ETV Bharat / state

ନବରଙ୍ଗପୁରରେ ଭୁଶୁଡିଲା 50 ବର୍ଷର ପୁରୁଣା ପୋଲ, ଆଶା ଆଶଙ୍କାରେ ନୂତନ ନିର୍ମାଣ - ନବରଙ୍ଗପୁରରେ ଭୁଶୁଡିଲା ପୋଲ

ପ୍ରଥମ ବର୍ଷାରେ ଭୁଶୁଡିଲା ମସିଗାଁ ପୋଲ । ନବରଙ୍ଗପୁର କୋଷାଗୁମୁଡା ମୁଖ୍ୟ ରାସ୍ତାରେ ଭୁଶୁଡିଲା ପୋଲ । ପୋଲ ଭୁଶୁଡିବା ଫଳରେ ନବରଙ୍ଗପୁର-କଷାଗୁମୁଡା ଯୋଗୋଯୋଗ ବିଚ୍ଛିନ୍ନ । ଜିଲ୍ଲା ପାଇଁ ଜୀବନରେଖା ପାଲଟିଥିବା ପୋଲ ଭୁଶୁଡିଯିବା ଫଳରେ ନାହିଁନଥବା ସମସ୍ୟା ସମ୍ମୁଖୀନ ସ୍ଥାନୀୟ ଲୋକେ ।

ଫାଇଲ ଫଟୋ
ଫାଇଲ ଫଟୋ
author img

By

Published : Jul 5, 2020, 6:29 PM IST

ନବରଙ୍ଗପୁର: କୋଷଗୁମୁଡ଼ାରୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ସଦରମହକୁମାକୁ ସଂଯୋଗ କରୁଥିବା ବଡ ମସିଗାଁ ପୋଲ ଜିଲ୍ଲା ପାଇଁ ଲାଇଫଲାଇନ ପାଲଟିଥିବା ବେଳେ ମାସେ ହେଲା ବ୍ରିଜ ଭାଙ୍ଗିଯାଇଛି । ଯାହାଫଳରେ କି ଯୋଗାଯୋଗ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ଦୈନିକ ଶହ ଶହ ବସ ଟ୍ରକ ଓ ମୋଟର ସାଇକେଲ ଯିବାଆସିବା କରୁଥିବା ବେଳେ ମାସେ ରୁ ଉର୍ଦ୍ଧ୍ବ ସମୟ ହେଲା ସମ୍ପୂର୍ଣ୍ଣ ଠପ।

ନବରଙ୍ଗପୁରରେ ଭୁଶୁଡିଲା 50 ବର୍ଷର ପୁରୁଣା ପୋଲ

କୋଷାଗୁମୁଡ଼ାରୁ ନବରଙ୍ଗପୁରକୁ ଯିବାକୁ ହେଲେ ଏବେ ପାପଡାହାଣ୍ଡି ରାସ୍ତା ଦେଇ ଯିବାକୁ ପଡୁଛି ନହେଲେ ବୋରିଗୁମ୍ମା, କୋଟପାଡ଼ ଦେଇ ଯିବାକୁ ବାଧ୍ୟ ହେଉଛନ୍ତି ସ୍ଥାନୀୟ ଅଞ୍ଚଳ ବାସିନ୍ଦା । ବର୍ଷା ଦିନେ ପୋଲ ଭାଙ୍ଗି ଯାଇଥିବାରୁ ଏହି ରାସ୍ତାରେ ନିର୍ଭର କରୁଥିବା ପ୍ରାୟ ପାଞ୍ଚ ଲକ୍ଷ ଜନସାଧାରଣ ନାହିଁ ନଥିବା ହଇରାଣ ହେଉଛନ୍ତି। ନବରଙ୍ଗପୁରରୁ ଛତିଶଗଡ଼ ରାଜ୍ୟକୁ ଯିବାପାଇଁ ଏହି ରାସ୍ତା ଦେଇ ଗଲେ କମ ସମୟ ଲାଗୁଥିବାରୁ ଏହି ପଟେ ହିଁ ଅଧିକ ଲୋକ ଚଳାଚଳ କରୁଥିଲେ । ହେଲେ ଏବେ କୌଣସି ପ୍ରକାର ବିକଳ୍ପ ନଥିବାରୁ ତୁରନ୍ତ ନୂଆପୋଲ ନିର୍ମାଣ ଦାବି କରିଛନ୍ତି। ତେବେ ନୂଆଁ ପୋଲ ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଥିଲା କିନ୍ତୁ ବର୍ଷା ହେଉଥିବାରୁ ନଦୀରେ ପାଣି ଥିବାରୁ ତାହା ବି ବନ୍ଦ ପଡିଛି ।ବର୍ଷା ଋତୁ ପରେ ହିଁ ନୂଆ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ତେବେ ସେତେବେଳେ ପର୍ଯ୍ୟନ୍ତ ଏହି ରାସ୍ତା ଉପରେ ଯିବାଆସିବା ସମ୍ଭବ ନୁହେଁ ବୋଲି ସୂଚନା ମିଳିଛି ।

ପ୍ରାୟ 50 ବର୍ଷର ଏହି ପୁରୁଣା ପୋଲ ନିକଟରେ ନୂଆଁ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ବେଳେ ଏହି ପୋଲ ଭାଙ୍ଗି ଯିବାରୁ ନଦୀ ପରି ହେବାକୁ ଅନ୍ୟ କୌଣସି ପ୍ରକାର ବ୍ୟବସ୍ଥା ନାହିଁ। ଯାହା ଫଳରେ ସରକାରୀ କର୍ମଚାରୀ ଠାରୁ ଆରମ୍ଭ କରି, ରୋଗୀ ଓ ବ୍ୟବସାୟୀ ମାନେ ଅଧିକ ହଇରାଣ ହେଉଛନ୍ତି। ତେବେ ଅସମୟରେ ପୋଲ ଭାଙ୍ଗି ଯିବାରୁ ଅଧିକ ପ୍ରଭାବିତ ହେଉଛନ୍ତି ଲକ୍ଷଲକ୍ଷ ଲୋକେ।ତେବେ ବଡ ମସିଗାଁ ପୋଲ ନିର୍ମାଣ ସମ୍ପର୍କରେ ଆମେ ଜିଲ୍ଲା ରାସ୍ତା ନିର୍ମାଣ ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲୁ ଏନେଇ ନିର୍ବାହୀ ଯନ୍ତ୍ରୀ ସଫେଇ ଦେବାକୁ ମନା କରିଦେଇଛନ୍ତି।

ନବରଙ୍ଗପୁର ଓ କୋଷାଗୁମୁଡ଼ା ବ୍ଲକ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହେବା ପରେ ବେଶ ପ୍ରଭାବିତ ହୋଇଛନ୍ତି ଉଭୟ ପଟର ଲୋକେ । ତେବେ ବର୍ଷା ଋତୁ ପରେ ତୁରନ୍ତ ଅଗ୍ରାଧିକାର ଭିତ୍ତିରେ ପୋଲ ନିର୍ମାଣ ସମ୍ପାଦନ କରିବା ଜରୁରୀ ହୋଇପଡିଛି।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.