ETV Bharat / state

ଇନ୍ଦ୍ରାବତୀ ଜଳସେଚନ ପ୍ରକଳ୍ପକୁ ନେଇ ବିଜେଡିକୁ କଂଗ୍ରେସର ସମାଲୋଚନା - ଇନ୍ଦ୍ରାବତୀ ଜଳସେଚନ ପ୍ରକଳ୍ପକୁ ନେଇ କଂଗ୍ରେସର ସମାଲୋଚନା

ବହୁ ପ୍ରତୀକ୍ଷିତ ଇନ୍ଦ୍ରାବତୀ ଜଳସେଚନ ପ୍ରକଳ୍ପକୁ ନେଇ କ୍ୟାବିନେଟ ମୋହର ଜିଲ୍ଲା ନବରଙ୍ଗପୁରରେ ରାଜନୀତି ଜୋରଦାର । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଆରମ୍ଭ ହୋଇଯାଇଛି ଶ୍ରେୟ ରାଜନୀତି । ଅଧିକ ପଢ଼ନ୍ତୁ

ଇନ୍ଦ୍ରାବତୀ ଜଳସେଚନ ପ୍ରକଳ୍ପକୁ ନେଇ ବିଜେଡିକୁ କଂଗ୍ରେସର ସମାଲୋଚନା

author img

By ETV Bharat Odisha Team

Published : Oct 21, 2023, 9:18 AM IST

Updated : Oct 21, 2023, 2:09 PM IST

ଇନ୍ଦ୍ରାବତୀ ଜଳସେଚନ ପ୍ରକଳ୍ପକୁ ନେଇ ବିଜେଡିକୁ କଂଗ୍ରେସର ସମାଲୋଚନା

ନବରଙ୍ଗପୁର: ବହୁ ପ୍ରତୀକ୍ଷିତ ଇନ୍ଦ୍ରାବତୀ ଜଳସେଚନ ପ୍ରକଳ୍ପକୁ ନେଇ କ୍ୟାବିନେଟ ମୋହର ଜିଲ୍ଲା ନବରଙ୍ଗପୁରରେ ରାଜନୀତି ଜୋରଦାର । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଆରମ୍ଭ ହୋଇଯାଇଛି ଶ୍ରେୟ ରାଜନୀତି । ବିଜେଡି ଏହାର ଶ୍ରେୟ ନେବାକୁ ଉଦ୍ୟମ କରୁଥିବା ବେଳେ ଏହା ନିର୍ବାଚନୀ ଧୂଆଁ ବାଣ ବୋଲି କହିଛି କଂଗ୍ରେସ ।

ନବରଙ୍ଗପୁର ଜିଲ୍ଲା ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାର୍ବଣ ଭେଟି ସ୍ୱରୂପ ଇନ୍ଦ୍ରାବତୀ ନଦୀରୁ ଜିଲ୍ଲାର ଚାଷ ଜମିକୁ ଜଳସେଚନ ପ୍ରକଳ୍ପ ନେଇ କ୍ୟାବିନେଟ୍‌ରେ ଅର୍ଥର ବ୍ୟବସ୍ଥା କରିଥିଲେ । ଏନେଇ କ୍ୟାବିନେଟ୍‌ରେ 391 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଟେଣ୍ଡରକୁ ଅନୁମୋଦନ କରିଥିବା ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଓ ଡାବୁଗାଁ ବିଧାୟକ ତଥା ନବରଙ୍ଗପୁର ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ମନୋହର ରନ୍ଧାରୀ ପ୍ରେସ୍‌ମିଟ୍‌ ମାଧ୍ୟମରେ ସୂଚନା ଦେଇଛନ୍ତି । ଉକ୍ତ ପ୍ରକଳ୍ପ ନବରଙ୍ଗପୁର ଜିଲ୍ଲାବାସୀଙ୍କ ପାଇଁ ବହୁ ଦିନର ଦାବି ହୋଇଆସୁଥିବା ବେଳେ ଇନ୍ଦ୍ରାବତୀ ଡ୍ୟାମ୍‌ରୁ ଚାଷ ଜମିକୁ ଜଳସେଚନ କେବଳ ଏକ ନିର୍ବାଚନୀ ପ୍ରସଙ୍ଗ ହୋଇ ରହିଯାଇଥିଲା । କିନ୍ତୁ ମୁଖ୍ୟମନ୍ତ୍ରୀ ଏହାକୁ ବାସ୍ତବ ରୂପ ଦେଇଥିବା କଥା କହିଥିଲେ 2 ବିଧାୟକ ।

