ETV Bharat / state

ବ୍ଲକ ଅଧ୍ୟକ୍ଷ ପଦ ପାଇଁ ଏକାଧିକ ଆଶାୟୀ, ଅଜ୍ଞାତବାସରେ ବିଜୟୀ ସମିତି ସଭ୍ୟ

author img

By

Published : Mar 5, 2022, 9:43 PM IST

Updated : Mar 5, 2022, 10:40 PM IST

ବିଜେଡିର ବିପୁଳ ବିଜୟ ପରେ ଏବେ ନବରଙ୍ଗପୁର ଜିଲ୍ଲାରେ ବ୍ଲକ ଅଧ୍ୟକ୍ଷକୁ ନେଇ ବଢିଛି ଚିନ୍ତା । କାରଣ ଜିଲ୍ଲାରୁ ବିରୋଧୀ ସଫା ହୋଇଯିବା ପରେ ଏବେ ଶାସକ ଦଳରେ ଅଧ୍ୟକ୍ଷ ହେବାକୁ ଆଶାୟୀଙ୍କ ଲମ୍ବା ଲାଇନ । ସମସ୍ତ ଆଶାୟୀ ନିଜ ନିଜ ସ୍ତରରେ କରୁଛନ୍ତି ଗୋଟି ଚାଳନା । କାହାକୁ ମିଳିବ ବ୍ଲକ ଅଧ୍ୟକ୍ଷ ? କିଏ ହେବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ? ତାହାକୁ ନେଇ ଚର୍ଚ୍ଚା । ଏପରି ସ୍ଥିତିରେ ଗୋଷ୍ଠୀ କନ୍ଦଳକୁ ମଧ୍ୟ ଏଡାଇ ଦିଆଯାଇ ନପାରେ । ଅଧିକ ପଢନ୍ତୁ

ବ୍ଲକ ଅଧ୍ୟକ୍ଷ ପଦ ପାଇଁ ଏକାଧିକ ଆଶାୟୀ, ଅଜ୍ଞାତବାସରେ ବିଜୟୀ ସମିତି ସଭ୍ୟ
ବ୍ଲକ ଅଧ୍ୟକ୍ଷ ପଦ ପାଇଁ ଏକାଧିକ ଆଶାୟୀ, ଅଜ୍ଞାତବାସରେ ବିଜୟୀ ସମିତି ସଭ୍ୟ

ନବରଙ୍ଗପୁର: ପଞ୍ଚାୟତ ନିର୍ବାଚନରେ ନବରଙ୍ଗପୁର ଜିଲ୍ଲାରେ ଶାସକ ବିଜେଡିର ବିପୁଳ ବିଜୟ ହୋଇଛି । ୱାର୍ଡରୁ ଜିଲ୍ଲାସ୍ତର ଯାଏଁ ସବୁଜମୟ । ସାରା ଜିଲ୍ଲାରେ ଶଙ୍ଖନାଦ । ଗାଁ ଗାଁରେ ବ୍ରାଣ୍ଡ ନବୀନର ଜବରଦସ୍ତ ପ୍ରଦର୍ଶନ । ପୁରା ନବରଙ୍ଗପୁରରେ ବିଜେଡିର ବଡ ସଫଳତା । ଯାହାକୁ ନେଇ ଜିଲ୍ଲାର ନେତା, କର୍ମୀ ସମସ୍ତେ ଏବେ ପୁରା ଜୋଶରେ ।

ଦଳର ଏହି ବିପୁଳ ବିଜୟ ପରେ ଏବେ ବ୍ଲକ ଅଧ୍ୟକ୍ଷକୁ ନେଇ ବଢିଛି ଚିନ୍ତା । କାରଣ ଜିଲ୍ଲାରୁ ବିରୋଧୀ ସଫା ହୋଇଯିବା ପରେ ଏବେ ଶାସକ ଦଳରେ ଅଧ୍ୟକ୍ଷ ହେବାକୁ ଆଶାୟୀଙ୍କ ଲମ୍ବା ଲାଇନ । ସମସ୍ତ ଆଶାୟୀ ନିଜ ନିଜ ସ୍ତରରେ କରୁଛନ୍ତି ଗୋଟି ଚାଳନା । କାହାକୁ ମିଳିବ ବ୍ଲକ ଅଧ୍ୟକ୍ଷ କିଏ ହେବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ତାହାକୁ ନେଇ ଚର୍ଚ୍ଚା । ଏପରି ସ୍ଥିତିରେ ଗୋଷ୍ଠୀ କନ୍ଦଳକୁ ମଧ୍ୟ ଏଡାଇ ଦିଆଯାଇ ନପାରେ ।

