ETV Bharat / state

ସ୍ବାଧୀନତା ସଂଗ୍ରାମୀ ବଗା ପୂଜାରୀଙ୍କ ବଳିଦାନ ଦିବସ ପାଳିତ - ନବରଙ୍ଗପୁର ଖବର

ସ୍ବାଧୀନତା ସଂଗ୍ରାମୀ ସହିଦ ବଗା ପୂଜାରୀଙ୍କ ୭୮ ତମ ବଳିଦାନ ଦିବସ ପାଳିତ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

celebrated-78th-years-martyrs-day-freedom-fighters-baga-pujaris
ସ୍ବାଧୀନତା ସଂଗ୍ରାମୀ ବଗା ପୂଜାରୀଙ୍କ ବଳିଦାନ ଦିବସ ପାଳିତ
author img

By

Published : Feb 12, 2020, 6:05 PM IST

ନବରଙ୍ଗପୁର: ସ୍ବାଧୀନତା ସଂଗ୍ରାମୀ ସହିଦ ବଗା ପୂଜାରୀଙ୍କ ୭୮ ତମ ବଳିଦାନ ଦିବସ ପାଳିତ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ବଡ଼ଭରଣ୍ଡି ସ୍ଥିତ ସହିଦ ସ୍ତମ୍ବରେ ପୁଷ୍ପ ମାଲ୍ୟ ଅର୍ପଣ ସାଙ୍ଗକୁ ଗାର୍ଡ ଅଫ୍ ହନର୍ ପ୍ରଦାନ କରାଯାଇଥିଲା । ପୂର୍ବତନ ଉମରକୋଟ ବିଧାୟକ ତଥା ବଗା ପୂଜାରୀଙ୍କ ବଂଶଜ ପରମା ପୂଜାରୀଙ୍କ ଉଦ୍ୟମରେ ଆୟୋଜିତ ଏହି ବଳିଦାନ ଉତ୍ସବରେ ରାଜ୍ୟ ହସ୍ତତନ୍ତ ମନ୍ତ୍ରୀ ପଦ୍ମିନୀ ଦିଆନ, ସଂଖ୍ୟାଲଘୁ ସେଲ୍ ସଭାପତି ମୁନ୍ନା ଖାନ୍, ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ, ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ଝରିଗାଁ ବିଧାୟକ ପ୍ରକାଶ ମାଝୀ ଏବଂ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ସହିଦ ବଗା ପୂଜାରୀଙ୍କ ସ୍ମୃତି ଚାରଣ କରିଥିଲେ ।

ସ୍ବାଧୀନତା ସଂଗ୍ରାମୀ ବଗା ପୂଜାରୀଙ୍କ ବଳିଦାନ ଦିବସ ପାଳିତ

ଏହି ଅବସରରେ ଆୟୋଜିତ ଏକ ସାଧାରଣ ସଭାରେ ଯୋଗ ଦେଇ ସମସ୍ତେ ସ୍ବାଧୀନତା ସଂଗ୍ରାମ ଓ ଭାରତ ଛାଡ ଆନ୍ଦୋଳନରେ ବଗା ପୂଜାରୀଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ଦେଶକୁ ସ୍ବାଧୀନ କରାଇବା ପାଇଁ ମହାତ୍ମା ଗାନ୍ଧିଙ୍କ ଭାରତ ଛାଡ ଅନ୍ଦୋଳନରେ ନିଜକୁ ସାମିଲ କରିଥିଲେ ସେ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.