ଏହାମଧ୍ୟ ପଢନ୍ତୁ..ନବରଙ୍ଗପୁର ଚାଷୀଙ୍କ ଦାବି ହେଲା ପୂରଣ, ଇନ୍ଦ୍ରାବତୀ ନଦୀରୁ ହେବ ଜଳସେଚନ

ସେ ଆହୁରି ମଧ୍ୟ କହିଛନ୍ତି,"ଦ୍ଵିତୀୟ ପର୍ଯ୍ୟାୟ ପାର୍ବତ୍ୟଗିରି ବୃହତ ଉଠାଜଳସେଚନ ପ୍ରକଳ୍ପ ପାଇଁ ୧୦,୭୫୯ କୋଟି ୨୦ ଲକ୍ଷ ଟଙ୍କା ବ୍ୟୟ ବରାଦ କରିଥିବା ବେଳେ ୨,୬୩,୮୦୧ ହେକ୍ଟର ଜମିକୁ ଜଳସେଚନ ବ୍ୟବସ୍ଥା ହୋଇପାରିବା ନେଇ ଲକ୍ଷ୍ୟ ରଖା ଯାଇଛି । ସେଥିମଧ୍ୟରୁ ନବରଙ୍ଗପୁର ଜିଲ୍ଲା ଇନ୍ଦ୍ରାବତୀ ନଦୀ ବନ୍ଧ ଯୋଜନାରୁ ଜଳ ଉତ୍ତୋଳନ କରି ଚାପ ନିୟନ୍ତ୍ରିତ ଜଳ ଯୋଗାଣ ବ୍ୟବସ୍ଥା ମାଧ୍ୟମରେ ଜଳସେଚନ ପାଇଁ 391 କୋଟି 42 ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଟେଣ୍ଡରକୁ ଅନୁମୋଦନ କରିଥିବା ବେଳେ ଉକ୍ତ ପ୍ରକଳ୍ପ କାର୍ଯ୍ୟକ୍ଷମ ପରେ ଜିଲ୍ଲାର ୯୯୦୦ ହେକ୍ଟର ଜମି ଜଳସେଚନ ହୋଇପାରିବା ନେଇ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି।

ଏହାମଧ୍ୟ ପଢନ୍ତୁ..ଭୁଶୁଡ଼ିଲା ଇନ୍ଦ୍ରାବତୀ ରାଇଟ ମେନ୍ କେନାଲ, ଚାଷଜମିରେ ପାଣି ପଶି ତଳି ନଷ୍ଟ

ଏଥିସହ ୧୫ ବର୍ଷ ରକ୍ଷଣା ବେକ୍ଷଣ ପାଇଁ ଏକ 30 କୋଟି 39 ଲକ୍ଷ ଟଙ୍କାର ଟେଣ୍ଡରକୁ କ୍ୟାବିନେଟ୍‌ ଅନୁମୋଦନ ଦିଆଯାଇଥିବା ବେଳେ ୩୬ ମାସ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ ହେବା ନେଇ ଲକ୍ଷ୍ୟ ରଖା ଯାଇଥିବା ଦୁଇ ବିଧାୟକ କହିଛନ୍ତି ।

ଅନ୍ୟପଟେ ଏହାକୁ ନେଇ କଂଗ୍ରେସ ପକ୍ଷରୁ ବିଜେଡିକୁ କଡ଼ା ସମାଲୋଚନା କରାଯାଇଛି । ଜିଲ୍ଲା କଂଗ୍ରେସ ଏହାକୁ ନିର୍ବାଚନୀ ଧୂଆଁ ବାଣ ବୋଲି ଜବାବରେ କହିଛି । ନିର୍ବାଚନ ଆସିଲେ ନବରଙ୍ଗପୁର ଜିଲ୍ଲାର ଜଳସେଚନ କଥା ମନେ ପଡୁଥିବା କହିବା ସହ ନିର୍ବାଚନ ପୂର୍ବରୁ ଜିଲ୍ଲାର ବିଭିନ୍ନ ନଦୀରୁ ଜଳସେଚନ ପ୍ରକଳ୍ପ ପାଇଁ କୋଟି କୋଟି ଟଙ୍କା ଅନୁମୋଦନ କରାଯାଉଛି ହେଲେ ବର୍ତ୍ତମାନ ସୁଦ୍ଧା ଗୋଟିଏ ମଧ୍ୟ ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇପାରିନଥିବା ଅଭିଯୋଗ କରିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ ।

ପୂର୍ବରୁ ଏଭଳି 7ଟି ପ୍ରକଳ୍ପ ମଞ୍ଜୁର କରି ଏଯାଏଁ ଗୋଟିଏ ହେଲେ କାର୍ଯ୍ୟକ୍ଷମ ହୋଇ ପାରିନାହିଁ । ନିର୍ବାଚନ ପରେ ଏହି ପ୍ରକଳ୍ପର ଭାଗ୍ୟ ଅନ୍ଧାରକୁ ଚାଲିଯିବ ଓ ଶାସକ ଦଳର ବିଧାୟକ ଯେଉଁ ଜଳସେଚନ ନେଇ ଚାଷୀଙ୍କୁ ସୁନେଲି ସ୍ୱପ୍ନ ଦେଖାଇଛନ୍ତି ତାହା ଫସର ପାଲଟିଯିବ ବୋଲି କହିଛନ୍ତି ମୁନ୍ନା ତ୍ରିପାଠୀ ।

ଇଟିଭି ଭାରତ, ନବରଙ୍ଗପୁର

Last Updated : Oct 21, 2023, 2:09 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.