ETV Bharat / state

ପାଟ୍ରୋଲିଂ ସମୟରେ ଗଞ୍ଜେଇ ସହ କାର ଜବତ, ଜଣେ ଫେରାର

author img

By

Published : Jun 12, 2022, 9:22 AM IST

ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡ଼ା ବ୍ଲକର କାନାଗୁଡା, କୋଷାଗୁମୁଡ଼ା ଆର୍.ଡି ରାସ୍ତାରେ ପାଟ୍ରୋଲିଂ ସମୟରେ ୧୭୮.୩୪୦ କି.ଗ୍ରା ଗଞ୍ଜେଇ ଜବତ ହୋଇଛି । ଅଧିକ ପଢନ୍ତୁ

ପାଟ୍ରୋଲିଂ ସମୟରେ ଗଞ୍ଜେଇ ସହ କାର ଜବତ, ଜଣେ ଫେରାର
ପାଟ୍ରୋଲିଂ ସମୟରେ ଗଞ୍ଜେଇ ସହ କାର ଜବତ, ଜଣେ ଫେରାର

ନବରଙ୍ଗପୁର: ଜିଲ୍ଲାର କୋଷାଗୁମୁଡ଼ା ବ୍ଲକର କାନାଗୁଡା, କୋଷାଗୁମୁଡ଼ା ଆର୍.ଡି ରାସ୍ତାରେ ପାଟ୍ରୋଲିଂ ସମୟରେ ୧୭୮.୩୪୦ କି.ଗ୍ରା ଗଞ୍ଜେଇ ଜବତ ହୋଇଛି । ଗୋଟିଏ କାର ଜବତ କରାଯାଇଥିବା ବେଳେ ଅଭିଯୁକ୍ତ ଚମ୍ପଟ ମାରିଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, କୋଷାଗୁମୁଡ଼ା ପୋଲିସ ପାଟ୍ରୋଲିଂରେ ରହିଥିବା ସମୟରେ ସୀମା ଲାକ୍ରା ନାମକ ଜଣେ ମହିଳା ପୋଲିସକୁ କିଛି ଅବକାରୀ ଦ୍ରବ୍ୟ ଚାଲାଣ ହେଉଥିବା ସୂଚନା ଦେଇଥିଲେ । ଥାନା ଅଧିକାରୀ ଗୋବିନ୍ଦ ଚନ୍ଦ୍ର ବାରୁଦାଙ୍କ ନିର୍ଦ୍ଦେଶ କ୍ରମେ ଏସ୍.ଆଇ ଏସବି ମଙ୍ଗରାଜ ସଦଳବଳ ବଡଆମ୍ବଡା ରାସ୍ତାରେ ଯିବା ସମୟରେ କାନାଗୁଡା ଠାରେ ପୋଲିସ ଗାଡିକୁ ଦେଖି ଦୁର୍ବୃତ୍ତମାନେ ମାରୁତି ସୁଜୁକି କାରଟିକୁ ଛାଡି ଫେରାର୍ ହୋଇଯାଇଥିଲେ । କୋଷାଗୁମୁଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅକ୍ଷମିତା କାର୍ତ୍ତିକଙ୍କ ଉପସ୍ଥିତିରେ ସମସ୍ତ ଗଞ୍ଜେଇକୁ ଓଜନ କରାଯିବ ସହ ଜବତ୍ କରାଯାଇଥିବା ସୂଚନା ମିଳିଛି ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.