ETV Bharat / state

କମିଛି କାଜୁ ଉତ୍ପାଦନ, ଚିନ୍ତାରେ ଚାଷୀ

ସ୍ବଳ୍ପ ବୃଷ୍ଟି କାରଣରୁ କମ ଉତ୍ପାଦିତ ହେଉଛି କାଜୁ । ଯାହାକୁ ନେଇ ଚିନ୍ତାରେ ପଡିଯାଇଛନ୍ତି ନବରଙ୍ଗପୁରର କାଜୁ ଚାଷୀ ।

author img

By

Published : May 11, 2019, 7:11 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ନବରଙ୍ଗପୁର: ଏବେ କାଜୁ ଅମଳର ଋତୁ । ଚାରିଆଡେ କାଜୁ ଜଙ୍ଗଲରୁ ମଞ୍ଜି ତୋଳିବାରେ ବ୍ୟସ୍ତ ଚାଷୀ । ହେଲେ ବିଗତ ବର୍ଷ ମାନଙ୍କ ଅପେକ୍ଷା କାଜୁ ଅପେକ୍ଷାକୃତ କମ ଅମଳ ହୋଇଥିବାରୁ ଜିଲ୍ଲାର ଚାଷୀଙ୍କ ମଧ୍ୟରେ ହତାଶା ଖେଳିଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ନବରଙ୍ଗପୁର ଜିଲ୍ଲାରେ କାଜୁ ଚାଷକୁ ଅନ୍ୟ ଏକ ଅର୍ଥକାରୀ ଫସଲ ଭାବେ ଗ୍ରହଣ କରାଯାଏ । ଏଠାକାର ଅଧିକାଂଶ ଚାଷୀ କାଜୁ ଚାଷ ଉପରେ ନିର୍ଭର କରିଥାନ୍ତି । ହେଲେ ସ୍ବଳ୍ପ ବୃଷ୍ଟିପାତ କାରଣରୁ ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ କାଜୁ କମ ପରିମାଣରେ ଉତ୍ପାଦନ ହୋଇଛି ।

ପ୍ରତି ବର୍ଷ ଗୋଟିଏ କାଜୁ ଗଛରୁ ଦିନକୁ ପ୍ରାୟ 5 କେଜିରୁ ଊର୍ଦ୍ଧ୍ବ କାଜୁ ଉତ୍ପାଦିତ ହୋଇଥାଏ କିନ୍ତୁ ଏଥର ଗୋଟିଏ ଗଛରୁ 2ରୁ 3 କେଜି କାଜୁ ଉତ୍ପାଦିତ ହେଉଛି । ଯାହା ଫଳରେ ଏହାର ପ୍ରଭାବ ସିଧାସଳଖ କାଜୁ ଚାଷୀଙ୍କ ଉପରେ ପଡିଛି । ଆଗରୁ ସେମାନେ କାଜୁ କିଲୋପ୍ରତି 150 ଟଙ୍କାରେ ବିକ୍ରି କରୁଥିବା ବେଳେ ଏଥର କିଲୋପ୍ରତି 100 ଟଙ୍କାରେ ବିକ୍ରି କରୁଛନ୍ତି । ଅନ୍ୟପଟେ କାଜୁ କ୍ରୟ ଓ ବିକ୍ରୟ ପାଇଁ ସରକାରୀ ସ୍ତରରେ କୌଣସି ବ୍ୟବସ୍ଥା ନଥିବାରୁ ଚାଷୀମାନେ ସ୍ଥାନୀୟ ଦୋକାନ ବଜାରରେ ବିକ୍ରି କରୁଥିବା କହିଛନ୍ତି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.