ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି (ଗୁରୁବାର) ନବରଙ୍ଗପୁର ଜିଲ୍ଲାରେ ଲକ୍ଷ୍ମୀ ବସ ଯୋଜନାର ଶୁଭାରମ୍ଭ କରିଛନ୍ତି । ନବରଙ୍ଗପୁରରେ ୪୪ଟି ବସ ୧୦ଟି ବ୍ଲକର ସବୁ ପଞ୍ଚାୟତକୁ ଯୋଡିବ । ପଞ୍ଚାୟତରୁ ବ୍ଲକକୁ ବସ ଚଳାଚଳର ସୁବିଧା କରାଯାଇଛି । ଏହି ଯୋଜନାରେ ମହିଳା, ଛାତ୍ରଛାତ୍ରୀ ଓ ଭିନ୍ନକ୍ଷମ ବର୍ଗର ଲୋକମାନେ ମାତ୍ର ୫ ଟଙ୍କାରେ ଗାଁରୁ ବ୍ଲକକୁ ଯାଇପାରିବେ । ଏଥିରେ ମିଶନ ଶକ୍ତି ମାଆମାନଙ୍କୁ ବସ ପରିଚଳନାର ଦାୟିତ୍ବ ଦିଆଯାଇଛି । ଯୋଜନା ପ୍ରଥମେ ମାଲକାନଗିରିରେ ଆରମ୍ଭ ହୋଇଥିଲା । ଯୋଜନାରେ ସାରା ରାଜ୍ୟରେ ୧୦୦୦ରୁ ଅଧିକ ବସ ଚାଲିବ ।
-
ଗ୍ରାମାଞ୍ଚଳବାସୀଙ୍କ ପାଇଁ ଉତ୍ତମ ଗମନାଗମନା ସେବା ହେଉଛି ସୁନିଶ୍ଚିତ। ଲୋକଙ୍କ ସୁବିଧାକୁ ପ୍ରାଥମିକତା ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ନବରଙ୍ଗପୁରରେ ‘ଲକ୍ଷ୍ମୀ’ ବସ୍ ସେବାର ଶୁଭାରମ୍ଭ କରିବାକୁ ଯାଉଛନ୍ତି। #LaxmiYojana #5T#Nabarangpur#OdishaOnTheMove pic.twitter.com/TeVx7w9ayG
— CMO Odisha (@CMO_Odisha) November 30, 2023 " class="align-text-top noRightClick twitterSection" data="
">ଗ୍ରାମାଞ୍ଚଳବାସୀଙ୍କ ପାଇଁ ଉତ୍ତମ ଗମନାଗମନା ସେବା ହେଉଛି ସୁନିଶ୍ଚିତ। ଲୋକଙ୍କ ସୁବିଧାକୁ ପ୍ରାଥମିକତା ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ନବରଙ୍ଗପୁରରେ ‘ଲକ୍ଷ୍ମୀ’ ବସ୍ ସେବାର ଶୁଭାରମ୍ଭ କରିବାକୁ ଯାଉଛନ୍ତି। #LaxmiYojana #5T#Nabarangpur#OdishaOnTheMove pic.twitter.com/TeVx7w9ayG
— CMO Odisha (@CMO_Odisha) November 30, 2023ଗ୍ରାମାଞ୍ଚଳବାସୀଙ୍କ ପାଇଁ ଉତ୍ତମ ଗମନାଗମନା ସେବା ହେଉଛି ସୁନିଶ୍ଚିତ। ଲୋକଙ୍କ ସୁବିଧାକୁ ପ୍ରାଥମିକତା ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ନବରଙ୍ଗପୁରରେ ‘ଲକ୍ଷ୍ମୀ’ ବସ୍ ସେବାର ଶୁଭାରମ୍ଭ କରିବାକୁ ଯାଉଛନ୍ତି। #LaxmiYojana #5T#Nabarangpur#OdishaOnTheMove pic.twitter.com/TeVx7w9ayG
— CMO Odisha (@CMO_Odisha) November 30, 2023
ମୁଖ୍ୟମନ୍ତ୍ରୀ କହିଛନ୍ତି, "ଦୁର୍ଗମ ଅଞ୍ଚଳରେ ଗମନାଗମନ ଏକ ବଡ଼ ସମସ୍ୟା । ମୋ କାର୍ଯ୍ୟାଳୟର ଜିଲ୍ଲାଗସ୍ତରୁ ଲୋକଙ୍କ ଯିବା ଆସିବାର ଅସୁବିଧା ବିଷୟରେ ମୁଁ ଜାଣିବା ପରେ ଲକ୍ଷ୍ମୀ ଯୋଜନା ଆରମ୍ଭ କରାଯାଇଛି । ଲକ୍ଷ୍ମୀ ଯୋଜନାରେ ଗମନାଗମନ ଓ ପରିବହନ ବ୍ୟବସ୍ଥାରେ ଆପଣଙ୍କ ଗାଁ ଏବେ ଯୋଡି ହେଲା । ଏହାଦ୍ବାରା ଗ୍ରାମାଞ୍ଚଳରେ ସାମାଜିକ ସମ୍ପର୍କ ମଜଭୁତ ହେବ । ଗ୍ରାମୀଣ ଅର୍ଥନୀତି ମଧ୍ୟ ଆହୁରି ସୁଦୃଢ ହେବ । ଲୋକମତକୁ ସମ୍ମାନ ଦେବା ମୋ ସରକାରର ହଲମାର୍କ । ଆମର ସବୁ ଯୋଜନା ଲୋକମତ ଆଧାରରେ କାର୍ଯ୍ୟକାରୀ ହେଉଛି । ଲକ୍ଷ୍ମୀ ବସ ଠାରୁ ଆରମ୍ଭ କରି ଆମ ବ୍ୟାଙ୍କ, ଆମ ଓଡ଼ିଶା ନବୀନ ଓଡିଶା ଏବଂ ମଠ, ମନ୍ଦିର ଓ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ପାଇଁ ଟଙ୍କା ମଞ୍ଜୁରି ସବୁ କାମ ଲୋକମାନଙ୍କର ପ୍ରସ୍ତାବ ଅନୁଯାୟୀ କରାଯାଇଛି ।"
