ETV Bharat / state

‘ଭାଇରାଲ ଭିଡିଓ’କୁ ନେଇ ପ୍ରଦୀପଙ୍କୁ ଟାର୍ଗେଟ କଲା ବିଜେଡି

ଏକ ଭାଇରାଲ ଭିଡିଓକୁ ନେଇ କଂଗ୍ରେସକୁ ଟାର୍ଗେଟ କରିଛି ବିଜେଡି। କଂଗ୍ରେସର ନବରଙ୍ଗପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀଙ୍କ ବିରୋଧରେ ଜିଲ୍ଲା ବିଜେଡି ବିଷ ଓଗାଳିଛି।

ଫଟୋ ସୌଜନ୍ୟ: ସମ୍ବାଦାଦାତା, ନବରଙ୍ଗପୁର
author img

By

Published : Apr 5, 2019, 9:07 PM IST

ନବରଙ୍ଗପୁର: ନିର୍ବାଚନୀ ମାହୋଲରେ ସାରା ରାଜ୍ୟରେ ଚାଞ୍ଚଲ୍ୟ । ପ୍ରଚାରରେ ପ୍ରାର୍ଥୀ ଜି ଜାନ୍ ଲଗାଇ ଦେଇଥିବା ବେଳେ ଏକ ଭାଇରାଲ ଭିଡିଓ ନେଇ କଂଗ୍ରେସକୁ ଟାର୍ଗେଟ କରିଛି ବିଜେଡି। ପିସିସି କାର୍ଯ୍ୟକାରୀ ସଭାପତି ତଥା କଂଗ୍ରେସର ନବରଙ୍ଗପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀଙ୍କ ବିରୋଧରେ ଶୁକ୍ରବାର ଜିଲ୍ଲା ବିଜେଡି ବିଷ ଓଗାଳିଛି । ଏପରିକି ଜିଲ୍ଲା ବିଜେଡି ସଭାପତି ପ୍ରହଲ୍ଲାଦ ତ୍ରିପାଠୀ ମଧ୍ୟ ପ୍ରଦୀପଙ୍କ ପ୍ରତି ପିସିସି ସମର୍ଥନ ପ୍ରତ୍ୟାହାର ଦାବି କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦାଦାତା, ନବରଙ୍ଗପୁର

ପ୍ରଦୀପଙ୍କ ଭଳି ଜଣେ ବ୍ୟକ୍ତି କୁନ୍ଦୁଲି ପୀଡିତାଙ୍କ ପାଇଁ କିପରି ନ୍ୟାୟ ଭିକ୍ଷା କରୁଥିଲେ ବୋଲି ପ୍ରଶ୍ନ କରିଛି ବିଜେଡି। ଏଭଳି ବ୍ୟକ୍ତିଙ୍କୁ ସଂସଦର ପବିତ୍ର ଗୃହକୁ ଯିବାକୁ ଦେବୁନାହିଁ ବୋଲି ନବରଙ୍ଗପୁର ବିଜେଡି ସଭାପତି ପ୍ରହଲ୍ଲାଦ ତ୍ରିପାଠୀ କହିଛନ୍ତି। ଏପରିକି ପିସିସି ସଭାପତି ଯଥାଶୀଘ୍ର ପ୍ରଦୀପଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ତାଙ୍କ ପ୍ରତି ସମର୍ଥନ ପ୍ରତ୍ୟାହାର କରିବା ପାଇଁ ସେ ଅନୁରୋଧ କରିଛନ୍ତି। ଯଦି ପିସିସି ତରଫରୁ କୌଣସି ପଦକ୍ଷେପ ନିଆ ନ ଯାଏ, ତେବେ ବିଜେଡି ମହିଳା ମୋର୍ଚ୍ଚା ତରଫରୁ ଶହଶହ ମହିଳା ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିବେ ବୋଲି ଜିଲ୍ଲା ବିଜେଡି ସଭାପତି ସୂଚନା ଦେଇଛନ୍ତି । ସେଭଳି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରମୋଦ ପାଢ଼ୀ ମଧ୍ୟ ପ୍ରଦୀପ ମାଝୀଙ୍କ ଏଭଳି କାର୍ଯ୍ୟକୁ ନିନ୍ଦା କରିବା ସହ ତାଙ୍କୁ ବହିଷ୍କାର ଦାବି କରିଛନ୍ତି।

ନବରଙ୍ଗପୁରରୁ ତପନ ବିଶୋୟୀ , ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.