ETV Bharat / state

ରାସ୍ତା ମରାମତି ନହେଲେ ଭୋଟ ବର୍ଜନ କରିବେ ଗ୍ରାମବାସୀ - ରାସ୍ତା କାମ ନକଲେ ଭୋଟ ବର୍ଜନ ଚେତାବନୀ

ନବରଙ୍ଗପୁର ବ୍ଲକ ବଡ଼କୁମୁଲି ପଞ୍ଚାୟତ ଚିକିଲି ଗ୍ରାମରେ ଗ୍ରାମବାସୀ ଯାତାୟାତ ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ରାସ୍ତା ମରାମତି ନହେଲେ ଭୋଟ ବର୍ଜନ କରିବେ ଚିକିଲି ଗ୍ରାମବାସୀ

author img

By

Published : Jan 29, 2022, 4:46 PM IST

ନବରଙ୍ଗପୁର: ନବରଙ୍ଗପୁର ବ୍ଲକ ବଡ଼କୁମୁଲି ପଞ୍ଚାୟତ ଚିକିଲି ଗ୍ରାମରେ ଗ୍ରାମବାସୀ ଯାତାୟାତ ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ଗ୍ରାମ ଭିତରେ ପ୍ରବେଶ କଲେ କାଦୁଅ ପଚପଚ ରାସ୍ତା ଯୋଗୁଁ ପ୍ରତିଦିନ ଅନେକ ଦୁର୍ଘଟଣା ଘଟୁଛି । ଏହି ରାସ୍ତା ଦେଇ ସ୍କୁଲ, ଚର୍ଚ୍ଚ, ଅଙ୍ଗନବାଡ଼ି କେନ୍ଦ୍ର, ବଜାରକୁ ଯାତାୟାତ ସମୟରେ ହଇରାଣ ହେଉଛନ୍ତି ସାହିବାସିନ୍ଦା ।

ରାସ୍ତା ମରାମତି ନହେଲେ ଭୋଟ ବର୍ଜନ କରିବେ ଚିକିଲି ଗ୍ରାମବାସୀ

ଏହି ରାସ୍ତା ସମ୍ପର୍କରେ ଅନେକ ଥର ପଞ୍ଚାୟତରେ ଅଭିଯୋଗ କରିଥିଲେ ମଧ୍ୟ୍ୟ ସରପଞ୍ଚ କିମ୍ବା ପଞ୍ଚାୟତ ଅଧିକାରୀ ଦୃଷ୍ଟି ଦେଉନଥିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ବାସିନ୍ଦା । ଚିକିଲି ଗ୍ରାମର ଏହି ରାସ୍ତା କାମ କରାନଗଲେ ଗ୍ରାମବାସୀ ଭୋଟ ବର୍ଜନ କରିବେ ବୋଲି ଗାଁ ବାସିନ୍ଦା ଚେତାବନୀ ଦେଇଛନ୍ତି । ଏହି ରାସ୍ତାପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ବିଭିନ୍ନ ମହଲରେ ଦାବି ହେଉଛି । ତେବେ ଏନେଇ ନବରଙ୍ଗପୁରର ବିଡ଼ିଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା ଭୋଟ ବର୍ଜନ ସମ୍ପର୍କରେ ଓ ରାସ୍ତା ନିର୍ମଣ ପାଇଁ କିଛି ପ୍ରତିକ୍ରୟା ମିଳିପାରିନାହିଁ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.