ETV Bharat / state

ପ୍ରଦୀପଙ୍କୁ ଚେକ୍‌ ପାଇଁ କଂଗ୍ରେସର ପ୍ରୟାସ, ନବରଙ୍ଗପୁରରେ କଲା ଶକ୍ତି ପ୍ରଦର୍ଶନ - Nabarangpur congress

କଂଗ୍ରେସ ନେତା ତଥା ରାଜ୍ୟ କଂଗ୍ରେସର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ବିଜେଡିରେ ଯୋଗ ଦେଇଛନ୍ତି । ତାଙ୍କୁ ଚେକ ଦେବା ପାଇଁ ଝରିଗାଁରେ ସାଧାରଣସଭା କରିଛି କଂଗ୍ରେସ । ଅଧିକ ପଢନ୍ତୁ...

congress public meeting in jharigam of nabarangpur after pradip majhi join of bjd
ପ୍ରଦୀପ ମାଝୀଙ୍କ ଜନ୍ମ ମାଟିରେ କଂଗ୍ରେସର ମିଶ୍ରଣ ପର୍ବ ସହ ଶକ୍ତି ପ୍ରଦର୍ଶନ
author img

By

Published : Nov 8, 2021, 7:40 AM IST

ନବରଙ୍ଗପୁର: ବିଜେଡିରେ ସାମିଲ ହୋଇଛନ୍ତି ନବରଙ୍ଗପୁରର ପୂର୍ବତନ ସାଂସଦ ପ୍ରଦୀପ ମାଝୀ । ଏହାପରେ ତାଙ୍କୁ ଚେକ ଦେବା ପାଇଁ ନବରଙ୍ଗପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଝରିଗାଁରେ ସାଧାରଣ ସଭା ଅନୁଷ୍ଠିତ ହୋଇଛି । ନବରଙ୍ଗପୁର ଜିଲ୍ଲାର ଝରିଗାଁ ବ୍ଲକ ଫୁଫୁଗାଁରେ ଶକ୍ତି ପ୍ରଦର୍ଶନ କରିଛି କଂଗ୍ରେସ । ବର୍ତ୍ତମାନ ଅବିଭକ୍ତ କୋରାପୁଟ ଜିଲ୍ଲାରେ କଂଗ୍ରେସ ତାର ସବୁ ନିର୍ବାଚନ ମଣ୍ଡଳୀରେ ପହଞ୍ଚିକର୍ମୀ ଏକଜୁଟ କରି ନିଜ ସ୍ଥିତି ଜାହିର କରି ଶକ୍ତି ପ୍ରଦର୍ଶନ କରିବାରେ ଲାଗିଛି ।

ପ୍ରଦୀପ ମାଝୀଙ୍କ ଜନ୍ମ ମାଟିରେ କଂଗ୍ରେସର ମିଶ୍ରଣ ପର୍ବ ସହ ଶକ୍ତି ପ୍ରଦର୍ଶନ

ପ୍ରଦୀପ ମାଝୀ ବିଜେଡିରେ ମିଶିବା ପରେ ରବିବାର ପ୍ରଦୀପଙ୍କ ଜନ୍ମ ମାଟିରେ ଏକ ବିଶାଳ ବାଇକ ରାଲି ବାହାରି କଂଗ୍ରେସର ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସଙ୍କୁ ଫୁଫୁଗାଁ ସଭାସ୍ଥଳକୁ ନେଇଥିଲେ । ଭକ୍ତ ଦାସ କେନ୍ଦ୍ରକୁ ଟାର୍ଗେଟ କରି କହିଥିଲେ ଯେ କଂଗ୍ରେସ ସମୟର ଅନେକ ଯୋଜନାକୁ ବିଜେପି ସରକାର ବନ୍ଦ କରିଦେଲେ । ଆଗାମୀ ଦିନରେ ୧୦ ହଜାର ଲୋକ କଂଗ୍ରେସରେ ଯୋଗ ଦେବେ। କଂଗ୍ରେସ ନବରଙ୍ଗପୁର ଜିଲ୍ଲାରେ ଅଧିକ ମଜଭୁତ ହେବ । ସେହିପରି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ପ୍ରଦୀପ ମାଝୀଙ୍କ ଚରିତ୍ର ଉପରେ ସନ୍ଦେହ ରହିଛି ବୋଲି କହିଛନ୍ତି ।

ପୁଣିଥରେ ଛେଳି ମେଣ୍ଢା ବିକ୍ରି ହୁଅନ୍ତି ବୋଲି ତାରା କହିଛନ୍ତି । କଂଗ୍ରେସ କେବେ ଦୁର୍ବଳ ହେଇନି କି ହେବ ନାହିଁ । କେନ୍ଦ୍ରରେ ସରକାର ଚାଷୀକୁ ମାରୁଛି । ପ୍ରଦୀପ ବିଜୁ ଜନତା ଦଳରୁ ଆସିଥିଲେ । ତାଙ୍କୁ କଂଗ୍ରେସ ପରିଚୟ ଦେଇଥିଲା । ସେ ବେଇମାନ୍ କରି ଦଳ ଛାଡିଛନ୍ତି । କଂଗ୍ରେସ ପାଇଁ ସେ ଲକ୍ଷ ଟଙ୍କା ପେନସନ ପାଉଛନ୍ତି ସେ ତାଙ୍କ ଅଞ୍ଚଳର ଗରିବ ପାଇଁ ଖର୍ଚ୍ଚ କରନ୍ତୁ ବୋଲି କହିଛନ୍ତି । ପଞ୍ଚାୟତ ନିର୍ବାଚନରେ ବିଜେଡି ଓ ବିଜେପିକୁ ଆଉ ଲୋକେ ଭୋଟ ଦେବେନାହି ବୋଲି ତାରା କହିଛନ୍ତି ।

କଂଗ୍ରେସ ଦ୍ଵାରା ଆୟୋଜିତ ଏହି ଅଧିକାର ଦିବସରେ ଜୟପୁର ବିଧାୟକ ତଥା ନବରଙ୍ଗପୁର ଜିଲ୍ଲା ପ୍ରଭାରୀ ତାରାପ୍ରସାଦ ବାହିନୀପତି,କଳାହାଣ୍ଡି ପୂର୍ବତନ ସାଂସଦ ଭକ୍ତ ଦାସ, ପୂର୍ବତନ ଡ଼ାବୁଗାଁ ବିଧାୟକ ଭୁଜବଳ ମାଝୀ ଓ ପୂର୍ବତନ ବିଧାୟକ ସଦନ ନାୟକ ଓ ନବରଙ୍ଗପୁର ଜିଲ୍ଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ ଯୋଗ ଦେଇଥିଲେ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.