ETV Bharat / state

କଂଗ୍ରେସର ଆସନ୍ତା ୨୬ ତାରିଖ ଦିନ ନବରଙ୍ଗପୁର ବନ୍ଦ ଡାକରା

author img

By

Published : Dec 21, 2019, 3:05 PM IST

ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ଥାନା ଅନ୍ତର୍ଗତ ଗୁମଣ୍ଡଳୀ ଗ୍ରାମର ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ମାମଲାକୁ ନେଇ ସାରା ଜିଲ୍ଲାରେ ଉଷ୍ମତା ଭରିରହିଛି । ଏନେଇ ପ୍ରେସମିଟ କରିଛି କଂଗ୍ରେସ । ଅଧିକ ଖବର ପଢନ୍ତୁ...

କଂଗ୍ରେସର ଆସନ୍ତା ୨୬ ତାରିଖ ଦିନ ନବରଙ୍ଗପୁର ବନ୍ଦ ଡାକରା
କଂଗ୍ରେସର ଆସନ୍ତା ୨୬ ତାରିଖ ଦିନ ନବରଙ୍ଗପୁର ବନ୍ଦ ଡାକରା

ନବରଙ୍ଗପୁର: ଜିଲ୍ଲା କୋଷାଗୁମୁଡା ଥାନା ଅନ୍ତର୍ଗତ ଗୁମଣ୍ଡଳୀ ଗ୍ରାମର ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ମାମଲାକୁ ନେଇ ସାରା ଜିଲ୍ଲାରେ ଉଷ୍ମତା ଭରିରହିଛି । ଘଟଣାରେ ମୃତ ପୀଡିତାଙ୍କୁ ନ୍ୟାୟ ଦେବା ପାଇଁ ଆସନ୍ତା ୨୬ ତାରିଖ ଦିନ ନବରଙ୍ଗପୁର ଜିଲ୍ଲା ବନ୍ଦ ଡାକରା ଦେଇଛି ଜିଲ୍ଲା କଂଗ୍ରେସ । ଘଟଣାରେ ଜଡିତ ପ୍ରକୃତ ଦୋଷୀକୁ ଗିରଫ କରିବାରେ ବର୍ତ୍ତମାନ ସୁଦ୍ଧା ପୋଲିସ ବିଫଳ ହୋଇଛି । ଘଟଣାର ରହସ୍ୟ ଉପରୁ ବର୍ତ୍ତମାନ ସୁଦ୍ଧା ପରଦା ଉଠାଇପାରିନଥିବା ପୋଲିସ ର ଅପାରଗତାକୁ ପଦାରେ ପକାଇଥିବା କଂଗ୍ରେସ କହିଛି ।

କଂଗ୍ରେସର ଆସନ୍ତା ୨୬ ତାରିଖ ଦିନ ନବରଙ୍ଗପୁର ବନ୍ଦ ଡାକରା

କୁନ୍ଦୁଲି ଘଟଣା ଭଳି ଏହି ଘଟଣା କୁ ମଧ୍ୟ ଚାପିଦେବାକୁ ଉଦ୍ୟମ ହେଉଥିବା ଅଭିଯୋଗ କରିଛନ୍ତି ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ । ବିଳମ୍ବିତ ନ୍ୟାୟ ପ୍ରକୃତ ନ୍ୟାୟ ହୋଇନଥିବାରୁ ଚଞ୍ଚଳ ଏହି ଘଟଣାର ରହସ୍ୟ ଉପରୁ ପରଦା ଉଠାଇବାକୁ ଦାବି କରିଛନ୍ତି ପ୍ରଦୀପ ।

