ETV Bharat / state

ସାପ କାମୁଡାରେ ନାବାଳକ ମୃତ

ସାପ କାମୁଡାରେ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି । ଏଭଳି ଘଟଣା ଘଟିଛି ଝରିଙ୍ଗା ବ୍ଲକ ଇଚ୍ଛାପୁର ଗ୍ରାମ ପଞ୍ଚାୟତ ଅର୍ନ୍ତଗତ ଢେପାଗୁଡା ଗ୍ରାମରେ।

author img

By

Published : Apr 4, 2019, 6:01 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା,ନବରଙ୍ଗପୁର

ନବରଙ୍ଗପୁର/ଝରିଙ୍ଗା: ସାପ କାମୁଡାରେ ଜଣେନାବାଳକଙ୍କ ମୃତ୍ୟୁ ଘଟିଛି । ଏଭଳି ଘଟଣା ଘଟିଛି ଝରିଙ୍ଗା ବ୍ଲକ ଇଚ୍ଛାପୁର ଗ୍ରାମ ପଞ୍ଚାୟତ ଅର୍ନ୍ତଗତ ଢେପାଗୁଡା ଗ୍ରାମରେ ।ମୃତ ନାବାଳକ ଜଣଙ୍କ ହେଲେ ରବିନ୍ଦ୍ର ସାନ୍ତା।

ଭିଡିଓ ସୌଜନ୍ୟ: ସମ୍ବାଦଦାତା,ନବରଙ୍ଗପୁର

ସୂଚନା ଅନୁଯାୟୀ, ଢେପାଗୁଡା ଗ୍ରାମର ସାଧୁ ସାନ୍ତାଙ୍କ ପୁଅ ରବି ସାନ୍ତା (15) ।ପ୍ରତିଦିନ ଭଳି ବୁଧବାର ମଧ୍ୟ ନିଜ ମାମୁଁଙ୍କ ଘରକୁ ଶୋଇବା ପାଇଁ ଯାଇଥିଲେ । ତେବେ ରାତି ପ୍ରାୟ 11.30 ମିନିଟରେ ସେ ହଠାତ୍ ନିଦରୁ ଉଠି ଯାଇଥିଲେ।କୌଣସି ଅଜଣା ଜନ୍ତୁ କାମୁଡିଥିବା ନେଇ ନିଜ ମାମୁଁଙ୍କୁ ଜଣାଇଥିଲେ।

କ୍ଷତ ଚିହ୍ନରେ ସାପ ଦାନ୍ତ ଚିହ୍ନ ଦେଖିତାଙ୍କୁ ତୁରନ୍ତ ଝରିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ପରେ ଚିକିତ୍ସିତ ଅବସ୍ଥାରେ ହିଁ ରବିନ୍ଦ୍ରଙ୍କର ମୃତ୍ୟୁ ଘଟିଥିଲା । ତେବେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି।

ନବରଙ୍ଗପୁରରୁ ତପନ ବିଶୋଇ, ଇଟିଭି ଭାରତ

Intro:Body:

ବିଶ୍ବକପ ଟିମ ଘୋଷଣା କଲା ନ୍ୟୁଜିଲାଣ୍ଡ

ଓ୍ବେଲିଂଟନ: ଇଂଲଣ୍ଡ ଓ ୱେଲସରେ ଆସନ୍ତା 30ରୁ ଆରମ୍ଭ ହେବାକୁ ଯାଉଛି ବିଶ୍ବକପ । ଏଥିଲାଗି ବୁଧବାର ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ତାର ୧୫ ଜଣିଆ ଦଳ ଘୋଷଣା କରିଛି । ଦଳରେ ବ୍ୟାକଅପ ୱିକେଟ କିପର ଭାବେ ଟମ ବ୍ଲୁଣ୍ଡେଲଙ୍କୁ ସାମିଲ କରାଯାଇଛି ।

ତେବେ 6ଥର ସେମିଫାଇନାଲ ଖେଳିଥିବା ଓ ଶେଷଥର ଫାଇନାଲରେ ହାରିଥିବା ନ୍ୟୁଜିଲାଣ୍ଡ ଦଳ ଆଗାମୀ ବିଶ୍ୱକପ୍‌ ଜିତିବାକୁ ଲକ୍ଷ୍ୟ ରଖିଛି । ଅନ୍ୟପଟେ ବ୍ଲାକ କ୍ୟାପ ଦଳ ଦିନିକିଆ ମାନ୍ୟତାର ୩ୟ ସ୍ଥାନରେ ରହିଛି । ମାନ୍ୟତାର ପ୍ରଥମରେ ଇଂଲଣ୍ଡ ଓ 3ୟ ସ୍ଥାନରେ ଭାରତ ରହିଛି ।

ଟମ ଲଥାମଙ୍କ ସମେତ ବ୍ଲୁଣ୍ଡେଲଙ୍କୁ ୱିକେଟ କିପର ଭାବେ ଦଳରେ ସାମିଲ କରାଯାଇଛି । ମୁଖ୍ୟ ସ୍ପିନର ଭାବେ ମିଚେଲ ସାଣ୍ଟନର ଦଳରେ ସ୍ଥାନ ପାଇଥିବାବେଳେ ତାଙ୍କ ସହିତ ରହିଛନ୍ତି ଇଶ ସୋଧି । ସେହିପରି ଅଲରାଉଣ୍ଡ ଭାବେ ଜିମି ନିଶାମ ଓ କଲିନ ଡେ ଗ୍ରାଣ୍ଡହୋମ ଦଳରେ ସ୍ଥାନ ପାଇଛନ୍ତି । ଟିମ ସାଉଦି, ଟ୍ରେଣ୍ଟ ବୋଲ୍ଟ ଓ ଲୋକି ଫରଗ୍ୟୁସନ ଦଳରେ ପେସ ଆଟାକ ଭାବେ ସ୍ଥାନ ପାଇଛନ୍ତି ।

ନ୍ୟୁଜିଲାଣ୍ଡ ଦଳ: କେନ ଓ୍ବିଲିୟମସନ (ଅଧିନାୟକ), ଟମ ବ୍ଲୁଣ୍ଡେଲ, ଟମ୍‌ ଲଥାମ, (ୱିକେଟକିପର), ଟ୍ରେଣ୍ଟ ବୋଲ୍ଟ, କଲିନ ଡେ ଗ୍ରାଣ୍ଡହୋମ, ଲୋକି ଫର୍ଗୁସନ, କଲିନ ମୁନ୍‌ରୋ, ମାର୍ଟିନ ଗୁପଟିଲ, ମ୍ୟାଟ ହେନ୍‌ରୀ, ଜିମି ନିଶାମ, ହେନରୀ ନିକୋଲସ, ମିଚେଲ ସାଣ୍ଟନର, ଇଶ ସୋଧି, ଟିମ୍‌ ସୌଦି ଓ ରସ ଟେଲର ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.