ନବରଙ୍ଗପୁର: ଚୋରାଚାଲାଣବେଳେ ଗଞ୍ଜେଇ ଜବତ । ଉତ୍ତରପ୍ରଦେଶକୁ ପିକଅପ ଭ୍ୟାନରେ ଗଞ୍ଜେଇ ଚୋରାଚାଲାଣ ଧରିଲା ନବରଙ୍ଗପୁର ପୋଲିସ । କୋରାପୁଟ ଜିଲ୍ଲା ପାଡୁଆରୁ କଳାହାଣ୍ଡି ଦେଇ ଉତ୍ତରପ୍ରଦେଶକୁ ଗଞ୍ଜେଇ ଚୋରାଚାଲାଣ ହେଉଥିବାବେଳେ ନବରଙ୍ଗପୁର ପୋଲିସ ଗଞ୍ଜେଇ ବୋଝେଇ ପିକଅପ ଭ୍ୟାନକୁ ଡଙ୍ଗରଭେଜା ଫାଣ୍ଡି ସମ୍ମୁଖରେ ଜବତ କରିଥିଲା।
ଜବତ ପିକଅପ ଭ୍ୟାନରୁ ୨୪ଟି ପ୍ୟାକେଟରେ ପ୍ରାୟ ୮ କ୍ବିଣ୍ଟାଲରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ ସହ 2ଜଣଙ୍କୁ ଅଟକ ରଖାଯାଇଛି । ଅଟକ ଦୁଇ ଜଣ କଳାହାଣ୍ଡି ଜିଲ୍ଲା ଆମ୍ବ ପୋଡ଼ା ଗ୍ରାମର ଡମ୍ବରୁଧର ଶିରି ଓ ତେନ୍ତୁଳିଖୁଣ୍ଟି ବ୍ଲକ କାଦମାଲି ଗାଁର ରଘୁ ସାନ୍ତା, ବୋଲି ସୂଚନା ମିଳିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୫୦ ଲକ୍ଷରୁ ଊର୍ଦ୍ଧ୍ବ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।
ଇଟିଭି ଭାରତ