ଏହା ବି ପଢନ୍ତୁ- LAccMI Bus Scheme: ଗଜପତିରେ ଗଡିଲା ଲକ୍ଷ୍ମୀ ବସ, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ସେ ଆହୁରି ମଧ୍ୟ କହିଛନ୍ତି, "ଲକ୍ଷ୍ମୀ ବସ ଯୋଗୁଁ ସମସ୍ତେ ସୁବିଧାରେ ନିଜ କାମରେ ବିଭିନ୍ନ ଜାଗାକୁ ଯାଇପାରିବେ । ଏହା ଦ୍ବାରା ସାମାଜିକ, ଅର୍ଥନୈତିକ ବିକାଶ ଘଟିବ । ଏହା ମାଧ୍ୟମରେ ଆପଣଙ୍କ ଘରକୁ ମାଆ ଲକ୍ଷ୍ମୀ ଆସିବେ । ଘରେ ଘରେ ଖୁସି ଓ ଆନନ୍ଦ ଆସିବ । ଯୋଗାଯୋଗ ହେଉଛି ବିକାଶର ଆଧାର । ଲକ୍ଷ୍ମୀ ଯୋଜନା ସମସ୍ତଙ୍କୁ ବିକାଶ ସହିତ ଯୋଡିବ । ଆମର ଗମନାଗମନ ଓ ପରିବହନ ବ୍ୟବସ୍ଥାରେ ଏହା ରୂପାନ୍ତର ଆଣିବ । ଗାଁକୁ ଗାଁ ସହିତ ଯୋଡିବ । ଲୋକଙ୍କ ସାମାଜିକ ସମ୍ପର୍କ ମଜଭୁତ ହେବ । ଘର ପାଖକୁ ଆସିବ ବସ । ପିଲାଙ୍କୁ ସ୍କୁଲ କଲେଜ ସହିତ ଯୋଡିବ । ଚାଷୀଙ୍କୁ ମାର୍କେଟ ସହିତ ଯୋଡିବ । ରୋଗୀଙ୍କୁ ହସ୍ପିଟାଲ ଯିବା ପାଇଁ ସୁବିଧା ହେବ । ଗମନାଗମନ କ୍ଷେତ୍ରରେ ସୁବିଧା ଯୋଗାଇ ଦେଇ ବିଭିନ୍ନ କାମରେ ଲକ୍ଷ୍ମୀ ବସ ହେବ ଆପଣଙ୍କ ସାରଥୀ । ନବରଙ୍ଗପୁର ପ୍ରତି ମୋର ସ୍ବତନ୍ତ୍ର ଧ୍ୟାନ ରହିଛି । ଏବେ ନବରଙ୍ଗପୁରର ଭିତ୍ତିଭୂମି ବିକାଶ ପାଇଁ ବହୁତ କାମ ଚାଲିଛି । ରାସ୍ତାଘାଟ, ସେତୁ, ଜଳସେଚନ, ମେଗା ପାଇପ ପାନୀୟ ଜଳ ଯୋଗାଣ ପ୍ରକଳ୍ପ, ମକା ମିଶନ ଆଦି ଅନେକ କାମ ଚାଲିଛି । ଆଗାମୀ ୩ ବର୍ଷ ମଧ୍ୟରେ ଜିଲ୍ଲାରେ ବ୍ୟାପକ ରୂପାନ୍ତର ଆସିବ ।"
ଏହା ବି ପଢନ୍ତୁ- ରାୟଗଡାରେ ଗଡିଲା ଲକ୍ଷ୍ମୀ ବସ୍, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ପରିବହନ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି, "ମାର୍ଗଶୀର ମାସ ପ୍ରଥମ ଗୁରୁବାରରେ ଆମେ ସମସ୍ତେ ଯେତେବେଳେ ମା’ ଲକ୍ଷ୍ମୀଙ୍କୁ ପୂଜା କରି ସମସ୍ତଙ୍କର ସୁଖ ସମୃଦ୍ଧି କାମନା କରୁଛୁ, ସେତେବେଳେ ମୁଖ୍ୟମନ୍ତ୍ରୀ ଆଜି ଆମ ସମସ୍ତଙ୍କ ପାଇଁ ଘରେଘରେ ଲକ୍ଷ୍ମୀ ଆଣିଛନ୍ତି । ପରିବହନ ସେବା ଆଜି ଡୋରଷ୍ଟେପରେ ପହଞ୍ଚିଛି । ଓଡିଶାରେ ବିଭିନ୍ନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିଛି । ବିଶେଷ କରି ମା’ମାନଙ୍କ ଅବସ୍ଥାରେ ରୂପାନ୍ତର ଆସିଛି । ୩୦ ବର୍ଷ ତଳକୁ ଦେଖିଲେ ଆଜି ମା’ମାନଙ୍କ ସ୍ଥିତିରେ ଯେଉଁ ପରିବର୍ତ୍ତନ ଆସିଛି, ତାହା କେହି ଚିନ୍ତା କରିନଥିଲେ । ମା’ମାନଙ୍କର ଏହି ରୂପାନ୍ତର ଶ୍ରେୟ କେବଳ ମୁଖ୍ୟମନ୍ତ୍ରୀଙ୍କର ।"
ଇଟିଭି ଭାରତ, ଭୁବନେଶ୍ବର