ନବରଙ୍ଗପୁର: ପାପଡାହାଣ୍ଡି ଶାଗୁଆନ ଜଙ୍ଗଲରେ ଲାଗିଲା ନିଆଁ l ବନ ଆରକ୍ଷୀ ସ୍ଥାନୀୟ ଲୋକଙ୍କ ସହାୟତାରେ ନିଆଁକୁ ଆୟତ୍ତ କରିଛନ୍ତି ।
ପାପଡାହାଣ୍ଡିସ୍ଥିତ ସ୍ଥାନୀୟ ଶାଗୁଆନ ଜଙ୍ଗଲରେ କୌଣସି କାରଣରୁ ନିଆଁ ଲାଗିଯାଇଛି l ଶାଗୁଆନ ଜଙ୍ଗଲରେ ନିଆଁ ଲାଗିଥିବା ଖବର ପାଇ ପାପଡାହାଣ୍ଡି ବନରକ୍ଷୀ ଲକ୍ଷୀରାମ ମାଝୀ ପହଞ୍ଚି ସ୍ଥାନୀୟ କିଛି ଲୋକଙ୍କ ସହାୟତାରେ ନିଆଁକୁ ଆୟତ୍ତ କରିଛନ୍ତି l ଜଙ୍ଗଲକୁ ଲାଗି ଅନେକ ଲୋକଙ୍କ ଘର ଥିବାରୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ତେବେ ଶାଗୁଆନ ଜଙ୍ଗଲରେ ଅନେକ ସମୟରେ ନିଆଁ ଲାଗିବା ଘଟଣା ସାମ୍ନାକୁ ଆସୁଛି l
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