖ୍ୟମନ୍ତ୍ରୀଙ୍କ ସ୍ବଚ୍ଛ ଶାସନକୁ କଂଗ୍ରେସର ଟାର୍ଗେଟ

ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇ ନବରଙ୍ଗପୁର ଆରଟିଓଙ୍କ ବିରୋଧରେ ଲାଞ୍ଚ କାରବାରର ଭିଡିଓ ନବରଙ୍ଗପୁର ସଂସଦୀୟ କ୍ଷେତ୍ରର ଯୁବ କଂଗ୍ରେସ ସଭାପତି ତାଜ ଇମ୍ରାନ ସରିଫ ତାଙ୍କ ସୋସିଆଲ ମିଡିଆରେ ଅପଲୋଡ କରିଥିଲେ ବୋଲି ପ୍ରକାଶ ହୋଇଛି ।

ଗୋଟିଏ ଅନୁସୂଚିତ ଜାତିର ଗରିବ ଶ୍ରେଣୀର ଯୁବକଙ୍କ ଠାରୁ ନବରଙ୍ଗପୁର ଆରଟିଓ ହୋମଗାର୍ଡ ଚାକିରୀ କରାଇଦେବା ପାଇଁ ଲାଞ୍ଚ ନେଇ ଚାକିରୀ ନ ହେବାପରେ ତା ଟଙ୍କା ଫେରାଇନଥିବା ଅଭିଯୋଗ ହୋଇଥିଲା । ଯୁବକ ଟଙ୍କା ପାଇଁ ବାରମ୍ବାର କାକୁତିମିନତି ହେବା ପରେ ମଧ୍ୟ ତା ଟଙ୍କା ଫେରାଇନଥିଲେ । ଯାହାଫଳରେ ଯୁବକ ଓ ତାଙ୍କ ପରିବାର ତରଫରୁ ଭିଡିଓ କରାଯାଇ ଥିଲା ।

ଆଉ ସେହି ସମୟରେ କଂଗ୍ରେସ ଦଳ ଉପରେ ଆସ୍ଥା ପ୍ରକଟ କରିଥିବାରୁ କଂଗ୍ରେସ ଦଳର ନବରଙ୍ଗପୁର ସଂସଦୀୟ କ୍ଷେତ୍ରର ଯୁବ କଂଗ୍ରେସ ସଭାପତି ତାଜ ଇମ୍ରାନ ସରିଫ ସହଯୋଗର ହାତ ବଢାଇଥିଲେ । ଆରଟିଓ ଦୁର୍ନୀତି ବାବଦରେ ସମସ୍ତଙ୍କୁ ଅବଗତ କରିଥିଲେ।

ସେପଟେ ଯୁବକଙ୍କୁ ଟଙ୍କା ଫେରାଇବା ବାହାନାରେ ଧମକ ଚମକ ଦେଇଥିବା ମଧ୍ୟ ଅଭିଯୋଗ ହୋଇଛି । ଅନ୍ୟପଟେ ଯୁବକ ନିଖୋଜ ଥିବା ଅଭିଯୋଗ କରିଛି ଜିଲ୍ଲା କଂଗ୍ରେସ । ଯଦି ଆରଟିଓଙ୍କୁ ଗିରଫ କରାନଯାଏ ଏବଂ ଘଟଣାରେ ସଂପୃକ୍ତ ପରିବହନ ବିଭାଗର ଅଧିକାରୀଙ୍କ ବିରୋଧରେ କମିଶନ ବସାଇ ଘଟଣାର ତଦନ୍ତ କରାନଯାଏ ତେବେ ଜିଲ୍ଲା କଂଗ୍ରେସ ଆଗାମୀ ମାର୍ଚ୍ଚ ପ୍ରଥମ ସପ୍ତାହରେ ରାଜ ରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.