ବ୍ଲକ ଅଧ୍ୟକ୍ଷ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ପାଖେଇ ଆସୁଥିବା ବେଳେ ଜିଲ୍ଲ୍ଲାର 10 ଟି ବ୍ଲକରେ ଜିତିଥିବା ପ୍ରାୟ ସବୁ ସମିତି ସଭ୍ୟ ଓ ସଭ୍ୟା ଏବେ ଅଜ୍ଞାତବାସରେ। କିଏ କେଉଁ ବ୍ଲକରେ ଅଧ୍ୟକ୍ଷ ହେବେ, କିଏ କାହାକୁ ସମର୍ଥନ କରିବେ ଅଜ୍ଞାତବାସରେ ଥାଇ ଚାଲିଛି ରଣନୀତି । ଆଉ ଜିଲ୍ଲାର 3 ଦଳୀୟ ବିଧାୟକ ଜଣେ ସାଂସଦ ମଧ୍ୟ ନିଜ ନିଜ ବିଶ୍ବସ୍ତଙ୍କୁ ଆଶ୍ବସ୍ତି ଦେଉଛନ୍ତି ।

ସେହିପରି ଜିଲ୍ଲାର ଅନ୍ୟତମ ଟାଣୁଆ ନେତା ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କର ମଧ୍ୟ ବ୍ଲକ ଅଧ୍ୟକ୍ଷ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନରେ ଗୁରୁତ୍ବପୂର୍ଣ୍ଣ ରହିବ । କାରଣ ଜିଲ୍ଲା ରାଜନୀତିରେ ପ୍ରଦୀପଙ୍କ ପ୍ରଭାବ ରହିଛି । ଏହା ସହ ଦଳ ତାଙ୍କୁ ବରିଷ୍ଠ ସାଧାରଣ ସମ୍ପାଦକ ଭାବେ ଦାୟିତ୍ବ ଦେଇଥିବାରୁ ତାଙ୍କର ଭୂମିକା, ପରାମର୍ଶ ମଧ୍ୟ ନିର୍ବାଚନରେ ବେଶ ଗୁରୁତ୍ବ ବହନ କରିବ ।

ଅନ୍ୟପଟେ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଦେବାଶିଷ ପାତ୍ର କହିଛନ୍ତି ଦଳ ସହମତି ଭିତ୍ତିରେ ସମସ୍ତ ବ୍ଲକରେ ଅଧ୍ୟକ୍ଷ ବଛାଯିବ । କିଛି ସ୍ଥାନରେ କିଛି ସମସ୍ୟା ରହିଛି । ଦଳକୁ ବିପୁଳ ସଫଳତା ମିଳିଛି । ତେଣୁ ଅଧ୍ୟକ୍ଷ ପଦ ପାଇଁ ଆଶାୟୀ ବଢିବା ସ୍ବାଭାବିକ । କିନ୍ତୁ ବୁଝାମଣା ଆଲୋଚନା ମାଧ୍ୟମରେ ସବୁ ସମାଧାନ କରାଯିବ ବୋଲି ସେ କହିଛନ୍ତି । କିନ୍ତୁ ଏନେଇ ଜିଲ୍ଲା ବିଜେଡି ସଭାପତିଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ତେବେ ଦେଖିବାର କଥା ବିଜେଡି ଦଳରେ ଥିବା ଏକାଧିକ ଆଶାୟୀଙ୍କୁ କିପରି ସନ୍ତୁଷ୍ଟ କରୁଛି । ଆଉ କେଉଁମାନଙ୍କୁ ବ୍ଲକ ଅଧ୍ୟକ୍ଷ ଓ କାହାକୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ କରୁଛି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Last Updated : Mar 5, 2022, 10:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.