ETV Bharat / state

27ରେ ଓଡିଶା ଆସିବେ କଂଗ୍ରେସ ନେତା କହ୍ନେୟା କୁମାର - ନବରଙ୍ଗପୁର କଂଗ୍ରେସ ପ୍ରେସମିଟ

ଭାରତୀୟ ଜାତୀୟ କଂଗ୍ରେସ ପ୍ରତିଷ୍ଠା ଦିବସର ୧୦୦ ବର୍ଷ ପୂର୍ତ୍ତି ଅବସରରେ ଡିସେମ୍ବର୨୭ରେ ନବରଙ୍ଗପୁର ଗସ୍ତ କରିବେ କଂଗ୍ରେସ ନେତା କହ୍ନେୟା କୁମାର ଓ ଗୁଜୁରାଟ ବିଧାୟକ ଜିଗନେସ ମେୱାନି ।

ଓଡିଶା ଆସିବେ କଂଗ୍ରେସ ନେତା କହ୍ନେୟା କୁମାର ଓ ଗୁଜୁରାଟ ବିଧାୟକ ଜିଗନେସ ମେୱାନି

author img

By

Published : Dec 26, 2021, 12:21 PM IST

ନବରଙ୍ଗପୁର: ଡିସେମ୍ବର ୨୭ରେ ଓଡିଶା ଆସିବେ କଂଗ୍ରେସ ନେତା କହ୍ନେୟା କୁମାର ଓ ଗୁଜୁରାଟ ବିଧାୟକ ଜିଗନେସ ମେୱାନି । ଭାରତୀୟ ଜାତୀୟ କଂଗ୍ରେସ ପ୍ରତିଷ୍ଠା ଦିବସର ୧୦୦ ବର୍ଷ ପୂର୍ତ୍ତି ଅବସରରେ ଏହି ଦୁଇ ନେତା ନବରଙ୍ଗପୁର ଗସ୍ତ କରି ନୂତନ ମଣ୍ଡେଇ ପଡିଆ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗ ଦେବେ । ଏନେଇ ନବରଙ୍ଗପୁର ଜିଲ୍ଲା କଂଗ୍ରେସ ସଭାପତି ମୁନ୍ନା ତ୍ରିପାଠୀ ସୂଚନା ଦେଇଛନ୍ତି । ଏହାସହ ଛତିଶଗଡ଼ ମନ୍ତ୍ରୀ କାୱାସି ଲଖମା, ସିଡବ୍ଲ୍ୟୁସି ସଦସ୍ୟ ଭକ୍ତ ଦାଶ, ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ସହ ଅନ୍ୟ ବରିଷ୍ଠ ନେତା କାର୍ଯ୍ୟକ୍ରମ ରେ ଯୋଗ ଦେବେ ।

ଓଡିଶା ଆସିବେ କଂଗ୍ରେସ ନେତା କହ୍ନେୟା କୁମାର ଓ ଗୁଜୁରାଟ ବିଧାୟକ ଜିଗନେସ ମେୱାନି

ଏହି କାର୍ଯ୍ୟକ୍ରମରେ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ବିଫଳତା ସମ୍ପର୍କରେ ଆଲୋଚନା କରାଯିବ ବୋଲି ଜିଲ୍ଲା ସଭାପତି ମୁନ୍ନା ତ୍ରିପାଠୀ ସୂଚନା ଦେଇଛନ୍ତି । ଏହି ଅବସରରେ ଅନୁଷ୍ଠିତ ହେବାକୁ ଥିବା ମିଶ୍ରଣ ପର୍ବରେ ବିଭିନ୍ନ ନେତା କଂଗ୍ରେସ ଦଳରେ ଯୋଗ ଦେବେ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.