ନବରଙ୍ଗପୁର: ଶେଷ ହୋଇଛି ବ୍ରିଜ କାମ । ଗଗନ ଚୁମ୍ବି ଠିଆ ହୋଇଛି ବ୍ରିଜ । ହେଲେ ଯାତାୟତ କରି ପାରୁ ନାହାନ୍ତି ଲୋକେ । କାରଣ ସରି ନାହିଁ ବ୍ରିଜର ଶେଷ ପର୍ଯ୍ୟାୟ କାମ । ଆଉ ଏମିତି ଏକ ବ୍ରିଜଟି ରହିଛି ନବରଙ୍ଗପୁର ଜିଲ୍ଲାର ଡାବୁଗାଁଠାରେ । ନବରଙ୍ଗପୁରରୁ ଉମରକୋଟକୁ ଯୋଡୁଛି ଏହି ବ୍ରିଜ । ମାତ୍ର କୋଟି କୋଟି ଟଙ୍କା ଖର୍ଚ୍ଚରେ ନିର୍ମାଣ ହୋଇଥିବା ଏହି ବ୍ରିଜ ଆଜି ସତେ ଯେମିତି ମୂଲ୍ୟହୀନ ହୋଇପଡିଛି ନବରଙ୍ଗପୁରର ପାଖାପାଖି 5 ଲକ୍ଷ ଲୋକଙ୍କ ପାଇଁ । ବର୍ଷ। ଦିନ ଆସିଲେ ନାହିଁ ନଥିବା ଅସୁବିଧାନର ସମ୍ମୁଖୀନ ହୁଅନ୍ତି ଲୋକେ । ସେପେଟ ବ୍ରିଜ ତଳ ଦେଇ ଯାଇଥିବା ରାସ୍ତ କଥା ନ କହିଲେ ଭଲ ।
ତେବେ ଦୀର୍ଘ ତିନି ବର୍ଷ ତଳୁ ବ୍ରିଜର ନିର୍ମାଣ ଆରମ୍ଭ ହୋଇଥିଲା । ଆଉ ଯଥା ସମୟରେ କାମ ଶେଷ ମଧ୍ୟ ହୋଇଗଲା । ମାତ୍ର ଏକ ବର୍ଷରୁ ଅଧିକ ସମୟ ହେଲା ପଡି ରହିଛି ବ୍ରିଜର ଶେଷ ପର୍ଯ୍ୟାୟ କାମ । ଆଂଶିକ କାମ ବାକି ଥିବାରୁ ବ୍ରିଜଟି ବ୍ୟବହାର ଯୋଗ୍ୟ ହୋଇ ପାରୁନାହିଁ ।
ତେବେ ସରକାରଙ୍କ ମହତ ଉଦ୍ଦେଶ୍ୟକୁ ବିଭାଗୀୟ ଅଧିକାରୀମାନେ କାର୍ଯ୍ୟକାରୀ କରିବାରେ ବିଫଳ ହୋଇଛନ୍ତି । ତେଣୁ ତୁରନ୍ତ କାମ ଶେଷ କରି ବ୍ରିଜକୁ ବ୍ୟବହାର ଯୋଗ୍ୟ କରିବା ପାଇଁ ସାଧାରଣରେ ଦାବି ଜୋର ଧରିଛି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