ପୋଲିସ ପ୍ରଶାସନ ଶୁକ୍ରବାର ଗୁମଣ୍ଡଳୀ ଗ୍ରାମକୁ ଯାଇ ମୃତ ନାବାଳିକାଙ୍କ ପରିବାରକୁ ଭେଟି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହିତ କିଭଳି ପରିସ୍ଥିତିରେ ନାବାଳିକାଙ୍କ ସହିତ ଘଟଣା ଘଟିଥିଲା ସେ ନେଇ ଆଲୋଚନା କରିଛନ୍ତି । ମୃତ ନାବାଳିକାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବା ଓ ତଣ୍ଟି ଚିପି ମାରି ଦିଆଯାଇଥିବା ପ୍ରକାଶ କରିଛି ଜିଲ୍ଲା କଂଗ୍ରେସ ।

ଏଥିସହ ରାଜ୍ୟ ସରକାରଙ୍କ ନାରୀ ସୁରକ୍ଷା ପ୍ରତି ଟିକେ ମାତ୍ର ଚିନ୍ତା ନଥିବାବେଳେ ନାରୀ ନିର୍ଯାତନା ରାଜ୍ୟରେ ବୃଦ୍ଧି ପାଉଥିବା ଅଭିଯୋଗ କରିଛି ଜିଲ୍ଲା କଂଗ୍ରେସ । ଦିଲ୍ଲୀର ନିର୍ଭୟା କାଣ୍ଡ ପରେ ନାରୀ ସୁରକ୍ଷା ପାଇଁ କେନ୍ଦ୍ର ସରକାର ନିର୍ଭୟା ଫଣ୍ଡ ବାବଦକୁ ୩୬୦୦ କୋଟି ଟଙ୍କା ଯୋଗାଇ ଦିଆଯାଇଥିବା ବେଳେ କିନ୍ତୁ ରାଜ୍ୟ ସରକାର କେବଳ ୬ ପ୍ରତିଶତ ଅର୍ଥ ଖର୍ଚ୍ଚ କରିପାରିଥିବା ପ୍ରକାଶ କରିଛି ଜିଲ୍ଲା କଂଗ୍ରେସ ।

