ନବରଙ୍ଗପୁର: ଉଦଯାପିତ ହେଲା ନବରଙ୍ଗପୁର ଲୋକ ମହୋତ୍ସବ ମଣ୍ଡେଇ । ଗତ ୧୦ ତାରିଖଠାରୁ ଆରମ୍ଭ ହୋଇଥିବା ନବରଙ୍ଗପୁର ଲୋକ ମହୋତ୍ସବ ମଣ୍ଡେଇ ଉଦଯାପିତ ହୋଇଯାଇଛି । ଶେଷ ଦିନରେ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ କଣ୍ଠଶିଳ୍ପୀ ମଣ୍ଟୁ ଛୁରିଆଙ୍କ ସଙ୍ଗୀତ ପରିବେଷଣ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା ।
ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅଶ୍ବିନୀ କୁମାର ପାତ୍ର, ପ୍ରଦୀପ ମାଝୀଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଥିଲେ । ମଣ୍ଡେଇର ଉଦଯାପନୀ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କ ମନ ଜିଣିଥିଲା । ବିଶେଷ କରି ପଶ୍ଚିମ ଓଡ଼ିଶାର ପ୍ରସଦ୍ଧ କଣ୍ଠଶିଳ୍ପୀ ମଣ୍ଟୁ ଛୁରିଆଙ୍କ ଗୀତରେ ଦର୍ଶକ ଝୁମିଥିଲେ । ପାରମ୍ପରିକ ବାଦ୍ୟ ସାଙ୍ଗକୁ ନୃତ୍ୟ ଦେଖଣାହାରୀଙ୍କୁ ବାନ୍ଧି ରଖିଥିଲା । ମଣ୍ଡେଇର ମୁଖ୍ୟ କାର୍ଯ୍ୟକ୍ରମ ଉଦଯାପିତ ହୋଇଥିବା ବେଳେ ଆଉ ଦୁଇ ଦିନ ପଲ୍ଲିଶ୍ରୀ ମେଳା ଚାଲୁ ରହିବ ବୋଲି ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର ସୂଚନା ଦେଇଛନ୍ତି ।
ଇଟିଭି ଭାରତ, ନବରଙ୍ଗପୁର