ନବରଙ୍ଗପୁରରୁ ତୁପନ କୁମାର ବିଷୋୟୀ, ଇଟିଭି ଭାରତ

Intro:ସ୍ଲଗ - କୋଷଗୁମୁଡ଼ା ଥାନା ଅନ୍ତର୍ଗତ ଗୁମୁଣ୍ଡଳୀ ଗ୍ରାମର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାକୁ ନେଇ କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଙ୍କ ପ୍ରେସମିଟ
ଫର୍ମାଟ - ଏଭିବିବି, ୨୧/୧୨/୧୯
ରିପୋର୍ଟ - ,ତପନ କୁମାର ବିଷୟି ,ନବରଙ୍ଗପୁର
---------------------------------------------------
ଆଙ୍କର - ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ଥାନା ଅନ୍ତର୍ଗତ ଗୁମଣ୍ଡଳୀ ଗ୍ରାମର ବହୁଚର୍ଚିତ ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ମାମଲାକୁ ନେଇ ସାରା ଜିଲ୍ଲାରେ ଉଷ୍ମତା ଭରିରହିଥିବା ବେଳେ ରାଜ୍ୟ କଂଗ୍ରେସ ର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ତାତି ଭରିଛନ୍ତି । ଘଟଣାରେ ମୃତ ପିଡିତା ଙ୍କୁ ନ୍ୟାୟ ଦେବା ପାଇଁ ଆସନ୍ତା ୨୬ ତାରିଖ ଦିନ ନବରଙ୍ଗପୁର ଜିଲ୍ଲା ବନ୍ଦ ଡାକରା ଦେଇଛି ଜିଲ୍ଲା କଂଗ୍ରେସ । ଘଟଣାରେ ଜଡିତ ପ୍ରକୃତ ଦୋଷୀ କୁ ଗିରଫ କରିବାରେ ବର୍ତମାନ ସୁଦ୍ଧା ପୋଲିସ ବିଫଳ ହୋଇଥିବା ବେଳେ ଘଟଣାର ରହସ୍ୟ ଉପରୁ ବର୍ତ୍ତମାନ ସୁଦ୍ଧା ପରଦା ଉଠାଇପାରିନଥିବା ପୋଲିସ ର ଅପାରଗତାକୁ ଦର୍ଶାଉଥିବା ପ୍ରକାଶ କରିଛନ୍ତି ପ୍ରଦୀପ । କୁନ୍ଦୁଲି ଘଟଣା ଭଳି ଏହି ଘଟଣା କୁ ମଧ୍ୟ ଚାପିଦେବାକୁ ଉଦ୍ୟମ ହେଉଥିବା ଅଭିଯୋଗ କରିଛନ୍ତି ପ୍ରଦୀପ । ବିଳମ୍ବିତ ନ୍ୟାୟ ପ୍ରକୃତ ନ୍ୟାୟ ହୋଇନଥିବାରୁ ଚଞ୍ଚଳ ଏହି ଘଟଣାର ରହସ୍ୟ ଉପରୁ ପରଦା ଉଠାଇବାକୁ ଦାବି କରିଛନ୍ତି ପ୍ରଦୀପ । ପୋଲିସ ପ୍ରଶାସନ ଗତକାଲି ଗୁମଣ୍ଡଳୀ ଗ୍ରାମକୁ ଯାଇ ମୃତ ନାବାଳିକା ଙ୍କ ପରିବାର କୁ ଭେଟି ଘଟଣା କୁ ନେଇ ଦୁଃଖ ପ୍ରକାଶ କରିବା ସହିତ କିଭଳି ପରିସ୍ଥିତିରେ ନାବାଳିକା ଙ୍କ ସହିତ ଘଟଣା ଘଟିଥିଲା ସେ ନେଇ ଆଲୋଚନା କରିଥିବା ବେଳେ ମୃତ ନାବାଳିକା ଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବା ଏବଂ ତା ଛାତିରେ ଗାଡି ଚାବି ଦ୍ୱାରା କ୍ଷତ କରାଯାଇ ତାକୁ ଓଢଣୀ ସାହାଯ୍ୟରେ ତଣ୍ଟି ଚିପି ମାରି ଦିଆଯାଇଥିବା ପ୍ରକାଶ କରିଛି ଜିଲ୍ଲା କଂଗ୍ରେସ । ଏଥିସହ ରାଜ୍ୟ ସରକାର ଙ୍କ ନାରୀ ସୁରକ୍ଷା ପ୍ରତି ଟିକେ ମାତ୍ର ଚିନ୍ତା ନଥିବା ବେଳେ ନାରୀ ନିର୍ଯ୍ୟାତନା ରାଜ୍ୟରେ ବୃଦ୍ଧି ପାଉଥିବା ଅଭିଯୋଗ କରିଛି ଜିଲ୍ଲା କଂଗ୍ରେସ । ଦିଲ୍ଲୀ ର ନିର୍ଭୟା କାଣ୍ଡ ପରେ ନାରୀ ସୁରକ୍ଷା ପାଇଁ କେନ୍ଦ୍ର ସରକାର ନିର୍ଭୟା ଫୋଣ୍ଡ ବାବଦ କୁ ୩୬୦୦ କୋଟି ଟଙ୍କା ଯୋଗାଇଦିଆଯାଇଥିବା ବେଳେ କିନ୍ତୁ ରାଜ୍ୟ ସରକାର କେବଳ ୬ ପ୍ରତିଶତ ଅର୍ଥ ଖର୍ଚ୍ଚ କରିପାରିଥିବା ପ୍ରକାଶ କରିଛି ଜିଲ୍ଲା କଂଗ୍ରେସ ।
ବାଇଟ -୧- ପ୍ରଦୀପ ମାଝୀ (ପୂର୍ବତନ ସାଂସଦ ତଥା ପିସିସି କାର୍ଯ୍ୟକାରୀ ସଭାପତି)
ବାଇଟ -୨- ମୁନ୍ନା ତ୍ରିପାଠୀ (ଜିଲ୍ଲା କଂଗ୍ରେସ ସଭାପତି)Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.